ETV Bharat / sitara

ପୁଣି ଧମାଲ କରିବେ ବିଦ୍ୟୁତ୍‌, ଆସିବ ‘ଖୁଦା ହାଫିଜ୍’ ସିକ୍ବେଲ - ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ଆକ୍ସନ ହିରୋ ବିଦ୍ୟୁତ ଜାମୱାଲଙ୍କ ଚର୍ଚ୍ଚିତ ଫିଲ୍ମ ‘ଖୁଦା ହାଫିଜ୍’

ଚର୍ଚ୍ଚାରେ ବିଦ୍ୟୁତ ଜାମୱାଲ । ପୁଣିଥରେ ପରଦାରେ ଦେଖିବାକୁ ମିଳିବ ତାଙ୍କ ଦମଦାର ଷ୍ଟଣ୍ଟ । ଖୁବଶୀଘ୍ର ନେଇ ଫେରିବେ ନିଜ ଅଭିନୀତ ଫିଲ୍ମ ‘ଖୁଦା ହାଫିଜ୍ ଚାପ୍ଟର 2’ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 3, 2020, 12:41 PM IST

Updated : Sep 3, 2020, 12:53 PM IST

ମୁମ୍ବାଇ: ନିକଟରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ଆକ୍ସନ ହିରୋ ବିଦ୍ୟୁତ ଜାମୱାଲଙ୍କ ଚର୍ଚ୍ଚିତ ଫିଲ୍ମ ‘ଖୁଦା ହାଫିଜ୍’ । ସବୁଥର ପରି ଏହି ଫିଲ୍ମରେ ମଧ୍ୟ ତାଙ୍କ ଜବରଦସ୍ତ ଆକ୍ସନ ସିନ୍ସ ଦେଖିବାକୁ ମିଳିଥିଲା । ସେହିପରି ଫିଲ୍ମକୁ ଦର୍ଶକ ଓ କିଟ୍ରିକ୍ସଙ୍କ ମିଶ୍ରତ ପ୍ରତିକ୍ରିୟା ମିଳିଥିଲା । ଇତିମଧ୍ୟରେ ବିଦ୍ୟୁତଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ନେଇ ଖୁସି ହୋଇଯିବେ ସମସ୍ତେ । କାରଣ ଶୁଣିବାକୁ ମିଳୁଛି ବିଦ୍ୟୁତ ‘ଖୁଦା ହାଫିଜ୍‌’ର ସିକ୍ବେଲ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଆଉ ଫିଲ୍ମର ଟାଇଟେଲ ରଖାଯିବ ‘ଖୁଦା ହାଫିଜ୍ ଚାପ୍ଟର 2’ ।

ଯଦି ଫିଲ୍ମର କାହାଣୀ ବିଷୟରେ କଥା ହେବା ତେବେ ବିଦ୍ୟୁତ, ସମୀର ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ପତ୍ନୀ ସାଜି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଅଭିନେତ୍ରୀ ଶିବଲେଖା ଓବରାୟ । ତାଙ୍କ ଭୂମିକାର ନାମ ନର୍ଗିସ ରଖାଯାଇଥିଲା । ବିଦେଶରେ ହଜିଯାଇଥିବା ପତ୍ନୀଙ୍କୁ ଖୋଜିବା ପାଇଁ ବିଦ୍ୟୁତ ସମସ୍ତଙ୍କ ସହ ଲଢୁଥିବାର ଦେଖାଯାଇଥିଲେ । ପରିଶେଷରେ ବିଦେଶ ଯାଇ ନିଜ ପତ୍ନୀଙ୍କୁ ଭାରତ ଆଣିବାରେ ସେ ସଫଳ ମଧ୍ୟ ହୋଇଥିଲେ ।

ପ୍ରକାଶ ଥାଉକି ‘ଖୁଦା ହାଫିଜ୍‌’ର କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଫାରୁକ୍ କବୀର । ଫିଲ୍ମର ସିକ୍ବେଲକୁ ନେଇ ସେ କହିଛନ୍ତି, ‘ଏହା ଫ୍ରାଞ୍ଚାଇଜ ଫିଲ୍ମ ନୁହେଁ । ହେଲେ ପ୍ରଥମ ଫିଲ୍ମଠୁ ଅଧିକ ଆକ୍ସନଭରା ସିନ ଦେଖିବାକୁ ମିଳିବ ସିକ୍ବେଲରେ । ଯାହା ଦର୍ଶକଙ୍କୁ ବାନ୍ଧିକି ରଖିବ । ଏହାସହ ଅନେକ ସରଫ୍ରାଇଜ ମଧ୍ୟ ଫିଲ୍ମରେ ରହିଅଛି । ଖୁଦା ହାଫିଜ୍ ଚାପ୍ଟର 2021ରେ ଦେଖିପାରିବେ ଦର୍ଶକ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 3, 2020, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.