ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଯାହା ପରେ ବିଗ୍ ବିଙ୍କ ବାସଭବନ 'ଜଲସା' କୁ ବିଏମସି ଦ୍ୱାରା କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଏମସି ଦ୍ୱାରା ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନର ପୋଷ୍ଟରକୁ ହଟାଇ ଦିଆଯାଇଛି ।
ଅମିତାଭଙ୍କ ସହ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ବଚ୍ଚନ ପରିବାରର ପ୍ରଥମ କୋଭିଡ -19 ପରୀକ୍ଷା 11 ଜୁଲାଇରେ ହୋଇଥିଲା ।
ବଚ୍ଚନ ପରିବାରର ଏହି ଚାରି ଜଣ ସଦସ୍ୟଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଚିକିତ୍ସିତ ହେଉଛନ୍ତି ।
ଜୁଲାଇ 12 ରେ, ବିଏମସି ଅଧିକାରୀମାନେ 'ଜଲସା'କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରି ବାହାରେ ଏକ ବ୍ୟାନର ଲଗାଇଥିଲେ । ଏହା ପରେ, ତାଙ୍କ ବଙ୍ଗଳାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା ।
14 ଦିନିଆ କ୍ୱାରେନଣ୍ଟାଇନ ପିରିୟଡ ସମାପ୍ତ ହେବା ପରେ ବିଏମସି ଅମିତାଭଙ୍କ ବଙ୍ଗଳା ଏକ ଡିକୋଣ୍ଟେମିନେସନ ଜୋନ୍ ଭାବରେ ଘୋଷଣା କରିଛି ।
କିଛି ଦିନ ପର୍ବରୁ, ଅମିତାଭ, ପୁଅ ଅଭିଷେକ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ମଧ୍ୟ କୋଭିଡ-19 ପରୀକ୍ଷା ପଜିଟିଭି ଆସିଥିଲା । ଯାହାର ସୂଚନା ଅଭିଷେକ ସୋସିଆଲ ମିଡିଆରେ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