ETV Bharat / sitara

ପତ୍ନୀଙ୍କ ଜନ୍ମଦିନରେ ଏମିତି କିଛି ଲେଖିଲେ ଅନିଲ

ସୁନିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ ଓ ସୋନମ । ଭାଇରାଲ ହେଲା ଦୁଇଜଣଙ୍କ ସୋସିଆଲ ମିଡିଆ ପୋଷ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 25, 2021, 11:22 AM IST

ମୁମ୍ବାଇ: ଆଜି ଅନିଲ କପୁରଙ୍କ ପତ୍ନୀ ସୁନିତା କପୁରଙ୍କ 56ତମ ଜନ୍ମଦିନ । ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ । ହେଲେ ପତ୍ନୀଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ମନ କଥା ଜଣାଇଛନ୍ତି ଅନିଲ । ସୁନିତାଙ୍କ ସହ ସେ ନିଜର କିଛି ଫଟୋ ପୋଷ୍ଟ କରି ପୁଣିଥରେ ପ୍ରେମ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଅନିଲ ଲେଖିଛନ୍ତି, ‘ମୋ ଜୀବନର ପ୍ରେମ ସୁନିତା । ଥାର୍ଡ କ୍ଲାସ ଟ୍ରେନ୍ କମ୍ପାର୍ଟମେଣ୍ଟଠୁ ଆରମ୍ଭ କରି ସ୍ଥାନୀୟ ବସ, ରିକ୍ସା ଏବଂ ଖାଲିପିଲି ଟ୍ୟାକ୍ସିରେ ଯାତ୍ରା କରିବାଠୁ ନେଇ ଫ୍ଲାଇଙ୍ଗ୍ ଇକୋନୋମି ଫ୍ଲାଇଟରେ ଫାଷ୍ଟକ୍ଲାସ ଯାତ୍ରା ପର୍ଯ୍ୟନ୍ତ ତୁମେ ମୋ ସାଥିରେ ରହିଆସୁଛ । ଆମେ ସବୁ ସମସ୍ୟାର ସାମ୍ନା ହସି ହସି କରିଥିଲେ । ଏହି କିଛି କାରଣ ପାଇଁ ମୁଁ ତୁମକୁ ବହୁତ ଭଲ ପାଏ । ମୋ ହସର କାରଣ ତୁମେ । ଏଥିପାଇଁ ମୁଁ ସବୁ ଯାତ୍ରା ହସି ହସି କରିଥିଲି । ତୁମକୁ ସାଥି ରୂପେ ସବୁଦିନ ପାଇ ମୁଁ ଗର୍ବିତ । ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ଲଭ ୟୁ ।’

ସେପଟେ ଅନିଲଙ୍କ ବ୍ୟତୀତ ସୁନିତାଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁର ଲେଖିଛନ୍ତି, ‘ମା' ଶବ୍ଦ ସାଧାରଣ । ହେଲେ ମୋ ପାଇଁ ସ୍ପେଶାଲ । ଆଜି ଯାହା ବି ମୁଁ ହୋଇପାରିଛି, ତୁମ ପ୍ରେମ ମୋତେ ବାଟ ଦେଖାଇଲା। ଲଭ ୟୁ ମା' । ମୁଁ ଆଶା କରୁଛି ଖୁବଶୀଘ୍ର ତୁମକୁ ଦେଖା କରି ଆଲିଙ୍ଗନ କରିବି । ମୁଁ ତୁମକୁ ମିସ୍ କରୁଛି । ହାପି ବର୍ଥଡେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.