ETV Bharat / sitara

ହୁମାଙ୍କ ହଲିଉଡ ଡେବ୍ୟୁ, ଖୁସି ପ୍ରକାଶ କଲେ ଅଭିନେତ୍ରୀ

author img

By

Published : Apr 14, 2021, 11:52 AM IST

ମେ 21 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବ ବହୁ ଚର୍ଚ୍ଚିତ ହଲିଉଡ ଫିଲ୍ମ ‘ଆର୍ମି ଅଫ୍ ଦ ଡେଡ୍’ । ଯେଉଁଥିରେ ଅତିଥି ଅଭିନେତ୍ରୀ ରୂପେ ନଜର ଆସିବେ ହୁମା । ରିଲିଜ ହେଲା ଟ୍ରେଲର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ସୁନ୍ଦରୀ ହୁମା କୁରୈଶୀଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର । କାରଣ ବଲିଉଡରେ ଜଲୱା ଦେଖାଇସାରିଥିବା ହୁମାଙ୍କୁ ଏବେ ହଲିଉଡରେ ଦେଖିବାକୁ ମିଳିବ । ଆଜ୍ଞା ହଁ ସେ ହଲିଉଡର ହରର ଆକ୍ସନ ଡ୍ରାମା ଫିଲ୍ମ ‘ଆର୍ମି ଅଫ୍ ଦ ଡେଡ୍‌’ରେ ନଜର ଆସିବେ । ଯାହାର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆସନ୍ତା ମେ 21ରେ ରିଲିଜ ହେବ ଫିଲ୍ମ ।

ଫିଲ୍ମରେ ଅତିଥି ଭୂମିକାରେ ଅଭିନୟ କରୁଥିବା ହୁମା ଫିଲ୍ମର ଟ୍ରେଲର ଟ୍ବିଟରରେ ସେୟାର କରି ଖୁସି ପ୍ରକାଶ କରିଛନ୍ତି । ସେହିପରି ସେ ଲେଖିଛନ୍ତି, ‘ମୁଁ ଏହି ଫିଲ୍ମର ଅଂଶ ହୋଇ ଗର୍ବିତ ଅନୁଭବ କରୁଛି । ମୁଁ ସବୁବେଳେ ଜ୍ୟାକ୍ ସ୍ନିଡରଙ୍କ ବଡ ପ୍ରଶଂସକ ରହିଆସୁଛି ।’

ପ୍ରକାଶ ଥାଉକି ଏହି ଫିଲ୍ମର ନିର୍ମାତା ରୂପେ କାମ କରିଛନ୍ତି ଜ୍ୟାକ । ଜୋମ୍ବିର ଭୟାନକ କାହାଣୀକୁ ନେଇ ଆଧାରିତ ଫିଲ୍ମ । ହୁମାଙ୍କ ବ୍ୟତୀତ ଫିଲ୍ମରେ ନଜର ଆସିବେ ଡେଭ୍ ବାଉଟିଷ୍ଟା, ଏଲା ପୁର୍ନେଲ, ଓମାରି ହାର୍ଡୱିକ୍, ଆନା ଦେ ଲା ରେଗୁଏରା, ଥିଓ ରୋସି, ମାଥିଆସ୍ ସ୍ବଗୋଫର୍, ନୋରା ଆର୍ନେଜେଡର୍, ହିରୋଇକି ସାନଡା, ଟିଗ୍ ନୋଟାରୋ, ରାଉଲ୍ କାଷ୍ଟିଲୋ ଭଳି କଳାକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.