ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଏନଡିପିଏସ କୋର୍ଟରେ ଜାମିନ ଆବେଦନ କଲେ ରିଆଙ୍କ ଭାଇ

author img

By

Published : Nov 7, 2020, 12:40 PM IST

ନିକଟରେ ଡ୍ରଗ୍ସ କନେକ୍ସରେ ଲିଙ୍କ ଥିବା ସୌଭିକଙ୍କ ଜାମିନ ଯାଚିକା ଖାରଜ କରିଥିଲେ ବମ୍ବେ ହାଇକୋର୍ଟ । ଏବେ ପୁଣିଥରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ଅଧିକ ପଡନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଜାମିନ ଆବେଦନ କରିଛନ୍ତି। ସେ ଏହି ଆବେଦନକୁ ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିଛନ୍ତି ବୋଲି ଚର୍ଚ୍ଚା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୌଭିକଙ୍କୁ ଏକ ମାସ ପୂର୍ବେ ରିଆଙ୍କ ସହ ଗିରଫ କରିଥିଲା। ରିଆଙ୍କୁ ଜାମିନ ମିଳିଥିବା ବେଳେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏନେଇ ସେ ପୁଣି ଆବେଦନ ଦଖଲ କରିଛନ୍ତି ।

ଏନସିବି ଅଗଷ୍ଟ 26 ରେ ସୌଭିକ ଏବଂ ଅନ୍ୟମାନଙ୍କ ନାମରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମର ବିଭିନ୍ନ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଥିଲା। ଡ୍ରଗ୍ସ କନେକସନ ଆସିବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏନସିବିକୁ ଏହି ଘଟଣାର ତଦନ୍ତ କରିବାକୁ କହିଛି।

ସେପଟେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ତନାଘନ ଯାଞ୍ଚ କ୍ରମାଗତ ଭାବେ କରିଆସୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.