ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: ପତ୍ନୀଙ୍କୁ ଗିରଫ ପରେ ଫିରୋଜଙ୍କୁ ଏନସିବିର ସମନ

author img

By

Published : Nov 9, 2020, 12:27 PM IST

ବଢିଚାଲିଛି ବଲିଉଡ ସେଲିବ୍ରିଟିଙ୍କ ସମସ୍ୟା । ଧିରେ ଧିରେ କରି ଡ୍ରଗ୍ସ ମାମଲାରେ ସାମିଲ ହେଲାଣି ଅନେକ ନାମ । ଏବେ ନିର୍ମାତା ଫିରୋଜଙ୍କୁ ମିଳିଲା ଏମସିବିର ସମନ । ରବିବାର ଗିରଫ ହୋଇଛନ୍ତି ପତ୍ନୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏଯାବତ ଯାଞ୍ଚ କରୁଛି । ଏହି ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ନିକଟରେ ରିଆଙ୍କୁ ଜାମିନ ମିଳିଥିବା ବେଳେ ସୌଭିକଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ବମ୍ବେ ହାଇକୋର୍ଟ । ହେଲେ ବଲିଉଡରେ ଡ୍ରଗ୍ସ ଲିଙ୍କରେ ସାମିଲ ଥିବା ସେଲିବ୍ରିଟିଙ୍କ ସଂଖ୍ୟା ବଢିଚାଲିଛି ।

ରବିବାର ଫେମସ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସୈଦଙ୍କ ସହ ଚାରି ଜଣ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଥିଲା ଏନସିବି । ଆଉ ଏବେ ନିର୍ମାତାଙ୍କୁ ସମନ ପଠାଯାଇଛି । ସେପଟେ ତାଙ୍କ ପତ୍ନୀଙ୍କ ଡାକ୍ତରୀ ପରୀକ୍ଷା ସୋମବାର କରାଯିବ ବୋଲି ଏନସିବି ତରଫରୁ ସୂଚନା ଦିଆଯାଇଛି ।

  • Mumbai: Film producer Firoz Nadiadwala's wife and four drug peddlers who were arrested by Narcotics Control Bureau in a drug-related case yesterday, being taken for their medical examination

    Narcotics Control Bureau (NCB) has also summoned Firoz Nadiadwala pic.twitter.com/ooEZxbpgls

    — ANI (@ANI) November 9, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ନିକଟରେ ଏନସିବି ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରେ ଡ୍ରଗ୍ସ ଜବତ କରିଥିଲା । ତାଙ୍କ ଘରେ ଚଢାଉ କରାଯିବା ପରେ ଏନସିବି ଡ୍ରଗ୍ସ ପୁନରୁଦ୍ଧାରକୁ ନିଶ୍ଚିତ କରିଥିଲା । ଆଉ ଏମସିବି ପକ୍ଷରୁ କୁହଯାଇଥିଲା ଯେ ଶନିବାର ଦିନ ଆମେ ପଶ୍ଚିମ ମୁମ୍ବାଇ ଏବଂ ନାଭି ମୁମ୍ବାଇରେ ଡ୍ରଗ୍ସ ମାମଲାରେ ଚଢାଉ କରିଥିଲୁ । ଯେଉଁଠାରେ ବ୍ୟବସାୟିକ ପରିମାଣ, ମେଫେଡ୍ରୋନ ଏବଂ ଅନ୍ୟାନ୍ୟ ଡ୍ରଗ୍ସ ସହ ଗଞ୍ଜେଇ ଜବତ କରିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.