ETV Bharat / sitara

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ମହେଶ - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

ସୋସିଆଲ ମିଡିଆରେ ବୁଧବାର ଏକ ପୋଷ୍ଟ କରି ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କଲେ ମହେଶ । ନିକଟରେ ତାଙ୍କ ଉପରେ ଯୌନ ଶୋଷଣ କରୁଥିବା କମ୍ପାନୀଙ୍କୁ ସମର୍ଥନ କରିବା ଅଭିଯୋଗ ଲଗାଇଥିଲା ମହିଳା ଆୟୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 20, 2020, 2:48 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଫେମସ ନିର୍ମାତା ମହେଶ ଭଟ୍ଟଙ୍କୁ ସମାଲୋଚନା ଶିକାର ହେବାକୁ ପଡୁଛି । ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଇତିମଧ୍ୟରେ ପୁଣି ସମସ୍ୟା ଘେରରେ ଫସୁଥିବାର ନଜର ଆସୁଛନ୍ତି ମହେଶ । କାରଣ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ରେଖା ଶର୍ମା ନିକଟରେ ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ମହେଶଙ୍କ ବ୍ୟତୀତ ମୌନୀ ରାୟ, ଉର୍ବଶୀ ରୌତେଲା, ରଣବିଜୟ ସିଂ ଓ ପ୍ରିନ୍ସ ନରୁଲାଙ୍କ ନାଁରେ ଯୌନ ଶୋଷଣ କରିବା ସହ ମଡଲିଂ ଫର୍ମକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି ।

ଯେଉଁଥିପାଇଁ ଏମାନଙ୍କୁ ଲିଗାଲ ନୋଟିସ୍ ମଧ୍ୟ ପଠାଯାଇଛି । ସେପଟେ ମହେଶ ଓ ତାଙ୍କ ହୋମ ପ୍ରଡକ୍ସନ ବିଶେଷ ଫିଲ୍ମସ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ମହେଶଙ୍କ ଆଇଏଜି ଭେଞ୍ଚର୍ସ କମ୍ପାନୀ ସହ କୌଣସି ସମ୍ପର୍କ ନାହିଁ । ତାଙ୍କ ନାମ ବିନା ଅନୁମତିରେ କମ୍ପାନୀ ବ୍ୟବହାର କରିଛି ।

ସେହିପରି ମହେଶ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ରାଷ୍ଟ୍ରୀୟ ମହିଳା ଆୟୋଗକୁ ସଲାମ କରୁଛି । ସେମାନେ ଏପରି କିଛି ସଂସ୍ଥାର ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି । ଯେଉଁ ସଂସ୍ଥା ଇଣ୍ଡଷ୍ଟ୍ରିରେ ମହିଳାଙ୍କ ସହ ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଛନ୍ତି । ଏହି କଥା ପାଇଁ ମୁଁ ମହିଳା ଆୟୋଗର ଋଣି ରହିବି। ମୁଁ ଆଜି ନିଜ ଉପରେ ଲାଗିଥିବା ଅଭିଯୋଗ ପାଇଁ ଆୟୋଗ ସାମ୍ନାରେ ଉପସ୍ଥିତ ହୋଇଛି । ଏଇଏମଜି ଭେଞ୍ଚର୍ସ ନମ୍ବେଭର 2020ର ନିଜ ପ୍ରମୋଶନାଲ ଇଭେଣ୍ଟ ମିଷ୍ଟର ଓ ମିସେସ ଗ୍ଲାମର 2020ରେ ମୋ ନାମ ବ୍ୟବହାର କରିଛି । ଆଉ ମତେ ନିମନ୍ତ୍ରଣ ଦେଇଥିଲା ଇଭେଣ୍ଟରେ ଯୋଗ ଦେବାକୁ । ମୁଁ ଆୟୋଗର ଚେୟରପର୍ସନଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମତେ ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ପାଇଁ ନିମନ୍ତ୍ରଣ ଦିଆଯାଇଥିଲା । ଯେଉଁଥିରେ ମୋର କୌଣଶି ସମ୍ପର୍କ ନାହିଁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.