ETV Bharat / sitara

ରିଆଙ୍କ ଜାମିନ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଏନସିବି

author img

By

Published : Mar 16, 2021, 9:26 AM IST

ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି ଏନସିବି । ରିଆଙ୍କ ଜାମିନକୁ ଚ୍ୟାଲେଞ୍ଜ କଲା ଏଜେନ୍ସି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରିବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବରରେ ଜଷ୍ଟିସ୍ ସାରଙ୍ଗ କୋଟୱାଲ 34 ବର୍ଷିୟ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ସହ ଜଡିତ ଥିବା ଡ୍ରଗ୍ ମାମଲାରେ ରିଆଙ୍କୁ ଜାମିନ ପ୍ରଦାନ କରିଥିଲେ।

ସୋମବାର ବମ୍ବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି ଏଜେନ୍ସି। ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା 18 ତାରିଖରେ ହେବ। ଗତ ବର୍ଷ ଜୁନ 14ରେ ମୁମ୍ବାଇ ସ୍ଥିତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ମୃତ୍ୟୁର ଯାଞ୍ଚ ମଧ୍ୟରେ ବଲିଉଡରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଥିଲା । ଯାହାର ଯାଞ୍ଚ ଏଯାବତ କରୁଛି ଏନସିବି । ସେପଟେ ଏହି ମାମଲାରେ ଏଯାବତ ଅନେକ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିସାରିଛି ।

ସେହିପରି ଗତ ବର୍ଷ ରିଆ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ଦୁଇ ଭାଇ-ଭଉଣୀଙ୍କୁ ଏକ ମାସ ଜେଲରେ ରଖିବା ପରେ ଜାମିନ ମିଳିଥିଲା । ନିକଟରେ ଏନସିବି ତରଫରୁ ଏକ ଚାର୍ଜସିଟ୍ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା । ଯେଉଁଥିରେ 33 ଅଭିଯୁକ୍ତଙ୍କ ନାଁ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.