ETV Bharat / sitara

କୋରୋନା ମୁକ୍ତ ହେଲେ ଅର୍ଜୁନ କପୁର

author img

By

Published : Oct 7, 2020, 12:40 PM IST

ସୁସ୍ଥ ହେବା ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଲେ ଅର୍ଜୁନ । ସେପ୍ଟେମ୍ବର 6 ତାରିଖରେ ସେ କୋରୋନା ସଂକ୍ରମିତ ହେବା କଥା ଜଣାଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ:ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ବର୍ତ୍ତମାନ ସୁସ୍ଥ ଅଛନ୍ତି ସେ । କୋରୋନାକୁ ହରାଇ ଥିବାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ଏହାସହ ସେ ସମସ୍ତଙ୍କୁ ଜଣାଇଛନ୍ତି କୋରୋନାରୁ ମୁକ୍ତ ହେବା ପରେ ସେ କିପରି ଅନୁଭବ କରୁଛନ୍ତି ।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଅର୍ଜୁନ ଲେଖିଛନ୍ତି, ‘ମୁଁ ଏହା ଜାଣି ଖୁସି ଅନୁଭବ କରୁଛି ଯେ ମୋ କୋରୋନା ଟେଷ୍ଟ ନେଗେଟିଭ ଆସିଛି । ପୁରା ସୁସ୍ଥ ହେବା ପରେ ମୁଁ ଭଲ ଅନୁଭବ କରୁଛି । ଆଉ କାମକୁ ଫେରିବାକୁ ମଧ୍ୟ ଉତ୍ସାହିତ ଅଛି। ଧନ୍ୟବାଦ ଆପଣଙ୍କ ଶୁଭକାମନା ଏବଂ ସକରାତ୍ମକ ଶକ୍ତି ପାଇଁ । ଏହି ଭାଇରସ ଗମ୍ଭୀର, ତେଣୁ ମୁଁ ଏହାକୁ ସମସ୍ତଙ୍କୁ ଗମ୍ଭୀରତାର ସହିତ ନେବାକୁ ଅନୁରୋଧ କରୁଛି । ଲୋକମାନେ ବୁଝିବା ଉଚିତ୍ ଯେ କୋରୋନା ଉଭୟ ବୟସ୍କ ଏବଂ ପିଲାଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ ଦୟାକରି ସବୁବେଳେ ମାସ୍କ ପିନ୍ଧନ୍ତୁ।’

ସେହିପରି ବିଏମସିକୁ ଧନ୍ୟବାଦ ସୋସିଆଲ ମିଡିଆରେ ଜଣାଇଛନ୍ତି ଅର୍ଜୁନ । ପ୍ରକାଶ ଥାଉକି ଗତ ମାସ 6 ତାରିଖରେ ଅର୍ଜୁନ ଏକ ପୋଷ୍ଟ ଜରିଆରେ ନିଜ କୋରୋନା ପଜିଟିଭ କଥା ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.