ETV Bharat / sitara

ମୋ ସ୍ବପ୍ନ ଭାଙ୍ଗିବାକୁ ଯାଉଛି ବିଏମସି: କଙ୍ଗନା ରଣାୱତ

author img

By

Published : Sep 7, 2020, 5:32 PM IST

ଟ୍ବିଟ କରି ବିଏମସିର କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ଶୁଣାଇଲେ କଙ୍ଗନା । ସୋମବାର ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସରେ ଛାନଭିନ କରିଥିଲେ ବିଏମସି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ବର୍ତ୍ତମାନ କଣ୍ଟ୍ରୋଭର୍ସି କୁଇନ ସାଜିଛନ୍ତି । କିଛି ଦିନ ହେବ ଦେଶର ବଡ ପ୍ରସଙ୍ଗ ରୂପେ ଦେଖିବାକୁ ମିଳୁଛି ଶିବସେନା ଓ କଙ୍ଗନାଙ୍କ ୱାର୍ । ସୋମବାର ସକାଳେ କଙ୍ଗନାଙ୍କୁ ଗୃହ ମନ୍ତ୍ରାଳୟ ତରଫରୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରାଯାଇଥିଲା । ସେପଟେ ବିଏମସି ଅଧିକାରୀମାନେ ସୋମବାର ଅପରାହ୍ନରେ ବାନ୍ଦ୍ରା ୱେଷ୍ଟର ପାଲି ହିଲରେ କଙ୍ଗନାଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ବିଏମସି ଅଧିକାରୀଙ୍କ ଅନୁଯାୟୀ ତାଙ୍କ କାର୍ଯ୍ୟାଳୟରେ ଏକ ବେଆଇନ ସମ୍ପ୍ରସାରଣ ରହିଛି ଏବଂ ବିଲ୍ଡିଂ ପ୍ରସ୍ତାବ ବିଭାଗର ଏକ ଟିମ୍ ଅନୁମୋଦିତ ଯୋଜନାରୁ ଯାଞ୍ଚ କରିବା ପାଇଁ ପରିସର ଯାଞ୍ଚ କରିଛନ୍ତି ।

  • They have forcefully taken over my office measuring everything, also harassing my neighbors when they retorted @mybmc officials used language like ,” वो जो मैडम है उसकी करतूत का परिणाम सबको भरना होगा” I am informed tomorrow they are demolishing my property 🙂 pic.twitter.com/efUOGJDve1

    — Kangana Ranaut (@KanganaTeam) September 7, 2020 " class="align-text-top noRightClick twitterSection" data=" ">

ବିଏମସିର ଏହି କାର୍ଯ୍ୟକଳାପରେ କଙ୍ଗନା କ୍ରୋଧିତ ହୋଇ ଟ୍ବିଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ବିଏମସି ଜବରଦସ୍ତି ମୋ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି । ବିଏମସି ଅନୁମତିର ସମସ୍ତ କାଗଜପତ୍ର ମୋ ପାଖରେ ଅଛି । ମୋ ସମ୍ପତ୍ତିରେ ବେଆଇନ ଭାବେ କୌଣସି କାର୍ଯ୍ୟ କରାଯାଇ ନାହିଁ, ବିଏମସି ଏକ ବିଜ୍ଞପ୍ତି ସହିତ ବେଆଇନ ନିର୍ମାଣକୁ ଦେଖାଇବା ପାଇଁ ଏକ ସଂରଚନା ଯୋଜନା ପଠାଇବା ଉଚିତ, ଆଜି ସେମାନେ ମୋ ଜାଗାରେ ଚଢାଉ କରିଛନ୍ତି ଏବଂ ଆସନ୍ତାକାଲି ବିନା କୌଣସି ନୋଟିସରେ ସେମାନେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ଧ୍ବସଂ କରିବାକୁ ଯାଉଛନ୍ତି ।’

ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି ଯେ, ‘ମୁମ୍ବାଇରେ ମୋ ମଣିକର୍ଣ୍ଣିକା ଫିଲ୍ମସର ଅଫିସ । ଯାହାକୁ ମୁଁ 15 ବର୍ଷ ପରିଶ୍ରମ କରିବା ପରେ ନିର୍ମାଣ କରିଛି । ମୋ ଜୀବନରେ କେବଳ ଗୋଟିଏ ସ୍ବପ୍ନ ଥିଲା ଯେବେ ମୁଁ ଫିଲ୍ମ ନିର୍ମାତା ସାଜିବି, ତେବେ ମୋର ନିଜର ଅଫିସ ହେବ । ଲାଗୁଛି ଏବେ ମୋ ଏହି ସ୍ବପ୍ନ ଭାଙ୍ଗିବାକୁ ଯାଉଛି । ଆଜି ସେଠାରେ ହାଠତ୍ କିଛି ବିଏମସିର କିଛି ଅଧିକାରୀ ପହଞ୍ଚିଥିଲେ ।’

ପ୍ରକାଶ ଥାଉକି ବିଏମସିର ଏକ ସୂତ୍ରରୁ ଜଣାପଡିଛି ଯେ 2018ରେ ମହାରାଷ୍ଟ୍ର ଆଞ୍ଚଳିକ ଏବଂ ଟାଉନ ପ୍ଲାନିଂ (ଏମଆରଟିପି) ଅଧିନିୟମ ଅଧୀନରେ ବାନ୍ଦ୍ରା ପଶ୍ଚିମରେ ତାଙ୍କ ଘରେ ବେଆଇନ ନିର୍ମାଣ ପାଇଁ ନାଗରିକ ସଂସ୍ଥା ନୋଟିସ୍ ଦେଇଥିଲା । ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିନେତ୍ରୀ ବିଏମସି ନୋଟିସକୁ ଚ୍ୟାଲେଞ୍ଜ କରିଥିବାରୁ ଏହି ମାମଲା ଦିନଦୋଷୀ କୋର୍ଟରେ ବିଚାରାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.