ETV Bharat / sitara

ଲକ୍ଷ୍ନୌରେ ପହଞ୍ଚିଲେ ଜନ୍-ଦିବ୍ୟା

author img

By

Published : Oct 20, 2020, 3:01 PM IST

‘ସତ୍ୟମେବ ଜୟତେ’ର ସିକ୍ବେଲ ଫିଲ୍ମର ସୁଟିଂକୁ ନେଇ ବ୍ୟସ୍ତ ଜନ୍ । ଫିଲ୍ମର ଆଗାମୀ ସିଡ୍ୟୁଲ ଲକ୍ଷ୍ନୌରେ ସୁଟ ହେବ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ମୁମ୍ବାଇରେ କୋରୋନା ସଙ୍କଟ ଅଧିକା ଥିବାରୁ ଫିଲ୍ମ ମେକର୍ସ ନିଜ ନିଜ ଫିଲ୍ମ ଅନ୍ୟ ରାଜ୍ୟରେ ସୁଟ କରିବାର ଯୋଜନା କରିଛନ୍ତି । ଏହି କ୍ରମରେ ସାମିଲ ଅଛି ହ୍ୟାଣ୍ଡସମ ଆକ୍ଟର ଜନ୍ ଅବ୍ରାହମ ଓ ଦିବ୍ୟା ଖୋସଲାଙ୍କ ଚର୍ଚ୍ଚିତ ଫିଲ୍ମ ‘ସତ୍ୟମେବ ଜୟତେ 2’। ଫିଲ୍ମର ସୁଟିଂ ଲକ୍ଷ୍ନୌରେ ବୁଧବାର ଆରମ୍ଭ କରିବା ପାଇଁ ସେଠାରେ ପହଞ୍ଚିଛନ୍ତି ଏହି ଯୋଡି। ଫିଲ୍ମର ଷ୍ଟାର-କାଷ୍ଟଙ୍କଠୁ ନେଇ କ୍ରୁ ମେମ୍ବର ସୁରକ୍ଷା ସହ ଫିଲ୍ମ ସୁଟିଂ କରିବା ପ୍ରସ୍ତୁତି ଚଳାଇଛନ୍ତି ।

ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ନିର୍ଦ୍ଦେଶକ ମିଲାପ ଜାୱେରି ଉତ୍ତରପ୍ରଦେଶ ସରକାରଙ୍କ ପ୍ରଶଂସା କରିବା ସହ ଫିଲ୍ମ ସୁଟିଂ ବିଷୟରେ କହିଛନ୍ତି, ‘ପ୍ରଥମ ଦିନରେ ଆମେ କେବଳ ଲିଡ୍ ଯୋଡିଙ୍କ ସହ ସୁଟିଂ କରିବୁ । ଆଉ ପରେ ଅଭିନେତା ହର୍ଷ ଛାୟା, ଗୌତମି କପୁର, ଶାଦ୍ ରନ୍ଧୱା, ଅନୁପ ସୋନି ଏବଂ ସାହିଲ ଫିଲ୍ମରେ ସାମିଲ ହେବେ ।’

ଲକ୍ଷ୍ନୌର ଇତିହାସକ ସ୍ଥାନ ସହ କିଛି କଲେଜରେ ଫିଲ୍ମର ସୁଟିଂ କରାଯିବ । ସେହିପରି ଭିଡ ଜମୁନଥିବା ସ୍ଥାନରେ ଫିଲ୍ମର ସୁଟିଂ ସୁରକ୍ଷିତ ରୂପେ କରିବାକୁ ଚାହୁଁଛନ୍ତି ମେକର୍ସ । କେବଳ କାଷ୍ଟ ଓ କ୍ରୁଙ୍କ ଉପସ୍ଥିତରେ ସୁଟିଂ ହେବ ବୋଲି କହିଛନ୍ତି ମିଲାପ ।

ପ୍ରକାଶ ଥାଉକି ନିଖିଲ ଆଡଭାନୀଙ୍କ ସହ ମିଶି ଭୂଷଣ କୁମାର ‘ସତ୍ୟମେବ ଜୟତେ 2’ର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି । ଫିଲ୍ମକୁ ଆସନ୍ତା ବର୍ଷ ମେ 12ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.