ETV Bharat / sitara

ସୁଶାନ୍ତଙ୍କ ସହ ପରିବାରବାଦକୁ ନେଇ ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ପ୍ରତିକ୍ରିୟା - ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସୁଶାନ୍ତ ଜଣେ ଭଲ ଅଭିନେତା ଥିଲେ । ତାଙ୍କୁ ଫିଲ୍ମର ଅଫର ମିଳୁଥିଲା । ହେଲେ ସେ କରୁନଥିଲେ ବୋଲି ଖୁଲାସା କରିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 11, 2020, 1:53 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲାଗିଆସୁଛି । ଆଉଟସାଇଡର-ଇନସାଇଡରକୁ ନେଇ ବଡ ପ୍ରସଙ୍ଗ ସୃଷ୍ଟି ହୋଇଛି । ଯେଉଁମାନେ ଏହାକୁ ଫେସ୍ କରିସାରିଛନ୍ତି ସେମାନେ ଏହା ଉପରେ ଖୁଲମଖୁଲା କଥା ହେଉଥିବାର ନଜର ଆସୁଛନ୍ତି । ହେଲେ ଯେଉଁମାନେ ଏହାର ସାମ୍ନା କରିନାହାଁନ୍ତି ସେମାନେ ମଧ୍ୟ ଧିରେ ଧିରେ କରି ସାମ୍ନାକୁ ଆସିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଫେମସ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । ସେ ପରିବାରବାଦଠୁ ନେଇ ସୁଶାନ୍ତଙ୍କ ମାମଲାରେ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ, ’ମୁଁ ଜଣେ ଆଉଟସାଇଡର । ହେଲେ ଇଣ୍ଡଷ୍ଟ୍ରି ମୋର ସ୍ବାଗତ କରିଛି । ମୋ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରିରୁ ନୁହେଁ । ଲୋକ ଇନସାଇଡର-ଆଉଟସାଇଡର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଏଠାରେ ସବୁ ଟ୍ୟାଲେଣ୍ଟେଡ ଲୋକଙ୍କ ସ୍ବାଗତ କରାଯାଏ । ଏମିତି ବହୁତ କମ ହୁଏ ଯେ ଲୋକେ ଗ୍ୟାଙ୍ଗ ନିର୍ମାଣ କରି କାହାରି କ୍ୟାରିୟରକୁ ନଷ୍ଟ କରିଦିଅନ୍ତି । ନହଲେ କାହାର କାମ ଛଡାଇ ନିଅନ୍ତି । ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ କାହାରିକୁ ଜଣାନାହିଁ । ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ । ତାଙ୍କୁ ଫିଲ୍ମର ଅଫର ମିଳୁଥିଲା । ହେଲେ ସେ ଫିଲ୍ମକୁ ରିଜେକ୍ଟ କରୁଥିଲେ । ତାଙ୍କର କିଛି ଭିନ୍ନ ପସନ୍ଦ ଥିଲା । ସୁଶାନ୍ତ ଜଣେ ଭଲ ଷ୍ଟାର ଥିଲେ । ସେ ନିଜ ଅଭିନୀତ ଫିଲ୍ମ ନିଜ ନାମରେ ସଫଳ କରିପାରିଥାଆନ୍ତେ । ହେଲେ ତାଙ୍କ ସହ ଯାହା ହେଉଛି ତାହା ବହୁତ ଦୁଃଖଦ କଥା । ନ୍ୟାସନାଲ ଟେଲିଭିଜନରେ ତାଙ୍କ ପ୍ରସଙ୍ଗ ଉପରେ ସବୁବେଳେ କଥା ହେବାର କୌଣସି ଆବଶ୍ୟକ ନାହିଁ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.