ETV Bharat / sitara

ସକାଳେ ଲଙ୍ଗଳ ଟାଣୁଥିଲେ ଗରିବ ଚାଷୀଙ୍କ ଦୁଇ ଝିଅ, ସଂଧ୍ୟାରେ ପହଞ୍ଚିଲା ଟ୍ରାକ୍ଟର

author img

By

Published : Jul 26, 2020, 9:36 PM IST

Updated : Jul 27, 2020, 12:34 AM IST

ସାହାଯ୍ୟର ଅନ୍ୟନାମ ସୋନୁ ସୁଦ ପାଲଟିଛନ୍ତି । ପ୍ରତିଦିନ ଶହଶହ ଅଭାବୀ, ଦୀନଦୁଃଖୀ, ଅସହାୟଙ୍କୁ ସହାୟତା କରୁଛନ୍ତି ସୋନୁ । ଏବେ ଏମିତି ଦାରିଦ୍ର୍ୟରେ ଜର୍ଜରିତ ଏକ ପରିବାରକୁ ଟ୍ରାକ୍ଟର ଦେଇ ଚର୍ଚ୍ଚାରେ ସୋନୁ ସୁଦ ।

ସୋନୁ ସୁଦ ଦେଲେ ଟ୍ରାକ୍ଟର ଉପହାର
ସୋନୁ ସୁଦ ଦେଲେ ଟ୍ରାକ୍ଟର ଉପହାର

ମୁମ୍ବାଇ: ସେ ଗରିବଙ୍କ ମସିହା, ଶ୍ରମିକଙ୍କ ସାଥୀ, ପ୍ରବାସୀଙ୍କ ପ୍ରାଣଦାତା, ଦୁଃଖିଦରିଦ୍ରଙ୍କ ପାଇଁ ଦେବତା । କୋରୋନା ସଙ୍କଟରେ ପ୍ରବାସୀଙ୍କ ପାଦ କଷ୍ଟ ଦୂର କରିବାରେ, ଲହୁଲୁହାଣଙ୍କ ଲୁହ ପୋଛିଦେଇ ହସଖୁସି ଫେରାଉଥିବା ରିଏଲ ଲାଇଫ ହିରୋ ସୋନୁ ସୁଦ । ସୁପରଷ୍ଟାର ଏବେ ସମସ୍ତଙ୍କ ସୁନାପୁଅ । ନିଜ ମାନବିକତା, ମହନୀୟତା ସମସ୍ତଙ୍କ ମନ ଜିଣୁଛନ୍ତି ସୋନୁ । ସାହାଯ୍ୟର ଅନ୍ୟନାମ ସୋନୁ ସୁଦ ପାଲଟିଛନ୍ତି । ପ୍ରତିଦିନ ଶହଶହ ଅଭାବୀ, ଦୀନଦୁଃଖୀ, ଅସହାୟଙ୍କୁ ସହାୟତା କରୁଛନ୍ତି ସୋନୁ । ଏବେ ଏମିତି ଦାରିଦ୍ର୍ୟରେ ଜର୍ଜରିତ ଏକ ପରିବାରକୁ ଟ୍ରାକ୍ଟର ପ୍ରଦାନ କରିଛନ୍ତି ସୋନୁ ସୁଦ ।

ଲଙ୍ଗଳ ଟାଣୁ ଥିଲେ ଗରିବ ଚାଷୀଙ୍କ ଦୁଇ ଝିଅ, ସୋନୁ ସୁଦ ଦେଲେ ଟ୍ରାକ୍ଟର

ସୋନୁଙ୍କ ପାଖକୁ ସହାୟତା ପାଇଁ ଅନେକ ମେସେଜ ପ୍ରତିଦିନ ଆସୁଛି । ଜଣ ଜଣ କରି ସମସ୍ତଙ୍କ ମୁହଁରେ ଚେନାଏ ହସ ଆଣିବା ପାଇଁ ପାଇଁ ପଣ କରିଥିବା ସୋନୁଙ୍କ ପାଖରୁ କେହି ଖାଲି ହାତରେ ଫେରୁନାହାଁନ୍ତି । ଏମିତି ଏକ ଭିଡିଓ ମେସେଜରେ ସୋନୁଙ୍କୁ ଟ୍ୟାଗ କରାଯାଇଥିଲା । ଭିଡିଓଟି ଯେତିକି ଯନ୍ତ୍ରଣାସିକ୍ତ ଥିଲା, ସେଥିକି ହୃଦୟ ବିଦାରକ ।

ଫଟୋ ସୌଜନ୍ୟ: ଟ୍ବିଟର@SonuSood
ଫଟୋ ସୌଜନ୍ୟ: ଟ୍ବିଟର@SonuSood

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାର କେ ମହଲ ରାଜପଲ୍ଲୀ ମଣ୍ଡଳର ଜଣେ ଟମାଟୋ ଚାଷୀ ନାଗେଶ୍ବର ରାଓ ନିଜ ବିଲରେ ଚାଷ କରୁଥିବା ଭିଡିଓଟି ଥିଲା । ହେଲେ ଲଙ୍ଗଳ ଥିଲା ନା ଥିଲା ବଳଦ । ଦୁଇ ଝିଅ ବଳଦ ପରିବର୍ତ୍ତେ ଟାଣୁଥିଲେ ଲୁହାର ଏକ ଲଙ୍ଗଳ । ଚାଷରେ ବାପାକୁ ସାହାଯ୍ୟ କରୁଥିଲେ ଦୁଇ ଝିଅ । ପଛେ ପଛେ ଲୁହାର ଲଙ୍ଗଳରେ ଚାଷ କରୁଥିଲେ ବାପା ଓ ମା ମଞ୍ଜି ବୁଣି ଚାଲିଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର@SonuSood
ଫଟୋ ସୌଜନ୍ୟ: ଟ୍ବିଟର@SonuSood

ଏହି ଭିଡିଓଟି ସୋନୁଙ୍କ ପାଖରେ ପହଞ୍ଚିଥିଲା । ବାସ୍‌ ତା ପରେ ସଭିଁଙ୍କ ସାହାର ପାଲଟିଥିବା ସୋନୁ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରଥମେ ଦୁଇଟି ବଳଦ କିଣି ଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ କିଛି ସମୟ ପରେ ବଳଦ ବଦଳରେ ଟ୍ରାକ୍ଟର କିଣି ଦେବା ପାଇଁ କହିଥିଲେ । ଏହାସହ ସୋନୁ ଦୁଇ ଝିଅଙ୍କୁ ପାଠ ପଢାରେ ଧ୍ୟାନ ଦେବା ପାଇଁ ମଧ୍ୟ କହିଥିଲେ । ସୋନୁ ସଂଧ୍ୟା ସୁଦ୍ଧା ଟ୍ରାକ୍ଟର ଦେବା ପାଇଁ ଟ୍ବିଟ କରିଥିଲେ । ନିଜ ପ୍ରତିଶ୍ରୁତି ମୁତାବକ ଚାଷୀ ନାଗେଶ୍ବର ରାଓଙ୍କ ଘରେ ସଂଧ୍ୟା ସମୟରେ ନୂଆ ଟ୍ରାକ୍ଟର ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 12:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.