ETV Bharat / sitara

ଚରିତ୍ର ପୁରୁଣା ହେଲେ ଏବେବି ଟ୍ରେଣ୍ଡ କରୁଛି ଲୁକ୍ - ବଲିଉଡ ଷ୍ଟାରଙ୍କ ଆଉଟଫିଟ୍

ବଲିଉଡ ଷ୍ଟାରଙ୍କ ଆଉଟଫିଟ୍ ଠାରୁ ଆରମ୍ଭ କରି ଲାଇଫଷ୍ଟାଇଲ ପର୍ଯ୍ୟନ୍ତ ସବୁଥିରେ ରୁଚି ରଖିଥାଆନ୍ତି ସାଧାରଣ ଜନତା । ଏହାସହ ନିଜ ଫେବରାଇଟ ଷ୍ଟାରଙ୍କ ଆଉଟଫିଟକୁ ମଧ୍ୟ କରିଥାଆନ୍ତି ଫଲୋ । ଅଧିକ ପଢନ୍ତୁ...

କ୍ୟାରେକ୍ଟର ପୁରୁଣା ମାତ୍ର ଏବେବି ଟ୍ରେଣ୍ଡ କରୁଛି ଲୁକ୍

author img

By

Published : Jun 12, 2020, 7:06 PM IST

ହାଇଦ୍ରାବାଦ: ବଲିଉଡ ଆଉ ଫ୍ୟାସନ ପରସ୍ପର ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସେଥିପାଇଁ ତ ବଲିଉଡ ଷ୍ଟାରଙ୍କ ଆଉଟଫିଟ୍ ଠାରୁ ଆରମ୍ଭ କରି ଲାଇଫଷ୍ଟାଇଲ ପର୍ଯ୍ୟନ୍ତ ସବୁଥିରେ ରୁଚି ରଖିଥାଆନ୍ତି ସାଧାରଣ ଜନତା । ଏହାସହ ନିଜ ଫେବରାଇଟ ଷ୍ଟାରଙ୍କ ଆଫଟଫିଟକୁ ମଧ୍ୟ କରିଥାଆନ୍ତି ଫଲୋ ।

ଅନେକ ସମୟରେ ବଲିଉଡ ଫିଲ୍ମ ଅଭିନୀତ ଚରିତ୍ର ନେଇଥିବା ଗେଟ୍ଅପ୍ ଏବଂ ମେକଅପକୁ ମଧ୍ୟ ଖୁବ୍ ଲମ୍ବା ସମୟ ପର୍ଯ୍ୟନ୍ତ ଫଲୋ କରାଯାଇଥାଏ । ବଲିଉଡରେ ଏମିତି ଅନେକ ଫିଲ୍ମ ନିର୍ମାଣ ହୋଇଛି ଯେଉଁଥିରେ ଫିଲ୍ମର କ୍ୟାରେକ୍ଟର ନେଇଥିବା ଗେଟଅପକୁ ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଫିଲ୍ମ ସମ୍ପର୍କରେ କହିବୁ ...

ବଲିଉଡ ଫିଲ୍ମ ଚାନ୍ଦିନୀ । ଏହା ଖୁବ୍ ପପୁଲାର ହୋଇଥିଲା । ଏଥିରେ ଅଭିନୟ କରି ଖୁବ୍ ନାଁ କମାଇଥିଲେ ଅଭିନେତ୍ରୀ ସ୍ବର୍ଗତଃ ଶ୍ରୀଦେବୀ । ଏହାସହ ତାଙ୍କ ଶାଢୀର କ୍ରେଜ ମଧ୍ୟ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ଦେଖିବାକୁ ମିଳିଥାଏ ।

କଭି ଖୁସି କଭି ଗମ୍ ଫିଲ୍ମଟି ଯେତିକି ହିଟ୍ ହୋଇଥିଲା ତାଠାରୁ ବେଶି ହିଟ୍ ହୋଇଥିଲା କରୀନା କପୁର ଖାନ ଏବଂ କାଜଲଙ୍କ ଲୁକ୍ । ଯାହାକୁ ଆଜିବି ଫ୍ୟାସନ ଫଲୋ କରିଥାଆନ୍ତି ।

ସେହିପରି ଜବ୍ ୱି ମେଟ୍ ଫିଲ୍ମରେ କରୀନାଙ୍କ ଗେଟଅପକୁ ଖୁବ୍ ପସନ୍ଦ କରାଯାଇଥିଲା । ଏମିତିକି ଫିଲ୍ମରେ କରୀନା ପିନ୍ଧୁଥିବା ପଟିଆଲା ପ୍ୟାଣ୍ଟ ଆଜିବି ଖୁବ୍ ଡିମାଣ୍ଡରେ ରହିଛି ।

ସେମିତି ଏକ ଫିଲ୍ମ ଯୋଦ୍ଧା ଆକବର୍ । ଯେଉଁଥିରେ ଐଶର୍ଯ୍ୟାଙ୍କ ଆକ୍ଟିଙ୍କଠାରୁ ବେଶି ପ୍ରଶଂସା ପାଇଥିଲା ତାଙ୍କ ଲୁକ୍ । ଐଶଙ୍କ ସିନ୍ଥି ଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସବୁକୁ ଖୁବ୍ ପସନ୍ଦ କରିଥିଲେ ଯୁବପିଢୀ ।

ଫିଲ୍ମ ଏ ଜୱାନୀ ହେ ଦିୱାନୀ ଏବଂ କକଟେଲରେ ମଧ୍ୟ ଦୀପିକାଙ୍କ କାଜୁଆଲ ଲୁକକୁ ଖୁବ୍ ପସନ୍ଦ କରିଥିଲେ ୟଙ୍ଗଷ୍ଟାର । ଏହାସହ ପିକୁ ଫିଲ୍ମରେ ଡିପ୍ସଙ୍କ ସିମ୍ପୁଲ ଲୁକ ମଧ୍ୟ ବେଶ୍ ଗ୍ରହଣୀୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.