ETV Bharat / sitara

କ୍ୟାନ୍ସର ଯୁଦ୍ଧରେ ହାରିଗଲେ ଇରଫାନ୍ ଖାନ - ଇହଲୀଳା ତ୍ୟାଗ କଲେ ଇରଫାନ୍

କ୍ୟାନ୍ସର ସାମନାରେ ହାରିଯାଇଛନ୍ତି ମହାନ୍ ନାୟକ ଇରଫାନ ଖାନ । କେବଳ ଭାରତ ନୁହେଁ ସମଗ୍ର ଵିଶ୍ଵରେ ଖେଳି ଯାଇଛି ଶୋକର ଛାୟା।

bollywood-actor-irrfan-khan-passed-away-due-to-cancer
ଆରପାରିରେ ବଲିଉଡ ଜଗତର ବାଦସା ଇରଫାନ୍
author img

By

Published : Apr 29, 2020, 1:49 PM IST

Updated : Apr 29, 2020, 8:06 PM IST

ମୁମ୍ବାଇ: ଆଉ ନାହାଁନ୍ତି ‘ହିନ୍ଦୀ ମିଡିୟମ’ ଫେମ ଇରଫାନ୍ ଖାନ। ମୃତ୍ୟୁର ଦୋଛକିରେ ହାରିଯାଇଛନ୍ତି ଏହି ମହାନ୍ ନାୟକ। ସବୁଦିନ ପାଇଁ ଚିର-ନିଦ୍ରାରେ ଆଖି ବୁଜିଛି, ବାସ୍ତବଧର୍ମୀ ଅଭିନୟର ବିଖ୍ୟାତ ଯାଦୁଗରୀ କର୍ମଶାଳା । ବଲିଉଡ୍ ନକ୍ସାରୁ ବିଚ୍ଛିନ୍ନ ହୋଇଛି ଏକ ନିଚ୍ଛକ ଦରଦୀ ରଙ୍ଗମହଲ ! ଭାରତ ନୁହେଁ ସମଗ୍ର ଵିଶ୍ଵରେ ଖେଳି ଯାଇଛି ଶୋକର ଛାୟା।

କ୍ୟାନ୍ସର ଯୁଦ୍ଧରେ ହାରିଗଲେ ଇରଫାନ୍ ଖାନ

ମୃତ୍ୟୁ ବେଳକୁ ଇରଫାନଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତ ଚାରିଦିନ ତଳେ ମା'ଙ୍କୁ ହରାଇଥିବା ଇରଫାନ ଆଜି ଶେଷରେ ତାଙ୍କ ପାଖକୁ ଚାଲିଯାଇଛନ୍ତି । ଇରଫାନ୍ ଗତ ମଙ୍ଗଳବାର ଦିନ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଦୀର୍ଘ ଦୁଇବର୍ଷ ହେବ କର୍କଟ ରୋଗରେ ପୀଡିତ ଥିବା ଇରଫାନ ନିୟୁର୍କରେ ଚିକିତ୍ସିତ ହେଉଥିଲେ । ନିକଟରେ ସେ ସୁସ୍ଥ ହୋଇ ଭାରତ ଫେରିଥିଲେ ମଧ୍ୟ ଅନେକ ବାର ଅସୁସ୍ଥ ହୋଇଥିଲେ। ତଥାପି ଅଭିନୟ ତାଙ୍କର ଏତେ ପ୍ରିୟ ଯେ ନିଜ ଶରୀରକୁ ପଛରେ ପକାଇ ନିଜ ଶେଷ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ସୁଟିଂରେ ଲାଗିପଡିଥିଲେ । ବୋଧହୁଏ ଏହା ପ୍ରଶଂସକଙ୍କ ପାଇଁ ଇରଫାନଙ୍କ ଉପହାର ଥିଲା ।

ରାଜସ୍ଥାନର ଜୟପୁର ଠାରେ 1967 ମସିହା ଜାନୁଆରୀ 7 ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ପ୍ରଖ୍ୟାତ ଯୋଦ୍ଧା। 1985ରୁ 2020 ପର୍ଯ୍ୟନ୍ତ ସେ ଅଭିନୟର ଅନ୍ଧାରୀ ମୂଲକରେ ନିଜ କଳାକାର ଜୀବନକୁ ଵିଶ୍ୟବାସୀଙ୍କ ପାଇଁ ସମର୍ପି ଦେଇଥିଲେ। ମାଆ ବେଗମ୍ ଖାନ୍ ଓ ବାପା ଟଂକ୍ ହାକିମଙ୍କ ସ୍ଵପ୍ନକୁ ଯଦିଓ ସାକାର କରି ପାରିଛନ୍ତି, ପତ୍ନୀ ସୁତାପା ସିକଦର୍ ନିଜ 2 ପିଲା ଆୟନ୍ ଓ ବାବିଲ୍ ଙ୍କ ପାଇଁ ଦେଖିଥିବା ସ୍ବପ୍ନ ଅଧୁରା ହୋଇ ରହିଗଲା।

1988 ମସିହା ସଲାମ୍ ଵମ୍ଵେ ଠାରୁ 2020 ମସିହା ଅଙ୍ଗ୍ରେଜି ମିଡିୟମ୍ ସିନେମା ପର୍ଯ୍ୟନ୍ତ 70ରୁ ଅଧିକ ଚଳଚ୍ଚିତ୍ରରେ ନିଜର ବାସ୍ତବଧର୍ମୀ ଅଭିନୟର ପ୍ରମାଣ ଦେଖେଇ ସାରିଛନ୍ତି। 1990 ମସିହାର ସିନେମା ‘ଏକ ଡକ୍ଟର କା ମତ୍’ ହେଉ କି ହଲିଉଡ୍ ଫିଲ୍ମ ‘ଲାଇଫ୍ ଅଫ୍ ପାଏ ଓ ଜୁରାସିକ୍ ଓ୍ବାର୍ଲଡ୍’ ଭଳି ସିନେମା ମାଧ୍ୟମରେ ସେ ସମଗ୍ର ବିଶ୍ଵରେ ଭିନ୍ନ ପ୍ରସିଦ୍ଧି ଆଣି ପାରିଥିଲେ। 2011 ମସିହାରେ କେନ୍ଦ୍ର ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲା ପରେ ସେ ସମସ୍ତଙ୍କ ଦୃଷ୍ଟିରେ ମହାନ୍ ହୋଇଯାଇଥିଲେ। ନିଜ କ୍ୟାରିୟର୍ ରେ ସଫଳ ଏଵଂ ଜଣେ ଭଲ ମଣିଷ ଭାଵେ ସେ ଯେଉଁ ପରିଚୟ ଛାଡିଗଲେ, ତାହା ନିହାତି ଅପୂରଣୀୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2020, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.