ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ମହଲରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କ ସମର୍ଥନ କରିଛନ୍ତି । ପ୍ରଜ୍ଞାଙ୍କ ପୂର୍ବରୁ ଅନେକ ରାଜନେତା ଓ ସେଲିବ୍ରିଟି କଙ୍ଗନାଙ୍କ ସମର୍ଥନରେ ସାମ୍ନାକୁ ଆସିସାରିଲେଣି । ବୁଧବାର ତାଙ୍କ ମୁମ୍ବାଇ ପାଲିହିଲ୍ ସ୍ଥିତ ମଣିକର୍ଣ୍ଣିକା ଅଫିସ୍ ବିଏମସି ଦ୍ବାରା ଉଚ୍ଛେଦ ପ୍ରକ୍ରିୟା ପରେ କ୍ରୋଧିତ ନଜର ଆସୁଛନ୍ତି ଅନେକ ଲୋକ ।
ଏହି ମାମଲାରେ ପ୍ରତିକ୍ରିୟା ଦେଇ ପ୍ରଜ୍ଞା କହିଛନ୍ତି, ‘ବର୍ତ୍ତମାନ ଶିବସେନା କଂଗ୍ରେସ ସହ ଅଛି ଆଉ ସେମାନଙ୍କ ବିଚାରଧାରାରେ କାମ କରୁଛି । ହୁଏତଃ ଏହି କାରଣ ପାଇଁ କଙ୍ଗନାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯାହା କରିବା ପାଇଁ କଂଗ୍ରେସ ବାଧ୍ୟ କରିଥିବ । ସେ ଜଣେ ମହିଳା ଆଉ ବିନା କୌଣସି ଅପରାଧରେ ଏପରି କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ନିଆଯିବା ଅନୁପଯୁକ୍ତ ଅଟେ ।’
ଏହାବ୍ୟତୀତ ପ୍ରଜ୍ଞା ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ସହ ସାକ୍ଷାତ କରିବା ଉପରେ ଆଲୋଚନା କରି କହିଥିଲେ, ‘ମୁଁ ଭୋପାଳର ସାଂସଦ ରୂପେ ତାଙ୍କୁ ସାକ୍ଷାତ କରିବାକୁ ଆସିଛି ।’ ସେହିପରି ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା 27 ବିଧାନସଭା ଉପ-ନିର୍ବାଚନରେ ପ୍ରଚାର ପ୍ରସାର ବିଷୟରେ ସେ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ ସଂଗଠନ ସ୍ଥିର କରିବ ଏବଂ ସଂଗଠନକୁ ଦିଆଯାଇଥିବା ଦାୟିତ୍ବ ପୂରଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