ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ର ସୁଟିଂ ଧର୍ମଶାଳାରେ କରୁଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ, ଜ୍ୟାକଲିନ ଫର୍ଣ୍ଣାଡେଜ ଓ ୟାମୀ ଗୌତମ ନଜର ଆସିବେ । ସେପଟେ ଆଉଟଡୋର ସୁଟିଂ ଅର୍ଜୁନଙ୍କ ମନକୁ ରିଫ୍ରେଶ କରିଛି । କାରଣ ଲକଡାଉନ ସମୟ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କଠିନଭରା ଥିଲା । ଆଉ ସବୁ କଳାକାର ନିଜ ନିଜ ଘରେ ରହି ବିରକ୍ତ ହୋଇଯାଇଥିଲେ ।
ଏହି ରିଫ୍ରେଶିଂ ବିଷୟରେ ଆଲୋଚନା କରି ଅର୍ଜୁନ କହିଛନ୍ତି, ‘ଆଉଟଡୋର ସୁଟିଂ ପ୍ରକୃତରେ ରିଫ୍ରେଶିଂଭରା । ଯେତେବେଳେ ମହାମାରୀ ଆରମ୍ଭ ହେଲା ଏବଂ ଦେଶକୁ ଲକଡାଉନ କରାଗଲା ସେତେବେଳେ ଏହା ଆମ ଇଣ୍ଡଷ୍ଟ୍ରି ପାଇଁ କଠିନ ଥିଲା । ମୁଁ ପ୍ରକୃତରେ ଖୁସି ଯେ ଇଣ୍ଡଷ୍ଟ୍ରି ପୁଣିଥରେ ନିଜ ପଥ ପାଇବା ସହ ଅତି ଯତ୍ନର ସହିତ ସୁଟିଂ କରୁଛି । ଜିନିଷଗୁଡିକ ପୁନଃ ଆରମ୍ଭ କରିବା ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା ପ୍ରୟୋଗ କରିବାକୁ ପଡିବ । ’
ଏହାସହ ସେ ପ୍ରଯୋଜକ ରମେଶ ତୌରାନି ଏବଂ ଅକ୍ଷସାଇ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି, ‘ମୁଁ ଖୁସି ଯେ ଆମେ ଏକ ବାୟୋ-ବବଲ୍ ହାସଲ କରିବାରେ ସକ୍ଷମ ହୋଇଛୁ କାରଣ ଆମେ ଆମର ଫିଲ୍ମ ପାଇଁ ବିଭିନ୍ନ ସ୍ଥାନକୁ ଯାଉଛୁ ଏବଂ ଯେତେବେଳେ ଆପଣ ଏହି ଭ୍ରମଣ କରନ୍ତି ସଂକ୍ରମଣର ଆଶଙ୍କା ଅଧିକ ଥାଏ । ମୋର ପ୍ରଯୋଜକ ପ୍ରତ୍ୟେକ କାଷ୍ଟ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷା ଦେବାରେ ଏକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ଏକ ସୁପର ସଫ୍ଟ ସୁଟ୍ ପାଇଁ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ । ଏହାକୁ ସୁଗମ ସୁଟିଂ ଅଭିଜ୍ଞତା କରିଥିବାରୁ ମୁଁ ହିମାଞ୍ଚଳ ପ୍ରଦେଶର ସ୍ଥାନୀୟ ସରକାର ଏବଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ’
@IANS