ETV Bharat / sitara

‘କ୍ୟାରିୟରରେ ଆଗକୁ ବଢିବା ପାଇଁ ଚିନ୍ତା କରିବା କଥା ନୁହେଁ’ - ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’

ଚଳିତ ବର୍ଷ କିର୍ତ୍ତୀଙ୍କ 5ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏବେ ସେ ନିଜ କ୍ୟାରିୟର ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 25, 2021, 1:06 PM IST

ମୁମ୍ବାଇ: ଏବର୍ଷ ଅଭିନେତ୍ରୀ କିର୍ତ୍ତୀ ସାନନ ଖୁବ୍ ବ୍ୟସ୍ତ । କାରଣ ବ୍ୟାକ ଟୁ ବ୍ୟାକ ଫିଲ୍ମରେ ଦେଖିବାକୁ ମିଳିବ ତାଙ୍କୁ । 5ଟି ପ୍ରୋଜେକ୍ଟରେ କାମ କରୁଛନ୍ତି ଅଭିନେତ୍ରୀ । ନିକଟରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂ ଶେଷ କରିଥିଲେ । ଏହା ବ୍ୟତୀତ ସେ ‘ମିମି’, ‘ଆଦିପୁରୁଷ’, ‘ବେହଡିଆ’ ଏବଂ ‘ଗଣପତ’ରେ ନଜର ଆସିବେ । ସେପଟେ ଫ୍ୟାନ୍ସଙ୍କୁ ଲାଗୁଛି ଯେ ଏହି ଫିଲ୍ମ ସବୁକୁ ନେଇ ତାଙ୍କ ଉପରେ ଅଧିକ ପ୍ରେସର ଥିବ । ଆଉ ସେ ଡରୁଥିବେ ମଧ୍ୟ । ହେଲେ ଏହି ମାମଲାରେ କିର୍ତ୍ତୀଙ୍କ କିଛି ଭିନ୍ନ ଚିନ୍ତାଧାରା ।

ତେବେ ଏହା ବିଷୟରେ ସେ ଆଲୋଚନା କରି ସେ କହିଛନ୍ତି, ‘ମୁଁ ଭାବୁନାହିଁ ତୁମେ ଭୟଭୀତ ଏବଂ ସଚେତନ ହୋଇପାରିବ ତୁମର କ୍ୟାରିୟରରେ ଆଗକୁ ବଢିବା ପାଇଁ । ଭୟ ଆପଣଙ୍କୁ ପଛକୁ ଟାଣିଥାଏ । ଥରେ ମୁଁ ଜାଣିଲି ମୁଁ କାହିଁକି ଏକ ପ୍ରୋଜେକ୍ଟ କାମ କରୁଛି, ସେଠାରେ ଭୟ ଲାଗେନାହିଁ | ଆପଣ ଫିଲ୍ମ, କାହାଣୀ, ସିନ୍ସ ପସନ୍ଦ କରନ୍ତି । ଆପଣ ଜାଣନ୍ତି ଆପଣ ଟିକିଏ ଅଲଗା କିଛି କରୁଛନ୍ତି । ଠିକ୍ ଅଛି, ଏହା ପରୀକ୍ଷାମୂଳକ ହୋଇପାରେ କିନ୍ତୁ ତାହା କରିବା ପାଇଁ ତୁମର କାରଣ ମଧ୍ୟ ଥିବ । ମୁଁ ବର୍ତ୍ତମାନ କରୁଥିବା ସମସ୍ତ ଫିଲ୍ମରେ ମୋର ବିଶ୍ବାସ ଅଛି । ଏହା ବାହାରେ, ମୋର କାମ ହେଉଛି ମୋର ଅଂଶକୁ ପ୍ରକୃତରେ ଭଲ କରିବା ଏବଂ ଏଥିପାଇଁ କଠିନ ପରିଶ୍ରମ କରିବା । ବାକି ଗୁଡ଼ିକ ପ୍ରକୃତରେ ମୋ ହାତରେ ନାହିଁ । ଯାହା ପାଇଁ ମୁଁ କୌଣସି ଚାପ ନେବାକୁ ଚାହେଁନାହିଁ ବରଂ ଚିନ୍ତା କରିବି ଯଦି ସବୁ ଠିକ୍ ହେବ ତେବେ କଣ ହେବ ।’

ପ୍ରକାଶ ଥାଉକି ଗତ 7 ବର୍ଷ ମଧ୍ୟରେ କିର୍ତ୍ତୀଙ୍କୁ ଅଭିନୟ ଫିଲ୍ମ ‘ଦିଲୱାଲେ’, ‘ରାବତା’, ‘ବରେଲି କି ବର୍ଫି’, ‘ଲୁକା ଛୁପି’ ଏବଂ ‘ପାନିପଥ’ରେ ଦେଖିବାକୁ ମିଳିସାରିଛି । ସେହିପରି ତାଙ୍କ ଦମଦାର ଅଭିନୟ ଅନେକ ବର୍ଷ ଦେଖିବେ ବୋଲି ଆଶା ବାନ୍ଧିଛନ୍ତି ପ୍ରଶଂସକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.