ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଏନସିବି ଅଫିସରେ ପହଞ୍ଚିଲେ ଅର୍ଜୁନ ରାମପାଲ

author img

By

Published : Nov 13, 2020, 12:17 PM IST

କିଛି ଦିନରୁ ଅର୍ଜୁନ ଏନସିବି ଦ୍ବାରା ହଟହଟା ହୋଇଆସୁଛନ୍ତି । ବଲିଉଡ ଡ୍ରଗ୍ସ ମାମଲାରେ ତାଙ୍କୁ ମଧ୍ୟ ପଚରାଉଚରା କରୁଛି ଏନସିବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ କନେକ୍ସର ଯାଞ୍ଚ କ୍ରମାଗତ ଭାବେ କରୁଛି ଏନସିବି । ଏଯାବତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ ହୋଇସାରିଲାଣି । ଆଉ ଏବେ ଏନସିବିର ଜେରା ହେଉଛନ୍ତି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ । କାରଣ ନିକଟରେ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଏହାପରେ ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଏନସିବି ଚଢାଉ କରିଥିଲା । ସେପଟେ ଦ୍ବିତୀୟ ଥର ବୟାନ ଦେବାକୁ ଏନସିବି ଅଫିସରେ ଶୁକ୍ରବାର ଅର୍ଜୁନ ପହଞ୍ଚିଥିବା ବେଳେ ଗୁରୁବାର ଗାବ୍ରିଏଲାଙ୍କ ବୟାନ ନିଆଯାଇଥିଲା ।

ଏହି ଯୋଡିଙ୍କ ବ୍ୟତୀତ ନିକଟରେ ଫେମସ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସୈଏଦଙ୍କ ସହ ଚାରି ଜଣ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଥିଲା ଏନସିବି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ଆଗିସିଲାଓସଙ୍କୁ ଗିରଫ ପରେ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଡ୍ରଗ୍ସ ସିଣ୍ଡିକେଟର ଏକ ଅଂଶ ଅଛନ୍ତି ଏମାନେ । ସେହିପରି ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କ୍ରୟ ଅଭିଯୋଗରେ ପ୍ରାୟ ଏକ ମାସ ଜେଲରେ ରହିବା ପରେ ରିଆଙ୍କୁ ଜାମିନ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.