ETV Bharat / sitara

YearEnder 2021: ବଲିଉଡ ଡାଏରୀରେ ବିବାଦୀୟ ଫର୍ଦ୍ଦ, ଫସିଲେ ଆର୍ଯ୍ୟନ-କୁନ୍ଦ୍ରାଙ୍କ ଖେଳ ଖତମ୍ !

author img

By

Published : Dec 28, 2021, 7:01 AM IST

Updated : Dec 28, 2021, 4:06 PM IST

ସରି ଆସୁଛି 'ବର୍ଷ ୨୦୨୧' । ଆଉ କେଇଟା ଦିନ ପରେ ଏହି ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ଜଣାଇବ ବିଶ୍ବ । ୨୦୨୧ କିଛି ଭଲ ଓ ମନ୍ଦ ସମୟର ଛାପ ଛାଡି ଯାଉଥିବା ବେଳେ ବଲିଉଡ଼ ଜଗତ ପାଇଁ ଏହା ଥିଲା ବିବାଦୀୟ । ଅନେକ ବିବାଦର ଜାଲରେ ଛନ୍ଦି ହୋଇପଡ଼ିଥିଲା ମାୟାନଗରୀ । ED, NCB, ଥାନାର ଚକ୍କର କାଟିଥିଲେ ଅନେକ ସେଲିବ୍ସ । କାହାର ଟ୍ବିଟର ଆକାଉଣ୍ଟକୁ ହଟାଯାଇଥିଲା ତ କାହା ଘରେ ପଶିଥିଲା NCB । ବଲିଉଡ଼ ପାଇଁ ଏହି ବର୍ଷ ଥିଲା ଅଧିକ ଖଟ୍ଟା ଟିକେ ମିଠା । ଏହି ବର୍ଷ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଫସିଥିବା ବେଳେ ସେପଟେ ସବୁଦିନ ପାଇଁ କୁନ୍ଦ୍ରାଙ୍କ ଖେଳ ହୋଇଥିଲା ଖତମ୍‌ । ତେବେ ଏହି ସମସ୍ତ ଘଟଣାବଳୀକୁ ନେଇ ଆସନ୍ତୁ ଓଲଟାଇବା ବଲିଉଡ ଡାଏରୀର ବିବାଦୀୟ ଫର୍ଦ୍ଦ ।

Year Ender 2021: ବଲିଉଡ ଡାଏରୀରେ ବିବାଦୀୟ ଫର୍ଦ୍ଦ, ଫସିଲେ ଆର୍ଯ୍ୟନ-କୁନ୍ଦ୍ରା ଖେଳ ଖତମ୍

ହାଇଦ୍ରାବାଦ: କିଛି ଦିନ ମଧ୍ୟରେ ଶେଷ ହେବାକୁ ବସିଛି 'ବର୍ଷ-୨୦୨୧' । ବର୍ଷଟି ସଭିଙ୍କ ପାଇଁ କିଛି ଭଲ ଓ ଖରାପ ମେମୋରୀ ଛାଡ଼ି ଯାଉଛି । ୨୦୨୧କୁ ବାଏ ବାଏ କହି ସମସ୍ତେ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛନ୍ତି । ଯଦି ଫିଲ୍ମ ଜଗତ ସମ୍ପର୍କରେ ଆଲୋଚନା କରିବା ତେବେ ପୁରା ବର୍ଷ ମଧ୍ୟରେ ନ୍ୟୁଜ ହେଡଲାଇନରେ ରହିଥିଲେ ଅନେକ ବଲିଉଡ଼ ସେଲିବ୍ସ । କଳା ବାଦଲ ଛାଇଗଲା ପରି ତମାମ ବିବାଦରେ ଫସିଥିଲା ବଲିଉଡ଼ ଜଗତ ।

