ETV Bharat / sitara

ରୋହିତଙ୍କ ସହ କାମ କରିବାକୁ ନେଇ ଏମିତି କହିଲେ ଶ୍ରୀଲଙ୍କା ସୁନ୍ଦରୀ

author img

By

Published : Nov 6, 2020, 10:20 AM IST

ଡିସେମ୍ବରରେ ଆରମ୍ଭ ହେବ ‘ସର୍କସ’ ଫିଲ୍ମର ସୁଟିଂ । ହେଲେ ଏବେଠୁ ଫିଲ୍ମକୁ ନେଇ ଉତ୍ସାହିତ ଜ୍ୟାକଲିନ । କହିଲେ ଏମିତି କିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜଙ୍କ ଆଗାମୀ ଫିଲ୍ମ ‘ସର୍କସ’କୁ ନେଇ କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସଙ୍କ ସହ ସେ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଆଉ ଏବେ ନିଜ ମନ କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ସେ ଆଉ ଅପେକ୍ଷା କରିପାରୁନାହାଁନ୍ତି ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ସହ କାମ କରିବାକୁ । ରୋହିତ ପପୁଲାର ଆକ୍ଟର ରଣବୀର ସିଂଙ୍କ ସହ ‘ସର୍କସ’ ନିର୍ମାଣ କରିବାକୁ ଯାଉଛନ୍ତି । ଜ୍ୟାକଲିନଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ଫିଲ୍ମରେ ନଜର ଆସିବେ । ଆଉ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଥିବା ଜ୍ୟାକଲିନ ବର୍ତ୍ତମାନ ଖୁବ୍ ଏକ୍ସାଇଟେଡ ।

ସେ ନିଜ ଖୁସି ପ୍ରକାଶ କରି କହିଛନ୍ତି, ‘ଏପରି ଫିଲ୍ମ ନିର୍ମାଣ କରିବା ସହଜ କଥା ନୁହେଁ । ଯାହା ଆପଣଙ୍କ ମନୋରଞ୍ଜନ କରିବ, ଆପଣଙ୍କୁ ହସାଇବ ଏବଂ ଭଲ ଅନୁଭବ କରାଇବ । ରୋହିତ ଜଣେ ଏମିତି ବ୍ୟକ୍ତି ଯାହାଙ୍କ ନାମ ମନୋରଞ୍ଜନ କମର୍ଶିଆଲ ସିନେମା ବିଷୟରେ ଭାବିବା ପାଇଁ ପ୍ରଥମେ ଆସେ । ମୁଁ ସବୁବେଳେ ତାଙ୍କ ଫିଲ୍ମ ଦେଖି ଖୁବ୍ ଏନଜୟ ମଧ୍ୟ କରିଛି । ଆଉ ଏଥିର ଥିବା କଡା ପରିଶ୍ରମକୁ ମଧ୍ୟ ଅନୁଭବ କରିଛି । ତାଙ୍କ ସହ କାମ କରିବାକୁ ଏକ୍ସାଇଟେଡ ଅଛି । ଆଉ ସେଟକୁ ଫେରିବାକୁ ଅନାଇ ବସିଛି ।’

ପ୍ରକାଶ ଥାଉକି ‘ସର୍କସ’ର ସୁଟିଂ ଡିସେମ୍ବରରେ ମୁମ୍ବାଇ, ଉଟି ଓ ଗୋଆରେ ଆରମ୍ଭ କରିବାର ଯୋଜନା କରିଛନ୍ତି ମେକର୍ସ । ସେହିପରି ଆସନ୍ତା ବର୍ଷ ଶୀତ ଦିନ ଫିଲ୍ମ ରିଲିଜ ହେବ । ରୋହିତଙ୍କ ସହ ଭୂଷଣ କୁମାର ଓ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମଧ୍ୟ ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.