ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: NCBର ଦୁଇ ଅଧିକାରୀ ନିଲମ୍ବିତ

author img

By

Published : Dec 3, 2020, 12:19 PM IST

ଡ୍ରଗ୍ସ ମାମଲାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କିଛି ସେଲିବ୍ରିଟିଙ୍କ ପାଇଁ ଏନିସିବିର ଦୁଇ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିଜର ଦୁଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ତାଙ୍କ ସ୍ବାମୀ ହର୍ଷ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଜାମିନ ଦେବାରେ ସେମାନଙ୍କର ଭୂମିକା ସନ୍ଦେହଜନକ ଥିବା ନେଇ ମୁମ୍ବାଇ ଏନସିବିର ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଏହା ବ୍ୟତୀତ ଏନସିବି ଓକିଲଙ୍କ ଭୂମିକାର ଯାଞ୍ଚ ମଧ୍ୟ କରୁଛି । କାରଣ ସେଲିବ୍ରିଟିଙ୍କ ଜାମିନର ଶୁଣାଣି ସମୟରେ ଓକିଲମାନେ ହାଜର ହୋଇପାରିନଥିଲେ । ଏହି ଉଭୟ ଅଧିକାରୀଙ୍କ ଉପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଥାଉକି ନିକଟରେ ଭାରତୀଙ୍କ ଘର ଓ ଅଫିସରେ ଛାନଭିନ କରିଥିଲା ଏନସିବି । ଆଉ ଏହି ଯାଞ୍ଚରେ ଟିମକୁ ଘରୁ 86.5 ଗ୍ରାମ ଗଞ୍ଜେଇ ମିଳିଥିଲା । ଭାରତୀ ଓ ହର୍ଷଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ଏଯାବତ ଏନସିବିର ଜେରା ହୋଇସାରିଲେଣି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.