ଗୋଟିଏ ପଟେ ସାରା ଦେଶ କୋରୋନା ମହାମାରୀର ଦ୍ବିତୀୟ ଲହରରେ ସାଧାରଣ ଜୀବନ ଜୀଇଁବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କିଛି ସେଲିବ୍ରିଟିମାନେ ବିବାଦରେ ହୋଇପଡ଼ିଥିଲେ ଅଣନିଶ୍ବାସୀ । ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଚର୍ଚ୍ଚାରେ ରହିଥିଲେ । ଆର୍ଯ୍ୟନ ଖାନଙ୍କଠୁ ଆରମ୍ଭ କରି ସୈଫ ଅଲ୍ଲୀ ଖାନ, ତାପସୀ ପନ୍ନୁ, କଙ୍କନା ରଣାୱତ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନୋରା ଫତେହିଙ୍କ ପରି ସେଲିବ୍ରିଟି ହୋଇପଡିଥିଲେ ବିବାଦୀୟ ।

ନଜର ପକାନ୍ତୁ ବଡ଼ ବଡ଼ କଣ୍ଟ୍ରୋଭର୍ସିରେ ଫସିଥିବା କଳାକାରଙ୍କ ଉପରେ-

ୱେବ ସିରିଜ ' Tandav'କୁ ନେଇ ଫସିଥିଲେ ସୈଫ:-

ୱେବ ସିରିଜ ' Tandav'କୁ ନେଇ ଫସିଥିଲେ ସୈଫ
ୱେବ ସିରିଜ ' Tandav'କୁ ନେଇ ଫସିଥିଲେ ସୈଫ

ବର୍ଷ ଆରମ୍ଭରୁ ହିଁ ବିବାଦରେ ଫସିଥିଲେ ନୱାବ ସୈଫ ଅଲ୍ଲୀ ଖାନ । ସୈଫଙ୍କ ଆମାଜନ ପ୍ରାଇମ ଶୋ' ତାଣ୍ଡବ ମଧ୍ୟ ବିବାଦରେ ଫସିବା ସହିତ ଏହାକୁ ବଏକଟ୍‌ କରିବା ପାଇଁ ମଧ୍ୟ କୁହାଯାଇଥିଲା । ଏହି ୱେବ ସିରିଜର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫ, ପ୍ରଯୋଜକ, ଲେଖକ, ଅଭିନେତା ଓ ଆମାଜନ ଇଣ୍ଡିଆ ଅରିଜିନାଲର ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କ ବିରୋଧରେ ପ୍ରାୟ ୬ଟି ରାଜ୍ୟରୁ ଏକାଧିକ FIR ଦାଏର ହୋଇଥିଲା । ଧାର୍ମିକ ଭାବନାକୁ ସିରିଜରେ ଆଘାତ ପହଞ୍ଚାଇଥିବାରୁ ୱେବ ସିରିଜ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏହାପରେ ଏପରି କରିବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ମେକର୍ସ ସ୍ପଷ୍ଟ କରିଥିଲେ ।

'Rihanna' ସଙ୍ଗ୍‌କୁ ନେଇ କଙ୍ଗନା ଓ ଦିଲଜିତଙ୍କ ଟ୍ବିଟର ଫାଇଟ୍‌:-

'Rihanna' ସଙ୍ଗ୍‌କୁ ନେଇ କଙ୍ଗନା ଓ ଦିଲଜିତଙ୍କ ଟ୍ବିଟର ଫାଇଟ୍‌

ବର୍ଷ ଆରମ୍ଭରୁ ଫେବୃଆରୀ ମାସରେ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଝା ଓ କଙ୍ଗନା ରଣାୱତଙ୍କ ଟ୍ବିଟର ଫାଇଟ ଚର୍ଚ୍ଚାରେ ରହିଥିଲା । କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଆମେରିକାନ ସିଙ୍ଗର୍‌ ରିହାନ୍ନା ଏକ ଟ୍ବିଟର ପୋଷ୍ଟ କରିଥିଲେ । ଏହି ପୋଷ୍ଟଟି ଖୁବ ଭାଇରାଲ ହୋଇଥିଲା । ଏହାକୁ ନେଇ ଦିଲଜିତ 'ରିରି ରିହାନ୍ନା' ନାମରେ ଏକ ଗୀତ ରିଲିଜ କରିଥିଲେ । ଏହାକୁ ନେଇ କଙ୍ଗନା ତାଙ୍କୁ ଟାର୍ଗେଟ କରିଥିଲେ । ଗୋଟିଏ ଗୀତକୁ ତିଆରି କରିବା ପାଇଁ ଅତି କମରେ ଗୋଟିଏ ମାସ ସମୟ ଲାଗୁଥିବା ବେଳେ ଦିଲଜିତ କିପରି ଏହି ଗୀତକୁ ତିଆରି କଲେ । ଏହାପରେ ସେ ଏହାକୁ ଅରିଜିନାଲ କହିବେ ବୋଲି କଟାକ୍ଷ କରିଥିଲେ କଙ୍ଗନା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଟ୍ବିଟର ଫାଇଟ ଦେଖିବାକୁ ମିଳିଥିଲା ।

