ETV Bharat / sitara

ଡ୍ରଗ୍ସ ମାମଲା: ବୁଧବାର ଏନସିବି ଅଫିସରେ ହାଜର ହେବେ ଅର୍ଜୁନ-ଗାବ୍ରିଏଲା

author img

By

Published : Nov 11, 2020, 11:30 AM IST

ଆଜି ଏନସିବି ଅଫିସକୁ ବୟାନ ଦେବାକୁ ଯିବେ ଗାର୍ଲଫ୍ରେଣ୍ଡଙ୍କ ସହ ଅର୍ଜୁନ । ପୂର୍ବରୁ ଡ୍ରଗ୍ସ ମାମଲାରେ ତାଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିସାରିଛି ଏନସିବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ କନେକ୍ସର ଯାଞ୍ଚରେ କ୍ରମାଗତ ଭାବେ ଲାଗିଛି ଏନସିବି । ବଲିଉଡ ସେଲବ୍ରିଟିଙ୍କ ଛାନଭିନ କରାଯାଉଛି । ଏହି କ୍ରମରେ ଏନସିବି ଡ୍ରଗ୍ସ ସହ ସମ୍ପୃକ୍ତ ଥିବା ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଆଜି ଅଫିସ ଡକାଇଛି । ସୋମବାର ଅର୍ଜୁନଙ୍କ ଘରେ ଏନସିବି ଚଢାଉ କରିଥିଲା । ଯାହାପରେ ତାଙ୍କୁ ସମନ ମଧ୍ୟ ପଠାଯାଇଥିଲା । ବୁଧବାର ଦିନ ହାଜର ହେବାକୁ ଏନସିବି ଦ୍ବାରା ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କୁ ମଧ୍ୟ ଡକାଯାଇଛି । ନିକଟରେ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

ସେହିପରି ରବିବାର ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରେ ଚଢାଉ କରାଯିବା ପରେ ତାଙ୍କ ପତ୍ନୀ ଶବାନା ସୈଏଦଙ୍କୁ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା । ଶବାନାଙ୍କୁ ନଭେମ୍ବର 23 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି । ଡ୍ରଗ୍ସ ବେପାରୀ ଏବଂ ଯୋଗାଣକାରୀ ଅଭିଯୋଗରେ ରବିବାର ସୈଏଦଙ୍କ ସହ ଅନ୍ୟ 4 ଜଣଙ୍କୁ ଗିରଫ କରାଯାଇଥିଲା ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କ୍ରୟ ଅଭିଯୋଗରେ ପ୍ରାୟ ଏକ ମାସ ଜେଲରେ ରହିବା ପରେ ରିଆ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.