ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବର୍ତ୍ତମାନ ଚର୍ଚ୍ଚାରେ । ସାମ୍ନାକୁ ଆସିଲା ତାଙ୍କୁ ନେଇ ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ । କାରଣ ସେ ଖୁବଶୀଘ୍ର ବାହୁବଳୀ ପ୍ରଭାସଙ୍କ ଅପକମିଂ ବିଗ ବଜେଟ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ସେ ଖଳନାୟକ ସାଜି ପ୍ରଭାସଙ୍କ ସହ ଲଢୁଥିବାର ଦେଖାଯିବେ । ଫିଲ୍ମରେ ସୈଫଙ୍କ ସାମିଲ ହେବାକୁ ନେଇ ଗୁରୁବାର ମେକର୍ସଙ୍କ ଦ୍ବାରା ଘୋଷଣା କରାଯାଇଛି ।
ସେହିପରି ଘୋଷଣା କରି କୁହାଯାଇଛି, ‘ସୈଫ ଆମ ବିଗ ବଜେଟ ଫିଲ୍ମ ଆଦିପୁରୁଷରେ ସାମିଲ ହୋଇଛନ୍ତି । ଫିଲ୍ମରେ ତାଙ୍କ ଦମଦାର ଭିଲେନ ରୂପ ଦେଖିବାକୁ ମିଳିବ । ବର୍ତ୍ତମାନ ଫିଲ୍ମର ପ୍ରି-ପ୍ରଜକ୍ସନ କାମ ଚାଲିଛି । ଆଉ ଫିଲ୍ମର କାହାଣୀ ଭଲ ଖରପକୁ ନେଇ ଆଧାରିତ ହେବ । ଯାହା ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ ।’
ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ଓମ୍ ରାଉତ । ପୁଣିଥରେ ସୈଫ ତାଙ୍କ ସହ କାମ କରିବାକୁ ନେଇ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି ତାନାଜୀ ପରେ ଓମ ଦାଦାଙ୍କ ସହ କାମ କରିବାକୁ ନେଇ । ତାଙ୍କ ପାଖରେ ଶାନଦାର ଦୃଷ୍ଟିଶକ୍ତି ଥିବା ସହ ଫିଲ୍ମରେ ଭିନ୍ନ ଭିନ୍ନ କୌଶଳ ପ୍ରୟୋଗ କରିବାରେ ସେ ମାଷ୍ଟର । ମୁଁ ଶକ୍ତିଶାଳୀ ପ୍ରଭାସଙ୍କ ସହିତ ଖଣ୍ଡା ମୁକାବିଲା କରିବାକୁ ଓ ଦମଦାର ଭୂମିକା ଗ୍ରହଣ କରିବାକୁ ଅପେକ୍ଷା କରିଛି । ଯାହା ଶାନଦାର ହେବାକୁ ଯାଉଛି ।’
-
7000 years ago existed the world's most intelligent demon! #Adipurush
— TSeries (@TSeries) September 3, 2020 " class="align-text-top noRightClick twitterSection" data="
#Prabhas #SaifAliKhan @omraut @ItsBhushanKumar @vfxwaala @rajeshnair06 @retrophiles1 #TSeries pic.twitter.com/opO9ROSR3r
">7000 years ago existed the world's most intelligent demon! #Adipurush
— TSeries (@TSeries) September 3, 2020
#Prabhas #SaifAliKhan @omraut @ItsBhushanKumar @vfxwaala @rajeshnair06 @retrophiles1 #TSeries pic.twitter.com/opO9ROSR3r7000 years ago existed the world's most intelligent demon! #Adipurush
— TSeries (@TSeries) September 3, 2020
#Prabhas #SaifAliKhan @omraut @ItsBhushanKumar @vfxwaala @rajeshnair06 @retrophiles1 #TSeries pic.twitter.com/opO9ROSR3r
ପ୍ରକାଶ ଥାଉକି ‘ଆଦିପୁରୁଷ’ର ପ୍ରଯୋଜନା କରୁଛନ୍ତି ଟି-ସିରିଜ ମାଲିକ ଭୂଷଣ କୁମାର, ଓମ, ପ୍ରସାଦ ସୁତାର, ରାଜେଶ ନାୟର । 2021ରେ ପରଦରେ ଆସିବାକୁ ଯାଉଛି ଫିଲ୍ମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