କରୀନାଙ୍କ ଦ୍ବିତୀୟ ସନ୍ତାନର ନାଁକୁ ନେଇ ବିବାଦ:-

କରୀନାଙ୍କ ଦ୍ବିତୀୟ ସନ୍ତାନର ନାଁକୁ ନେଇ ବିବାଦ

ଫେବୃଆରୀ ମାସର ଶେଷ ଭାଗକୁ କରୀନା ନିଜର ଦ୍ବିତୀୟ ସନ୍ତାନଙ୍କୁ ନେଇ ମଧ୍ୟ ଆସିଥିଲେ ବିବାଦ ଘେରକୁ । କରୀନା ଓ ସୈଫ ନିଜର ଦ୍ବିତୀୟ ସନ୍ତାନର ନାମ ଜାହାଙ୍ଗୀର ଅଲ୍ଲୀ ଖାନ ଦେଇଥିଲେ । ନିଜ ପୁତ୍ରର ନାମ ଜାହାଙ୍ଗୀର ରଖିବାରୁ କରୀନାଙ୍କୁ ଟ୍ରୋଲ କରିଥିଲେ ସୋସିଆଲ ମିଡ଼ିଆ ୟୁଜର୍ସ । ମୋଗଲ ସମ୍ରାଟ ଜାହାଙ୍ଗୀର ଶିଖ ଗୁରୁ ଅର୍ଜନଙ୍କୁ ହତ୍ୟା କରିଥିଲେ । ଏଥିଲାଗି ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହାପରେ ଅଯଥା ବିବାଦରୁ ମୁକୁଳିବା ପାଇଁ ଏହି କପଲ୍‌ ଦ୍ବିତୀୟ ସନ୍ତାନର ନାମକୁ ଛୋଟ କରି 'Jeh' ରଖିଥିଲେ ।

ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ ଗିରଫ:-

ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ ଗିରଫ
ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ ଗିରଫ

୨୦୨୧ ବର୍ଷରେ ଯଦି ସବୁଠୁ କେଉଁ ନାଁ ବିବାଦରେ ରହିଥିଲା ତାହା ହେଉଛି ବଲିଉଡ଼ ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାଁ । ଅକ୍ଟୋବର ମାସରେ ଆର୍ଯ୍ୟନଙ୍କୁ NCB କ୍ରୁଜ ସିପ୍‌ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା । ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି ସିପ୍‌ରେ ରେଡ଼ ପରେ ଆର୍ଯ୍ୟନଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଥିଲା । ଆର୍ଯ୍ୟନଙ୍କୁ ୨୫ ଦିନ ପରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଏହି ମାମଲାରେ କେବଳ ଆର୍ଯ୍ୟନ ନୁହେଁ, ତାଙ୍କ ସହିତ ଅରବାଜ ମର୍ଚାଣ୍ଟ, ମୁନମୁନ ଧମେଚାଙ୍କ ନାଁ ମଧ୍ୟ ଉଠିଥିଲା । ଆର୍ଯ୍ୟନଙ୍କୁ ଅନେକ ସମାଲୋଚନା କରିଥିବା ବେଳେ କିଛି ବଲିଉଡ଼ ସେଲିବ୍ସ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଥିଲେ ।

