ETV Bharat / sitara

ଡ୍ରଗ୍ସ ମାମଲା: ଅର୍ଜୁନଙ୍କ ଘରେ ଏନସିବିର ଚଢାଉ

author img

By

Published : Nov 9, 2020, 1:38 PM IST

ସମସ୍ୟା ଘେରରେ ଅର୍ଜୁନ ରାମପାଲ । ସମ୍ପର୍କୀୟଙ୍କ ପାଇଁ ହେଲେ ହଟହଟା । ଡ୍ରଗ୍ସ ଲିଙ୍କ୍ ମାମଲାରେ ତାଙ୍କ ଘରେ ଏନସିବିର ଛାନଭିନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗ୍ରାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଆଗିସିଲାଓସଙ୍କୁ ଗିରଫ କରିଥିଲା । ଆଉ ଏବେ ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିଛି ଏନସିବି ।

ରବିବାର ଫେମସ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସୈଦଙ୍କ ସହ ଚାରି ଜଣ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଥିଲା ଏନସିବି । ଆଉ ଏବେ ନିର୍ମାତା ଫିରୋଜଙ୍କୁ ସମନ ପଠାଯାଇଛି ।

ଏଯାବତ ଏହି ମାମଲାରେ ଅନେକ ସେଲିବ୍ରିଟିଙ୍କ ନାମ ଆସିସାରିଲାଣି । ଆଉ ଅନେକଙ୍କ ଘରେ ମଧ୍ୟ ଚଢାଉ କରି ଏନସିବି ଗଞ୍ଜେଇ ଜବତ କରିଛି । ଏହି କ୍ରମରେ ସାମିଲ ଅଛନ୍ତି ଦୀପିକା ପାଦୁକୋନଙ୍କ ଏକ୍ସ ମ୍ୟାନେଜର କରିସ୍ମା ପ୍ରକାଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.