ETV Bharat / sitara

ସଙ୍ଗୀତକାରଙ୍କ ଦୁଃଖ ଶୁଣିଲେ ଜାଭେଦ, ବଢାଇଲେ ସହଯୋଗର ହାତ

ବନରାଜ ଭାଟ୍ଟିଆଙ୍କ ଦାୟିତ୍ବ ନେବାକୁ ନିଷ୍ପତ୍ତି ନେଇଛନ୍ତି ଜାଭେଦ ଅଖତର । ତାଙ୍କୁ ଆର୍ଥିକ ସାହାଯ୍ୟ ସହ ଅନ୍ୟ ସାହାଯ୍ୟ ଆଇପିଆରଏସ ଦ୍ବାରା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜାଭେଦ ।

ଡିଜାଇନ ଫଟୋ
author img

By

Published : Sep 21, 2019, 7:45 AM IST

ମୁମ୍ବାଇ: କିଛି ଦିନ ହେବ 80 ଏବଂ 90 ଦଶକର ଶାନଦାର ସଙ୍ଗୀତକାର ବନରାଜ ଭାଟ୍ଟିଆଙ୍କ ଜୀବନ ଦୁଃଖଦୁର୍ଦ୍ଦଶାରେ କଟୁଥିବାର ଖବର ଜୋର ଧରିଛି । ଇତିମଧ୍ୟରେ ତାଙ୍କ ଦୁଃଖ ଶୁଣିବାକୁ ସାମ୍ନାକୁ ଆସିଛନ୍ତି ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ।

ବଲିଉଡକୁ ଅନେକ ଶାନଦାର ଗୀତ ଦେଇସାରିଥିବା ମ୍ୟୁଜିକ ନିର୍ଦ୍ଦେଶକ ବନରାଜ ବାର୍ଦ୍ଧକ୍ୟ ଯୋଗୁ କାମ କରିବାକୁ ଅସମର୍ଥ । ଯାହାଦ୍ବାରା ଆର୍ଥିକ ଅଭାବ ହେତୁ ସେ ଦୁଃଖରେ ଜୀବନ କାଟୁଛନ୍ତି । ଏବେ ତାଙ୍କ ଦୁଃଖ କାହାଣୀ ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରି ଭାବବିହ୍ବଳ ହୋଇଯାଇଛି । ଏବେ ଫେମସ ସଙ୍ଗୀତକାର ଜାଭେଦ ଅଖତର ତାଙ୍କୁ ସାହାଯ୍ୟ କରିବା ପାଇଁ ସାମ୍ନାକୁ ଆସିଛନ୍ତି ।

ସେ ଇଣ୍ଡିଆନ ପରଫର୍ମିଂ ରାଇଟ ସୋସାଇଟି (ଆଇପିଆରଏସ) ଜରିଆରେ ତାଙ୍କ ଦାୟିତ୍ବ ନେବାକୁ କହିଛନ୍ତି । ଏହାସହ ସେ ବନରାଜଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି ।

ଅନ୍ୟପଟେ ଆଇପିଆରଏସ ମୁଖିଆ ରାକେଶ ନିଗମ ମଧ୍ୟ ବନରାଜଙ୍କ ଆର୍ଥିକ ସାହାଯ୍ୟ କରିଛନ୍ତି । ପ୍ରକାଶ ଥାଉକି ଆଇପିଆରଏସର ଚେୟାରମ୍ୟାନ ଜାଭେଦ । ସେ ବନରାଜଙ୍କ ବିଷୟରେ କଥା ହୋଇ କହିଥିଲେ କି ଆଇପିଆରଏସ ଇଣ୍ଡିଆନ ଅଥର୍ସ ସୋସାଇଟି । ଆମ ସଙ୍ଗୀତ ଏବଂ ସାହିତ୍ୟ ସହ ସମ୍ପୃକ୍ତ ଥିବା ଲୋକଙ୍କୁ ସହଯୋଗ କରିବା ପାଇଁ ସବୁ ପ୍ରୟାସ କରିବାକୁ ତତ୍ପର ରହିଥାଉ ।

ଯେମିତି ବନରାଜଙ୍କ ବିଷୟରେ ଆମକୁ ଜଣାପଡିଲା ଆମେ ସଙ୍ଗେ ସଙ୍ଗେ ତାଙ୍କୁ ସାହାଯ୍ୟ କରିବାର ନିଷ୍ପତ୍ତି ନେଇଥିଲୁ । ଭାରତର ଅଥର୍ସ ଏବଂ କମ୍ପୋଜର ଆଇପିଆରଏସ ୱାର୍କ ରେଜିଷ୍ଟର କରିବା କଥା । କାରଣ ତାଙ୍କ ଆବଶ୍ୟକ ସମୟରେ ତାଙ୍କୁ ତାଙ୍କ ଅଧିକାର ସଠିକ ରୂପେ ଏହି ସଂସ୍ଥା ଦ୍ବାରା ମିଳିପାରିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.