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ IT ବିଭାଗର ଚଢାଉ:-

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ IT ବିଭାଗର ଚଢାଉ

ମାର୍ଚ୍ଚ ମାସରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଅର୍ଥକର ବିଭାଗର କବଳରେ ପଡ଼ିଥିଲେ । ଏହି ଚଢାଉ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କମେଣ୍ଟ କରିଥିଲେ । ଅର୍ଥକର ବିଭାଗର ଅଭିଯୋଗ ଅନୁସାରେ ତାପସୀ ଓ କଶ୍ୟପ ୬୫୦ କୋଟି ଟଙ୍କା ଠକେଇ କରିଥିଲେ । କିନ୍ତୁ ୩ଦିନର ଚଢାଉ ପରେ କେଉଁ କେଉଁ ପ୍ରସଙ୍ଗକୁ ନେଇ IT ବିଭାଗ ତାଙ୍କ ଘରେ ଚଢାଉ କରିଥିଲା ତାହା ଟ୍ବିଟରରେ ସ୍ପଷ୍ଟ କରିଥିଲେ ତାପସୀ ।

ଭାରତର ସ୍ବାଧୀନତାକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ:-

ଭାରତର ସ୍ବାଧୀନତାକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ

କଣ୍ଟ୍ରୋଭର୍ସି କ୍ବିନ ଭାବରେ ବଲିଉଡ଼ରେ ବେଶ ଜଣାଣୁଣା କଙ୍ଗନା । ଅନେକ ବିବାଦକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା । କିନ୍ତୁ ୨୦୨୧ କଙ୍ଗନାଙ୍କ ପାଇଁ ଥିଲା ବିବାଦୀୟ । ଅନେକ ବିବାଦରେ ଫସିଥିଲେ ଏହି ଅଭିନେତ୍ରୀ । ତାଙ୍କ ଟ୍ବିଟର ଆକାଉଣ୍ଟକୁ ହଟା ମଧ୍ୟ ଯାଇଥିଲା । କଙ୍ଗନାଙ୍କ ସବୁଠୁ ବଡ଼ ବିବାଦୀୟ ବୟାନ ଭାରତର ସ୍ବାଧୀନତାକୁ ନେଇ ରହିଥିଲା । ୧୯୪୭ ମସିହାରେ ଭାରତକୁ ଭିକ୍ଷାରେ ସ୍ବାଧୀନତା ମିଳିଥିଲା । କିନ୍ତୁ ପ୍ରକୃତ ସ୍ବାଧୀନତା ଭାରତକୁ ୨୦୧୪ ମିଳିଥିଲା ବୋଲି ସେ କହିଥିଲେ । ଏହାପରେ ତାଙ୍କୁ ଅନେକ ବ୍ୟକ୍ତିବିଶେଷ ଟ୍ରୋଲ କରିଥିଲେ । ଅନେକ ବିବାଦୀୟ ମନ୍ତବ୍ୟ ଦେବା ପରେ ଶେଷରେ ଟ୍ବିଟର ମେ ମାସରେ କଙ୍କନାଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରିଥିଲା ।

