ମୁମ୍ବାଇ: ବିବାଦରେ ରହିବା ସହ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାକୁ ଆଦୌ ଭୁଲନ୍ତି ନାହିଁ କୁଇନ କଙ୍ଗନା ରଣାୱତ । ପ୍ରାୟତଃ ସମସ୍ୟା ଘେରରେ ରହୁଥିବା କଙ୍ଗନା ବର୍ତ୍ତମାନ ମନାଲିରେ ପରିବାର ସହ ଅଛନ୍ତି । ଆଉ ଭାଇ ଅକ୍ଷତଙ୍କ ମ୍ୟାରେଜ ଫଙ୍କସ୍ନକୁ ଖୁବ୍ ଏନଜୟ ମଧ୍ୟ କରୁଛନ୍ତି । ଏହାସହ ସୋସିଆଲ ମିଡିଆରେ ନିଜ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ଖୁସ କରିଦେଉଛନ୍ତି । ଏଥର ସେ ହିମାଞ୍ଚଳ ପ୍ରଦେଶର ଲୋକ ସଙ୍ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ବିବାହ ଉତ୍ସବରେ ହିମାଚଳ ପ୍ରଦେଶର ଟ୍ରାଡିସନାଲ ଲୁକରେ ନଜର ଆସି ଲୋକ ସଙ୍ଗୀତରେ ଡାନ୍ସ କରିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଯେକୌଣସି ପରମ୍ପରାର ଲୋକ ସଂଗୀତକୁ ଭଲପାଏ, ଏଠାରେ ମୋ ଭାଇଙ୍କ ଧାମରେ ପାହାଡି କଳାକାରଙ୍କ ଦ୍ବାରା ଗାଇଥିବା ଏକ କଙ୍ଗରୀ ଗୀତ । ଅର୍ଥ ଜଣେ ଝିଅ ନିଜ ମା'ଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଛନ୍ତି ।’
ଏହାପୂର୍ବରୁ ସେ କୁଳଦେବୀ ମା ଅମ୍ବିକା ମନ୍ଦିରରେ ଆଶୀର୍ବାଦ ପାଇବା ପାଇଁ ନବ ବିବାହିତାଙ୍କ ସହ ଯାଇଥିଲେ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ୱାପ କୋରିଓଗ୍ରାଫ କରିଛନ୍ତି ଅନକେନ ସେନ । ମୋ ଫେଭରେଟ ଡାନ୍ସ ପାର୍ଟନରଙ୍କ ସହ ।