ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମଠୁ ଅଧିକ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ନିଜକୁ ସବୁବେଳେ ଫିଟ୍ ରଖିବା ପାଇଁ ଘଣ୍ଟା ଘଣ୍ଟା ଜିମରେ ସମୟ ବିତାନ୍ତି । ଇତିମଧ୍ୟରେ ତାଙ୍କର ଦୁଇଟି ୱାର୍କଆଉଟ ଭିଡିଓ ସୋସିଆଲ ମିଡିରେ ଦେଖିବାକୁ ମିଳୁଛି । ଯାହା ଦେଖି ଫ୍ୟାନ୍ସଙ୍କ ସହ ଆକ୍ସନ ହିରୋ ତଥା ଖାସ୍ ବନ୍ଧୁ ଟାଇଗର ଶ୍ରଫ ଫିଦା ହୋଇଯାଇଛନ୍ତି । ଆଜ୍ଞା ହଁ, ଭାଇରାଲ ହେଉଥିବା ଭିଡିଓରେ ଦିଶା 80 କେଜି ଓଜନ ଧରି କୁଲ ରେଞ୍ଜ ସ୍କ୍ବାଟ ମାରୁଥିବାର ନଜର ଆସୁଛନ୍ତି ।
ଦୁଇଟି ଥ୍ରୋବ୍ୟାକ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସେ । ପ୍ରଥମ ଭିଡିଓରେ ସେ 75 କେଜି ଓଜନ ଧରି ୱାର୍କଆଉଟ କରୁଥିବାର ବେଳେ ଦ୍ବିତୀୟ ଭିଡିଓରେ 80 କେଜି ଧରିଥିବାର ଦେଖାଯାଉଛନ୍ତି ।
ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ହ୍ୟାଶଟ୍ୟାଗ ଥ୍ରୋବ୍ୟାକ ଯେବେ ମୁଁ ଷ୍ଟ୍ରଙ୍ଗ ଥିଲି । ସେହି ସମୟରେ 75 କେଜି ଓଜନ ସହ ମୁଁ ଏକ ରାପ କରୁଥିଲି ଆଉ ଦ୍ବିତୀୟ ସେଟରେ 80 କେଜି ସହ 1 ଫୁଲ ରେଞ୍ଜ ସ୍କ୍ବାଟ କରିପାରୁଥିଲି।’
ମଜାଦାର କଥା ହେଲା ଯେ ଏହି ପୋଷ୍ଟରେ ଟାଇଗର କମେଣ୍ଟ କରି ଏକ ହାର୍ଟ ଇମୋଜି ତିଆରି କରିଥିବା ବେଳେ ତାଙ୍କ ମା' ଆୟେଶା ଶ୍ରଫ ଲେଖିଛନ୍ତି, ‘ ଖୁବ ବଢିଆ ଦିଶୁ ।’ ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">