ପର୍ଣ୍ଣୋଗ୍ରାଫି ମାମଲାରେ କଲବଲ ଶିଳ୍ପାଙ୍କ ସ୍ବାମୀ ରାଜକୁନ୍ଦ୍ରା:-

ପର୍ଣ୍ଣୋଗ୍ରାଫି ମାମଲାରେ କଲବଲ ଶିଳ୍ପାଙ୍କ ସ୍ବାମୀ ରାଜକୁନ୍ଦ୍ରା

ଜୁଲାଇ ମାସରେ ଶିଳ୍ପାଙ୍କ ଜୀବନରେ ଘୋଟିଥିଲା କଳା ବାଦଲ । କାରଣ ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିଲେ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ଯୌନ ସମ୍ବନ୍ଧୀୟ ଭିଡ଼ିଓ (Sexually Explicit videos) ନିର୍ମାଣ କରୁଥିବାରୁ ତାଙ୍କ ବିରୋଧରେ IPC ଧାରା ସହିତ ମହିଳା ଅଶ୍ଳୀଳ ପ୍ରତିନିଧିତ୍ବ (ପ୍ରତିରୋଧ) ଅଧିନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ ଲାଗୁ କରାଯାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ରାଜ । ସେ ଏଭଳି କୌଣସି ଆପତ୍ତିଜନକ ଭିଡ଼ିଓ ନିର୍ମାଣ କରନ୍ତିନି ବୋଲି କହିଥିଲେ । କିନ୍ତୁ ମୁମ୍ବାଇ ପୋଲିସ ତାଙ୍କୁ ଜୁଲାଇ ମାସରେ ଗିରଫ କରିଥିଲା । କୁନ୍ଦ୍ରା ପର୍ଣ୍ଣ ଫିଲ୍ମକୁ ଏକ ଆପ୍‌ ମାଧ୍ୟମରେ ରିଲିଜ କରୁଥିବା ନେଇ ମଧ୍ୟ ଏକ ଅଭିଯୋଗ ଆସିଥିଲା । ଏହାପରେ ସେପ୍ଟେମ୍ବର ମାସରେ ତାଙ୍କୁ ଜାମିନ ମିଳିଥିଲା । ଏହି ଘଟଣାକୁ ନେଇ ପତ୍ନୀ ଶିଳ୍ପା ଦ୍ବନ୍ଦ୍ବରେ ପଡ଼ିଥିଲେ । ସେ ଅନେକ ସମୟ ପର୍ଯ୍ୟନ୍ତ ଟେଲିଭିଜନ ପରଦାରୁ ଦୂରେଇ ରହିଥିଲେ ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହି:-

ମନିଲଣ୍ଡରିଂ ମାମଲାକୁ ନେଇ ବିବାଦରେ ଜ୍ୟାକଲିନ
ମନିଲଣ୍ଡରିଂ ମାମଲାକୁ ନେଇ ବିବାଦରେ ଜ୍ୟାକଲିନ

ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ଫସିଥିଲେ ସିଂହଳ ସୂନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ୨୩ ଅଗଷ୍ଟରେ ତିହାର ଜେଲ ଭିତରୁ କୋଟି କୋଟି ଟଙ୍କା ବଟି ଆଦାୟ କରିଥିବା ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ଫିଲ୍ମ ଅଭିନେତ୍ରୀ ଲିନା ପାଲଙ୍କ ଲିଙ୍କରେ ଫସିଥିଲେ ଜ୍ୟାକଲିନ । ଏହି ସମାନ ମାମଲାରେ ବଲିଉଡ଼ର ହଟ୍‌ ଡ୍ୟାନ୍ସର ନୋରା ଫତେହି ମଧ୍ୟ ବାଦ ପଡ଼ିନଥିଲେ । ଏହି ୨ ଅଭିନେତ୍ରୀ ସୁକେଶଙ୍କଠାରୁ କୋଟି କୋଟି ଟଙ୍କାର ଉପହାର ଗ୍ରହଣ କରୁଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଏମାନଙ୍କୁ ସମନ ଜାରି କରିଥିଲା । ଏହାବ୍ୟତୀତ ସୁକେଶ ଜ୍ୟାକଲିନଙ୍କୁ ହଲିଉଡ଼ ଫିଲ୍ମରେ ଅଭିନୟ ସୁଯୋଗ ଦେବା ପାଇଁ ପ୍ରତିଶୃତି ଦେଇଥିବା ମଧ୍ୟ ଜଣାପଡ଼ିଥିଲା । ଏହି ମାମଲାରେ ଫସିଥିବାରୁ ଚଳିତ ବର୍ଷ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଜ୍ୟାକଲିନ ନିଜ ଦେଶ ଶ୍ରୀଲଙ୍କାକୁ ଯାଇପାରିନଥିଲେ ।

ୱେବ ସିରିଜ 'THE FAMILY MAN 2':-

ୱେବ ସିରିଜ 'THE FAMILY MAN 2'
ୱେବ ସିରିଜ 'THE FAMILY MAN 2'

