ETV Bharat / sitara

ହୋଲି ଶୁଭେଚ୍ଛା ଜଣାଇଲେ ବି-ଟାଉନ ସେଲିବ୍ରିଟି

author img

By

Published : Mar 29, 2021, 9:38 AM IST

କୌଣସି ପର୍ବରୁ ବାଦ ପଡନ୍ତି ନାହିଁ ସେଲିବ୍ରିଟି । ଆଜି ହୋଲି ଅବସରରେ ନିଜ ନିଜ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହିବା ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଅମିତାଭଙ୍କ ଠୁ ନେଇ ହ୍ରିତିକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସମସ୍ତଙ୍କୁ ହୋଲି ଶୁଭେଚ୍ଛା। ପରିଶେଷରେ ଆଜି ସେହି ଦିନ ଆସିଯାଇଛି, ଯେଉଁଥି ପାଇଁ ଲୋକେ ବସନ୍ତ ଋତୁ ଆରମ୍ଭରୁ ଅପେକ୍ଷା କରି ରହିଥିଲେ । ଆଜ୍ଞା ହଁ, ରଙ୍ଗର ଏହି ପର୍ବ ଲୋକଙ୍କ ସୁଖ ସହିତ ଜଡିତ । ସମଗ୍ର ଦେଶରେ କୋଭିଡ୍ -19ର କଠୋର କଟକଣା ମଧ୍ୟରେ ଆଜି ଦେଶବାସୀ ନିଜ ନିଜ ଘରେ ହୋଲି ପାଳନ କରିବେ । ହେଲେ ବି-ଟାଉନର ସେଲିବ୍ରିଟି ଫ୍ୟାନ୍ସଙ୍କୁ ଭର୍ଚୁଆଲ ହୋଲିର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ହୋଲି ପର୍ବ ଆନନ୍ଦ, ପ୍ରେମ ଏବଂ ସୁଖର ରଙ୍ଗରେ ପାଳନ କରନ୍ତୁ ସମସ୍ତେ ବୋଲି କହିଛନ୍ତି କଳାକାର।

ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବିଗ ବି ଅମିତାଭ ବଚ୍ଚନ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ରଙ୍ଗ ବରଶେ ଭିଗେ ଚୁନର ୱାଲି ରଙ୍ଗ ବରଶେ । ହୋଲି ହେ ।’

ସେହିପରି ସୁପରଷ୍ଟାର ହ୍ରିତିକ ରୋଶନ ଏକ ଜିଆଇଏଫ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ହସ, ଖୁସି ଏବଂ ପ୍ରେମର ଏହି ହୋଲି ପର୍ବର ଶୁଭେଚ୍ଛା ସୁନ୍ଦର ଲୋକଙ୍କ ପାଇଁ । ସମସ୍ତଙ୍କୁ ଭଗବାନ ଆଶୀର୍ବାଦ ଦିଅନ୍ତୁ ।’

ଅନ୍ୟପଟେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବିଦେଶରେ ନିଜ ଶାଶୁ ଘର ଲୋକଙ୍କ ସହ ହୋଲି ପାଳନ କରିଛନ୍ତି । ପରିବାର ସହ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହୋଲି, ଏହି ରଙ୍ଗର ପର୍ବ ମୋର ପସନ୍ଦୀୟ ଉତ୍ସବ । ଆଶା କରୁଛନ୍ତି ସମସ୍ତେ ନିଜ ପରିବାର ସହ ଏହାକୁ ପାଳନ କରିବେ । ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ।’

ବଲିଉଡର ଡିଭା ସୋନମ କପୁର ମଧ୍ୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.