ETV Bharat / sitara

ମନାଲି ହସ୍ପିଟାଲରେ ଅଭିନେତ୍ରୀ ଦୀପ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର

author img

By

Published : Oct 20, 2020, 4:09 PM IST

ହୃଦଘାତରେ ପୀଡିତ ଥିବା ଦୀପ୍ତିଙ୍କ ଅପରେସନ୍ ମନାଲିର ଫୋର୍ଟିସ୍ ହସ୍ପିଟାଲରେ କରାଯାଇଛି । ରବିବାର ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ଚଣ୍ଡିଗଡ: ଅଭିନେତ୍ରୀ ଦୀପ୍ତି ନଭାଲଙ୍କୁ ନେଇ ନୈରାଶ୍ୟଜନକ ଖବର । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ମନାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର ।

ରବିବାର ପ୍ରଥମଥର ଦୀପ୍ତି ହୃଦଘାତରେ ପୀଡିତ ହୋଇଥିଲେ । ଯାହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେପଟେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କହିଛି ଯେ ଅପରେସନ୍ ପରେ ତାଙ୍କ ଅବସ୍ଥାରେ ବହୁତ ଉନ୍ନତି ହୋଇଛି ।

ହଠାତ୍ ତାଙ୍କ ସ୍ବାସ୍ୟବସ୍ଥା ବିଗିଡିବାରୁ ରାତି ପ୍ରାୟ 2ଟାରେ ଅପରେସନ୍ କରାଯାଇଥିଲା । ଅପରେସନ୍ ଟିମରେ ଫୋର୍ଟିସ୍ ହସ୍ପିଟାଲର ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ଆର.କେ ଜୈସୱାଲ ନିଜ ଟିମ ସାମିଲ ଥିଲେ।

ପ୍ରକାଶ ଥାଉକି ନିକଟରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବୟାନ ଦେଇ ନିଜ ସଂଘର୍ଷ ଓ ଡିପ୍ରେସନ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ ମସ୍ତିଷ୍କରେ ଅନେକଥର ଆତ୍ମହତ୍ୟା ଭଳି ପଦକ୍ଷେପ ଆସିଥିଲା ବୋଲି ସେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ସେ ଫେସବୁକ୍‌ରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଏକ ପେଜ୍ ମଧ୍ୟ ତିଆରି କରିଥିଲେ । ଯେଉଁଥିରେ ସେ ନିଜ ଜୀବନ ବିଷୟରେ ଅନେକକଥା ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.