ଆମାଜନ ପ୍ରାଇମରେ ପ୍ରସାରିତ ହେଉଥିବା 'THE FAMILY MAN 2'ର ପିଛା ଛାଡ଼ିନଥିଲା ବିବାଦ । ଏହି ୱେବ ସିରିଜଟି ତାମିଲ ଭାଷୀ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ତାମିଲ ଲୋକଙ୍କୁ 'ଆତଙ୍କବାଦୀ' ଭାବେ ଦର୍ଶାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ଏପରି ଅଭିଯୋଗ ଆସିବା ପରେ ଅଭିନେତା ମନୋଜ ବାଜପେୟୀ ଓ ସାଉଥ ଇଣ୍ଡିଆନ ଅଭିନେତ୍ରୀ ସାମନ୍ଥା ତାମିଲ ଭାଷୀ ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ବିବାଦ ସତ୍ତ୍ବେ ମନୋଜ ବାଜପେୟୀଙ୍କ ଏହି ୱେବ ସିରିଜ OTT ପ୍ଲାଟଫର୍ମରେ ଅନେକ ଲୋକପ୍ରିୟତା ହାସଲ କରିଥିଲା ।

'Dostana 2' ଫିଲ୍ମକୁ ନେଇ ବିବାଦ:-

'Dostana 2' ଫିଲ୍ମକୁ ନେଇ ବିବାଦ
'Dostana 2' ଫିଲ୍ମକୁ ନେଇ ବିବାଦ

ଏହି ଘଟଣାରେ ପୁଣି ବଲିଉଡ଼ ଜଗତକୁ ଫେରିଥିଲା 'ନେପୋଟିଜମ' ଡିବେଟ । 'ଦୋସ୍ତାନା-୨'ରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ହଟାଯିବାକୁ ନେଇ ଘୋଷଣା କରିଥିଲା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ । ଏଥିରେ ଜାହ୍ନବୀ କପୁରଙ୍କୁ ସୁଯୋଗ ମିଳିଥିଲା । କାର୍ତ୍ତିକଙ୍କ ନିକଟରେ ସମୟର ଅଭାବ ଥିବାରୁ ତାଙ୍କୁ ଏହି ଫିଲ୍ମରୁ ହଟାଯାଇଥିବା କାରଣ ଦର୍ଶାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗ ଉପରେ ଆଜି ପର୍ଯ୍ୟନ୍ତ ଆସିନି କାର୍ତ୍ତିକଙ୍କ ମତ । ଗଣମାଧ୍ୟମ ସଂସ୍ଥା ଏହି ସମ୍ପର୍କରେ ତାଙ୍କୁ ପଚାରିବା ପରେ ସେ ଏଥିରେ କୌଣସି କମେଣ୍ଟ କରିବେ ନାହିଁ ମନା କରିଥିଲେ । ପରେ ନେପୋଟିଜମକୁ ନେଇ ପୁଣି ଘନେଇଥିଲା ବିବାଦ ।

ଆଲିଆଙ୍କ କନ୍ୟାଦାନ:-

ଆଲିଆଙ୍କ କନ୍ୟାଦାନ ବିଜ୍ଞାପନ
ଆଲିଆଙ୍କ କନ୍ୟାଦାନ ବିଜ୍ଞାପନ

ନିଜର ବ୍ରାଇଡ଼ାଲ ଲେହେଙ୍ଗାର ବିଜ୍ଞାପନକୁ ନେଇ ସେପ୍ଟେମ୍ବରରେ କଣ୍ଟ୍ରୋଭର୍ସିର ଶିକାର ହୋଇଥିଲେ ବଲିଉଡ଼ କ୍ୟୁଟ ଗର୍ଲ ଆଲିଆ ଭଟ୍ଟ । ଆଲିଆ ବ୍ରାଇଡାଲ ଲେହେଙ୍ଗା ପାଇଁ Mohey ବ୍ରାଣ୍ଡର ଏକ ବିଜ୍ଞାପନ କରିଥାନ୍ତି । ଏହି ବିଜ୍ଞାପନ ଜରିଆରେ ହିନ୍ଦୁ ଧର୍ମର ବିବାହ ସମୟରେ ଥିବା ପରମ୍ପରା 'କନ୍ୟାଦାନ'କୁ ସେ 'କନ୍ୟାମାନ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ । କାହିଁକି ଝିଅଙ୍କୁ ଦାନ କରାଯିବ ବୋଲି ସେ ପ୍ରଶ୍ନ କରିଥିଲେ । ଆଧୁନିକ ଯୁଗରେ ଏହିଭଳି ଚିନ୍ତାଧାରାକୁ ବଦଳାଇବା ପାଇଁ ସେ କହିଥିଲେ । ଏପରି କରି ଆଲିଆ ବହୁ ବର୍ଷରୁ ଚାଲି ଆସୁଥିବା ହିନ୍ଦୁ ପରମ୍ପରାକୁ ଲୋପ କରିବାକୁ ଉଦ୍ୟମ କରୁଥିବା ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା ।

