ETV Bharat / sitara

ଏନସିବି ଅଫିସ ବାହାରେ ରିଆଙ୍କୁ ଘେରିଲା ମିଡିଆ, ପ୍ରତିକ୍ରିୟା ଦେଲା ବଲିଉଡ

author img

By

Published : Sep 6, 2020, 7:07 PM IST

ସୁଶାନ୍ତଙ୍କ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଆଜି ସକାଳେ ଏନସିବି କାର୍ଯ୍ୟାଳୟକୁ ଯାଉଥିବା ବେଳେ ଗଣମାଧ୍ୟମ ବ୍ୟକ୍ତିବିଶେଷ ତାଙ୍କୁ ଘେରି ରହିଥିଲେ । ଅଧିକ ପଢନ୍ତୁ...

bollywood celebs get furious over rhea being mobbed at ncb office
ଏନସିବି କାର୍ଯ୍ୟାଳୟ ବାହାରେ ରିଆଙ୍କୁ ଘେରିଲେ ମିଡିଆ, ପ୍ରତିକ୍ରିୟା ଦେଲେ ବଲିଉଡ

ମୁମ୍ବାଇ: ଅଭିନେତା ସୁଶାନ୍ତଙ୍କ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଆଜି ସକାଳେ ଏନସିବି କାର୍ଯ୍ୟାଳୟକୁ ଯାଉଥିବା ବେଳେ ଗଣମାଧ୍ୟମ ବ୍ୟକ୍ତିବିଶେଷ ତାଙ୍କୁ ଘେରି ରହିଥିଲେ । ଏହି ସମୟରେ ରିୟା ପୋଲିସଙ୍କ ସହିତ ଥିଲେ ।

ଇନଷ୍ଟାଗ୍ରାମରେ ଶିବାନୀ ଦାଣ୍ଡେକର କହିଛନ୍ତି, "ପ୍ରେସ ଖରାପ ବ୍ୟବହାର କରୁଛି । ସେଠାରେ ଏମିତି ଅଧିକାରୀ କିଏ ନାହାଁନ୍ତି ଯିଏ କି ଏହାକୁ ରୋକି ପାରିବ?"

ଅଭିନେତ୍ରୀ ଗୌହର ଖାନ କହିଛନ୍ତି, "ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ମୁଁ ଅପରାଧୀଙ୍କ ସହ ଏପରି ଖରାପ ଆଚରଣ କେବେ ଦେଖି ନାହିଁ। ବର୍ତ୍ତମାନ ଅନୁସନ୍ଧାନ ଚାଲିଛି। ରିଆଙ୍କ ସହ ଗଣମାଧ୍ୟମର ଏପରି ଆଚରଣ ନିନ୍ଦନୀୟ ଅଟେ।"

କୋରୋନା ଭାଇରସ ମହାମାରୀ ମଧ୍ୟରେ ସାମାଜିକ ଦୂରତ୍ବର ନିୟମ ଭାଙ୍ଗିବା ଦେଖି ଚଳଚ୍ଚିତ୍ର ନିର୍ମାତା ହଂନସଲ ମେହେତା ଭର୍ତ୍ସନା କରିଥିଲେ। ମେହେତା ଏକ ଭିଡିଓ ସେୟାର କରି ଲେଖିଛନ୍ତି, ସାମାଜିକ ଦୂରତା।

ନିର୍ମାତା ମନୀଷ ମୁନ୍ଦ୍ରା ଟ୍ବିଟ କରି କହିଛନ୍ତି, "ଏମିତି ବ୍ୟବହାର କାହା ସହିତ ହେବା ଉଚିତ୍ ନୁହେଁ। ସଭ୍ୟ ସମାଜ ଏହିପରି କାମ କରେ ନାହିଁ। ନ୍ୟାୟ ଦିଆଯାଉ।"

ରିଆଙ୍କ ଏହି ଫଟୋ ଦେଖି ରିଚା ଚଡ୍ଡା ମଧ୍ୟ ନିରାଶ ହୋଇଛନ୍ତି । ସେ ଟୁଇଟ୍ କରିଛନ୍ତି, ସୋସିଆଲ ଡିଷ୍ଟାସିଂ ଜାଏ ଭାଡ ମେଁ |

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ଆଙ୍ଗେଲ୍ ପଦାକୁ ଆସିବା ପରେ ରିଆଙ୍କୁ ଏନସିବି ପଚରାଉଚରା କରୁଛି। ଏହାର ଗୋଟିଏ ଦିନ ପୂର୍ବରୁ ରିଆଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଏନସିବି ଗିରଫ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.