ETV Bharat / sitara

ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ପ୍ରତିକ୍ରିୟା ରଖିଲେ ଏଜାଜ

author img

By

Published : Mar 31, 2021, 10:01 AM IST

ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କ ନାଁ ବଲିଉଡ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଏନସିବି ହାତରେ ଧରାପଡିଛନ୍ତି ଏଜାଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ କ୍ରମାଗତ ଯାଞ୍ଚ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏହି ଡ୍ରଗ୍ସ ମାମଲାରେ ଅଭିନେତା ଏଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମଙ୍ଗଳବାର ସନ୍ଧ୍ୟାରେ ଖାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଗିରଫ କରାଯାଇଥିଲା। ଏହି ପ୍ରସଙ୍ଗରେ ଏଜେନ୍ସି ମୁମ୍ବାଇର ଦୁଇଟି ସ୍ଥାନରେ ଚଢାଉ କରିଥିଲା।

  • Maharashtra: NCB takes actor Ajaz Khan for a medical check-up before producing him before a court in Mumbai for remand.

    "Only 4 sleeping pills were found at my home. My wife has suffered a miscarriage & is using these pills as antidepressants," he says. pic.twitter.com/y3R1UG3wvK

    — ANI (@ANI) March 31, 2021 " class="align-text-top noRightClick twitterSection" data=" ">

ଏଜାଜଙ୍କୁ ରିମାଣ୍ଡରେ ନେଇ ମୁମ୍ବାଇର ଏକ କୋର୍ଟରେ ତାଙ୍କୁ ପ୍ରସ୍ତୁତ କରିବା ପୂର୍ବରୁ ଏନସିବି ଅଭିନେତାଙ୍କୁ ଡାକ୍ତରୀ ଯାଞ୍ଚ କରାଇଛି । ସେପଟେ ଗିରଫ ହେବା ପରେ ଏଜାଜ କହିଛନ୍ତି, ‘ମୋ ଘରେ କେବଳ 4 ଟି ଶୋଇବା ବଟିକା ମିଳିଥିଲା ​​। ମୋ ପତ୍ନୀ ଗର୍ଭବତୀ ଅଛନ୍ତି ଏବଂ ଏହି ବଟିକାକୁ ଆଣ୍ଟିଡିପ୍ରେସାଣ୍ଟ ଭାବରେ ବ୍ୟବହାର କରୁଛନ୍ତି ।’

ପ୍ରକାଶ ଥାଉକି ଗତ ବର୍ଷ ଏପ୍ରିଲରେ ଅଭିନେତାଙ୍କୁ ଅପମାନ, ଘୃଣା ଭାଷଣ ତଥା ନିଷେଧାଦେଶ ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଥିଲା। ସେହିପରି ଜୁଲାଇ 2019ରେ, ସାଇବର ଅପରାଧକୁ ଆଧାର କରି ପୋଲିସ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ତିଆରି ଏବଂ ଅପଲୋଡ୍ କରିବା ମାମଲାରେ ତାଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.