ମୁମ୍ବାଇ: ଶୁକ୍ରବାର ଦିନ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବାକୁ କୁହାଯାଇଥିବା ବେଳେ ଦ୍ବିତୀୟ ଥର ପଚରାଉଚରା ପାଇଁ ତାଙ୍କ ପ୍ରେମିକା ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଡକାଯାଇଛି । ଏନସିବିର ସମୀର ୱାନକେଡେ ଏହି ମାମଲାରେ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପୁନଃର୍ବାର ଗାବ୍ରିଏଲାଙ୍କୁ ଡକାଯାଇଛି । ଆମେ ବର୍ତ୍ତମାନ ଅର୍ଜୁନଙ୍କୁ ଶୁକ୍ରବାର ଦିନ ଏନସିବିରେ ହାଜର ହେବାକୁ କହିଛୁ ।
ସେହିପରି ଗତ 9 ତାରିଖରେ ଏନସିବି ରାମପାଲଙ୍କ ଘରରେ ଚଢାଉ କରିଥିଲା । ପୂର୍ବରୁ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍ଙ୍କ ବାସଭବନରୁ ଡ୍ରଗ୍ସ ଜବତ କରିବା ପରେ ଏନସିବି ଦ୍ବାରା ତାଙ୍କୁ ଗିରଫ କରାଯାଇଥିଲା ।
ପ୍ରକାଶ ଥାଉକି, ଅର୍ଜୁନ ଏବଂ ଗାବ୍ରିଏଲାଙ୍କ ଯାଞ୍ଚ କରିବା ପୂର୍ବରୁ ଏନସିବି ଟିମ୍ ଫିଲ୍ମ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରେ ଚଢାଉ କରିଥିଲେ ଯାହା ପରେ ତାଙ୍କ ପତ୍ନୀ ଶବାନା ସୈଦଙ୍କୁ ଗିରଫ କରାଯାଇଥିଲା । ଡ୍ରଗ୍ସ କନେକ୍ସନ ମାମଲାରେ ଅନେକ ସେଲିବ୍ରିଟିଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଲାଣି ଏନସିବି ।