ମୁମ୍ବାଇ: ଆଜି ପୁରା ଦେଶରେ ଖୁବ ଧୁମଧାମରେ ରଙ୍ଗର ଉତ୍ସବ ହୋଲି ପାଳନ କରାଯାଉଛି । ଏହି ଉତ୍ସବରେ ଲୋକ ପୁରୁଣା ରାଗରୁଷା ଭୁଲି ବନ୍ଧୁତାର ବାର୍ତ୍ତା ବାଣ୍ଟିଥାଆନ୍ତି । ପିଲାଠୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ହସ ଖୁସିରେ ଏହି ଉତ୍ସବ ପାଳନ କରିନ୍ତି । ଏଥିରୁ ବାଦ ପଡିନାହାଁନ୍ତି ବଲିଉଡ ସେଲିବ୍ରିଟି। ସେ ହୋଲି ଖେଳିବା ସହ ସୋସିଆଲ ମିଡିଆରେ ଫ୍ୟାନ୍ସ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏହି କ୍ରମରେ ବିଶିଷ୍ଟ ଅଭିନେତା ଋଷି କପୁର, ଦୀପିକା ପାଦୁକୋନ, ତାପସୀ ପନ୍ନୁ, ସନ୍ନି ଦେଓଲ ସହିତ ଅନେକ ଷ୍ଟାର୍ସ ଫ୍ୟାନ୍ସଙ୍କ ପାଇଁ ଶାନଦାର ମେସେଜ କରିଛନ୍ତି।
ଋଷି ନିଜ ପିଲାବେଳର ଏକ ଫଟୋ ଟ୍ବିଟରରେ ସେୟାର କରି ସମସ୍ତଙ୍କୁ ହୋଲି ୱିଶ କରିଛନ୍ତି । ଏହା ସହ ସେ କୋରୋନା ଭାଇରସରୁ ବଞ୍ଚିବାକୁ ପରାର୍ମଶ ଦେଇଛନ୍ତି। ମଲାଇକା ଅରୋରା ନିଜର ଏକ ସୁନ୍ଦର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଆମୀର ଖାନ ଇନଷ୍ଟାଗ୍ରାମରେ ଷ୍ଟେଟସ ସେୟାର କରିଛନ୍ତି। ଯେଉଁଥିରେ ସେ ପତ୍ନୀ କିରଣ ରାଓ ଓ ପୁଅ ଆଜାଦଙ୍କ ସହ ହୋଲି ଖେଳୁଥିବାର ଦେଖାଯାଉଛନ୍ତି।
ଈଶା ଦେଓଲ ଲାଡଲୀ ସହ ହୋଲି ଖେଳୁଥିବାର ଏକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୋ ପୁରା ପରିବାର ତରଫରୁ ଆପଣଙ୍କୁ ହୋଲି ଶୁଭେଚ୍ଛା ଓ ଶୁଭକାମନା ।’ ଅନ୍ୟପଟେ ବିଗ ବି ଅମିତାଭ ବଚ୍ଚନ ଟ୍ବିଟରରେ ଏକ ପୋଷ୍ଟ ଲେଖି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନିଆରା ଅନ୍ଦାଜରେ କୋରୋନା ଭାଇରସ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡିଆରେ କହିଛନ୍ତି ଧର୍ମେନ୍ଦ୍ର । ସେ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ସହ ଏକ ଫିଲ୍ମର ଫଟୋ ସେୟାର କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ କୋରୋନା ଭାଇରସରୁ ବଞ୍ଚିବାର ଟିପ୍ସ ମଧ୍ୟ ଦେଇଛନ୍ତି ।
ଖିଲାଡି ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ସୁରକ୍ଷିତ ରୂପେ ହୋଲି ଖେଳିବାକୁ ଟ୍ବିଟରରେ ପରାର୍ମଶ ଦେବା ସହ ହୋଲିର ଶୁଭେଚ୍ଛା ମଧ୍ୟ ଦେଇଛନ୍ତି । ବି-ଟାଉନର ପଦ୍ମାବତୀ ଦୀପିକା ‘ବଲମ ପିଚକାରୀ’ରେ ଡାନ୍ସ କରି ଫ୍ୟାନ୍ସଙ୍କୁ ହୋଲିର ଶୁଭକାମନା ଦେଇଛନ୍ତି।
ସିଂଘମ ଅଜୟ ଦେବଗନଙ୍କ ପତ୍ନୀ ତଥା କାଜୋଲଙ୍କ ପ୍ରଥମ ସଟ ଫିଲ୍ମ ‘ଦେବି’ ନିକଟରେ ୟୁଟ୍ୟୁବରେ ରିଲିଜ ହୋଇଥିଲା । ଯାହାର 10 ମିଲିୟନ ଭ୍ୟୁଜ ହୋଇସାରିଲାଣି । ଏଥି ପାଇଁ କାଜୋଲ ଫ୍ୟାନ୍ସଙ୍କୁ ଧନ୍ୟବାଦ କହିବା ସହ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ଏପରି ଅନେକ ସେଲିବ୍ରିଟି ଫ୍ୟାନ୍ସଙ୍କୁ ହୋଲିର ଶୁଭକାମନା ଦେଇଛନ୍ତି।