ETV Bharat / sitara

କୋରୋନା ଭାଇରସକୁ ନେଇ ନିର୍ମାଣ ହେବ ଫିଲ୍ମ, ପ୍ରତିକ୍ରିୟା ରଖିଲେ ରାକେଶ - ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର ହେ’

ସୋସିଆଲ ମିଡିଆର କୋରୋନା ଭାଇରସର ଅନେକ ମିମି ପରେ ଏବେ ଏହି ଭାଇରସ ଉପରେ ନିର୍ମାଣ ହେବ ଫିଲ୍ମ। ଅଧିକା ପଢନ୍ତୁ...

dangerous coronavirus
ଡିଜାଇନ ଫଟୋ
author img

By

Published : Mar 18, 2020, 12:18 PM IST

ମୁମ୍ବାଇ: କୋରୋନା ଭାଇରସର ଭୟ ପୁରା ଦୁନିଆରେ ଦେଖିବାକୁ ମିଳୁଛି । ଦେଶ ବିଦେଶର ଜନସାଧାରଣ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଧିରେ ଧିରେ ବଢିଚାଲିଛି ଏହା ପ୍ରକୋପ । ଭାରତରେ ମଧ୍ୟ ଏଥିରେ ସଂକ୍ରମିତ ହେଲେଣି ଅନେକ ଲୋକ । ସଂକ୍ରମିତ ଲୋକଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଉଛି। ଇତିମଧ୍ୟରେ ଏହାକୁ ନେଇ ବଲିଉଡରେ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି।

ଚର୍ଚ୍ଚା ଜୋର ଧରିଛି ଯେ ଫିଲ୍ମ ପ୍ରଯୋଜକ କୋରୋନା ଭାଇରସ ଉପରେ ଖୁବଶୀଘ୍ର ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସାମିଲ ଅଛି ପ୍ରଡକ୍ସନ ହାଉସ ଇରୋଜ ଇଣ୍ଟରନ୍ୟାସନାଲ। ‘କୋରୋନା ପ୍ୟାର ହେ’ ଟାଇଟଲ ମଧ୍ୟ ରଖାଯାଇଛି । ଯାହା ଫେମସ ନିର୍ମାତା, ଅଭିନେତା ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର ହେ’ ସହ ମିଶୁଛି । ଏହି ଖବରଟି ସାମ୍ନାକୁ ଆସିବା ମାତ୍ରେ ‘କହୋ ନା ପ୍ୟାର ହେ’ ନିର୍ଦ୍ଦେଶକ ରାକେଶ ଆପତ୍ତି ପ୍ରକାଶ କରିଛନ୍ତି।

ସେ ବୟାନ ଦେଇ କହିଛନ୍ତି ଯେ ଏହା ଏମିତି ସ୍ଥିତିର ମଜାକ ଉଡାଯାଉଛି, ଯେଉଁ ସମୟରେ ଏହି ଭାଇରସ ସହ ପୁରା ବିଶ୍ବ ଲଢୁଛି। ଏହା ଫାଲତୁ କାର୍ଯ୍ୟ । ଆମେ ଏପରି ଲୋକଙ୍କୁ ଅଣଦେଖା କରିବା କଥା ଯେଉଁମାନେ ଏହି ପରିସ୍ଥିତିକୁ ବୁଝିପାରୁନାହାଁନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ ଏହି ଦୁଇ ଫିଲ୍ମରେ କୌଣସି ସମାନତା ନାହିଁ। ‘କୋରୋନା ପ୍ୟାର ହେ’ର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ। ଏଥି ନିମନ୍ତେ ସେ ଏହା ଉପରେ କୌଣସି ଆକ୍ସନ ନେଇପାରିବେ ନାହିଁ।

ପ୍ରକାଶ ଥାଉକି 2000ରେ ସୁପରଷ୍ଟାର ହ୍ରିତିକ ରୋଶନ ‘କହୋ ନା ପ୍ୟାର ହେ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଅମୀଷା ପଟେଲ । ବକ୍ସ ଅଫିସରେ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଯାହାଦ୍ବାରା ରାତାରାତି ଫେମସ ଷ୍ଟାର ସାଜିଥିଲେ ହ୍ରିତିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.