NCB ରାଡାର୍‌ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ:-

NCB ରାଡାର୍‌ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ
NCB ରାଡାର୍‌ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ

ବଲିଉଡ଼ ଅଭିନେତ୍ରୀ ତଥା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ରହିଥିଲେ ବିବାଦର ଘେରରେ । ଡ୍ରଗ୍ସ ମାମଲାରେ ତାଙ୍କୁ NCB ସମନ ଜାରି କରିଥିଲା । ଏହି ଯୁବ ଅଭିନେତ୍ରୀଙ୍କ ନାମ ଆର୍ଯ୍ୟନ ଖାନଙ୍କ ଗିରଫ ପରେ ପରେ ଉଠିଥିଲା । ଆର୍ଯ୍ୟନ ଓ ଅନନ୍ୟା ଡ୍ରଗ୍ସକୁ ନେଇ ମେସେଜରେ କଥା ହେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଇଥିଲା । ଏହାସହିତ ସେ କିଛି ମାସ ଧରି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସକ୍ରିୟ ନ ରହିବା ସହିତ ଗଣମାଧ୍ୟମ ନଜରରୁ ଦୂରେଇ ରହିଥିଲେ ।

ଡିଜାଇନର ସବ୍ୟସାଚୀଙ୍କ ବିବାଦୀୟ ମଙ୍ଗଳସୂତ୍ର କ୍ୟାମ୍ପେନ:-

ଡିଜାଇନର ସବ୍ୟସାଚୀଙ୍କ ବିବାଦୀୟ ମଙ୍ଗଳସୂତ୍ର କ୍ୟାମ୍ପେନ

ଅକ୍ଟୋବର ମାସରେ ଅଡୁଆରେ ପଡ଼ିଥିଲେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ଅର୍ଦ୍ଧନଗ୍ନ ମଡେଲଙ୍କ ସହ ମଙ୍ଗଳସୂତ୍ର ବିଜ୍ଞାପନ ସୁଟିଂ କରି ସେ ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ତାଙ୍କୁ ଚେତାବନୀ ଦେଇଥିଲେ । ମଡେଲରମାନେ ମଙ୍ଗଳସୂତ୍ର ପିନ୍ଧି ଯେଉଁଭଳି ଭାବରେ ପୋଜ ଦେଇଥିଲେ, ତାହା ହିନ୍ଦୁ ବିବାହ ଓ ହିନ୍ଦୁ ସମାଜର ଦୃଷ୍ଟିଭଙ୍ଗୀ ଉପରେ ଆଞ୍ଚ ଆଣିଛି ବୋଲି ସେ ନୋଟିସରେ ଉଲ୍ଲେଖ କରିଥିଲେ । ସବ୍ୟସାଚୀଙ୍କ ଏହି ମଙ୍ଗଳସୂତ୍ରରେ ସୁନା ସହିତ କିଛି ଦାମି ପଥର ଓ ପର୍ଲ୍‌ସର ବ୍ୟବହାର ହୋଇଛି । ଏହାର ଦାମ ରହିଥିଲା ୧ ଲକ୍ଷ ୬୫ ହଜାର ଟଙ୍କା ।

