ETV Bharat / sitara

ଅର୍ଜୁନଙ୍କୁ ଘାରିଛି ଗରିବ ପିଲାଙ୍କ ଚିନ୍ତା

ପ୍ରତି ମାସରେ 1 ହଜାର ପିଲାଙ୍କୁ ଖାଦ୍ୟ ଯୋଗାଉଛି ଅର୍ଜୁନଙ୍କ ଦ୍ବାରା ଗଠିତ ହୋଇଥିବା ତାଙ୍କ ଖାଦ୍ୟ ଷ୍ଟାର୍ଟ ଅପ୍ ଉଦ୍ୟୋଗ । ଯାହା ଉପରେ ଏବେ ପ୍ରତିକ୍ରିୟା ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Nov 24, 2020, 8:35 AM IST

ମୁମ୍ବାଇ: ଏବେ ଧର୍ମଶାଳାରେ ସୈଫ ଅଲ୍ଲୀ ଖାନଙ୍କ ସହ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ‘ଭୂତ ପୋଲିସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଟ୍ରିପରେ ତାଙ୍କ ସହ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରୋ ମଧ୍ୟ ସାମିଲ ଅଛନ୍ତି । ତାଙ୍କର ଅନେକ ଫଟୋ ଭାଇରାଲ ମଧ୍ୟ ହୋଇସାରିଛି । ଇତିମଧ୍ୟରେ ଅର୍ଜୁନ ତାଙ୍କ ଖାଦ୍ୟ ଷ୍ଟାର୍ଟ ଅପ୍ ଉଦ୍ୟୋଗ ବିଷୟରେ ଆଲୋଚନା କରିଛନ୍ତି । ଯାହା ପ୍ରତି ମାସରେ ଏକ ହଜାର ପିଲାଙ୍କୁ ଖାଦ୍ୟ ଯୋଗାଉଛି ।

ତାଙ୍କ ଅନୁଯାୟୀ, ‘ପିଲାମାନେ ଭୋକରେ ରହିବା ଉଚିତ୍ ନୁହେଁ କିମ୍ବା ପୁଷ୍ଟିହୀନତାର ଶିକାର ହେବା ଠିକ୍ କଥା ନୁହେଁ । ମହାମାରୀ ଆମ ସମାଜରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏବଂ ପିଲାମାନେ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ପରିବାର ପାଇଁ ହଠାତ୍ ଆୟର କ୍ଷତି, ବିଶେଷକରି ଯେଉଁଠାରେ ପୁରୁଷମାନେ କେବଳ ରୋଜଗାର କରନ୍ତି, ମହାମାରୀ ପାଇଁ ଅନେକ ପିଲାଙ୍କୁ କ୍ଷତି ପହଞ୍ଚିଛି । ମୋର ଭେଞ୍ଚର ଫୁଡକ୍ଲାଉଡ ଦ୍ବାରା ଆମେ ଚେଷ୍ଟା ଚଳାଇଛୁ ଯେ ସବୁ ପିଲାଙ୍କ ପାଖରେ ପୁଷ୍ଟିସାର ଖାଦ୍ୟ ପହଞ୍ଚାଇବା ପାଇଁ । କୌଣସି ପିଲା ଭୋକରେ ରହିବା କଥା ନୁହେଁ । କାରଣ ସେମାନେ ଆମ ଦେଶର ଭବିଷ୍ୟତ ।’

ଏହାବ୍ୟତୀତ ଯଦି ତାଙ୍କ ଫିଲ୍ମ ‘ଭୂତ ପୋଲିସ’ ବିଷୟରେ କଥା ହେବା ତେବେ ତାଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ୟାମୀ ଗୌତମ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ପୱନ କ୍ରିପାଲାନି । ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.