ETV Bharat / sitara

ଡ୍ରଗ୍ସ ମାମଲା: ଏନସିବିର ଯାଞ୍ଚ ଉପରେ ପ୍ରତିକ୍ରିୟା ରଖିଲେ ଅର୍ଜୁନ

author img

By

Published : Nov 14, 2020, 10:04 AM IST

ଶୁକ୍ରବାର ପାଖାପାଖି 7 ଘଣ୍ଟା ଏନସିବି ଦ୍ବାରା ଜେରା ହୋଇଥିଲେ ଅର୍ଜୁନ । ଏବେ ସାମ୍ନାକୁ ଆସିଛି ଡ୍ରଗ୍ସ ମାମଲାରେ ତାଙ୍କ ପ୍ରତିକ୍ରିୟା । ଏନସିବି ଯାଞ୍ଚକୁ କହିଲେ ଭଲ କାମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଯାଞ୍ଚ କରିସାରିଲାଣି ଏନସିବି । ସେହିପରି ଶୁକ୍ରବାର ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ଦ୍ବିତୀୟଥର ନିଜ ବୟାନ ରେକର୍ଡ କରିଥିଲେ । ତାଙ୍କୁ ସକାଳ 11 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିବା ବେଳେ ଗୁରୁବାର ତାଙ୍କ ଗର୍ଲଫ୍ରଣ୍ଡେ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ବୟାନ ନିଆଯାଇଥିଲା ।

ଏହି ଯାଞ୍ଚ ପରେ ଅର୍ଜୁନଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏନସିବି ଯାଞ୍ଚକୁ ସଠିକ୍ କହି ଜଣାଇଛନ୍ତି, ‘ଡ୍ରଗ୍ସ ସହିତ ମୋର କୌଣସି ସମ୍ପର୍କ ନାହିଁ । ପଚରାଉଚରା ପରେ ଏନସିବି ମଧ୍ୟ ଏହା ଉପରେ ନିଶ୍ଚିତ । ଏନସିବି ଏହି ମାମଲା ସହ ଜଡିତ ଲୋକଙ୍କୁ ପଚାରୁଛି । ଏନସିବି ଟିମ ଭଲ କାମ କରୁଛି ।’

ପ୍ରକାଶ ଥାଉକି ଅର୍ଜୁନଙ୍କ ବନ୍ଧୁ ପଲ୍ ବାର୍ଟେଲଙ୍କୁ ଗିରଫ କରାଯାଇଥିଲା । 25 ତାରିଖ ପର୍ଯ୍ୟନ୍ତ ବାର୍ଟେଲଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.