'୨ ପ୍ରକାର ଭାରତୀୟ' ମନ୍ତବ୍ୟକୁ ନେଇ ଫସିଥିଲେ ବୀର ଦାସ:-

'୨ ପ୍ରକାର ଭାରତୀୟ' ମନ୍ତବ୍ୟକୁ ନେଇ ଫସିଥିଲେ ବୀର ଦାସ

ଭାରତୀୟ ଅଭିନେତା ତଥା କମେଡ଼ିଆନ ବୀର ଦାସ ଆମେରିକାର ୱାଶିଂଟନରେ ଏକ 'ଷ୍ଟାଣ୍ଡ-ଅପ କମେଡି଼'ର ଭିଡ଼ିଓ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ ଭାରତରେ ୨ ପ୍ରକାରର ଭାରତୀୟ ରହିଛନ୍ତି । ଗୋଟିଏ ପଟେ ଦିନରେ ଆମେ ନାରୀଙ୍କୁ ପୂଜା କରୁଥିବା ବେଳେ ଦ୍ବିତୀୟ ପଟେ ରାତିରେ ସେମାନଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏହାକୁ ନେଇ ସେ ବିବାଦରେ ଫସିଥିଲେ । ଏହାକୁ ନେଇ ନଭେମ୍ବର ୧୬ ତାରିଖରେ ଟ୍ବିଟର ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଥିଲେ ସେ । ଲୋକଙ୍କୁ କେବଳ ହସାଇବା ଏହି ଭିଡ଼ିଓର ଉଦ୍ଦେଶ୍ୟ ଥିଲା ବୋଲି ସେ କହିଥିଲେ । ସବୁ କ୍ଷେତ୍ରରେ ଗୋଟିଏ ଭଲ ଥିଲେ ଅନ୍ୟଟି ଖରାପ ରହିଥାଏ । ଏହାକୁ ନେଇ ଭାରତର ସମ୍ମାନ ଉପରେ ଆଞ୍ଚ ଆସିନାହିଁ । ବରଂ ଏବେ ବି ବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି ସେ କହିଥିଲେ । ବିଦେଶରେ ତାଙ୍କର ଏହି ଫର୍ମାନ୍ସଙ୍କୁ ସମସ୍ତେ ପସନ୍ଦ କରିଥିଲେ ।

ବର୍ଷର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଲିଉଡ଼ର ପିଛା ଛାଡିନଥିଲା ବିବାଦ । ପ୍ରତି ମାସରେ କିଛି ନା କିଛି କଣ୍ଟ୍ରୋଭର୍ସିରେ ସେଲିବ୍ସମାନେ ଫସୁଥିବା ବେଳେ ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ଷର ମଧ୍ୟ ଭାଗରେ ବଲିଉଡ଼କୁ ଅଣନିଶ୍ବାସୀ କରିଥିଲା ଅନେକ ପ୍ରକାରର ବିବାଦ । ଇଡ଼ି, ଏନସିବି, ପୋଲିସ ଷ୍ଟେସନର ଚକର୍‌ କାଟିଥିଲେ ସେଲିବ୍ସ । ଶାହାରୁଖଙ୍କ ପରି ବଡ଼ ବଡ଼ ନେତାମାନେ ମଧ୍ୟ ଏଥିରୁ ବର୍ତ୍ତିପାରିନଥିଲେ । ତଥାପି ଖରାପ ସମୟ ସହ ତାଳ ଦେଇ ନିଜ ବାଟରେ ଆଗେଇ ଚାଲିଥିଲା ବଲିଉଡ଼ ଜଗତ । ଗୋଟିଏ ପରେ ଗୋଟିଏ ଶିକ୍ଷଣୀୟ, କମେଡ଼ି, ଦେଶପ୍ରେମୀ, ଆକ୍ସନ, କମେଡ଼ି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଥିଲା ଏହି ବଲିଉଡ଼ । ବାଦ ବିବାଦରେ ଛନ୍ଦି ହୋଇ ମଧ୍ୟ ଦେଶବାସୀଙ୍କୁ ମନୋରଞ୍ଜନ ଯୋଗାଇବାକୁ ଭୁଲିନଥିଲା ବଲିଉଡ଼ କିମ୍ବା ଏହାର ଲୋକପ୍ରିୟ କଳାକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2021, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.