ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ନିଜ ଟ୍ବିଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । କେବେ ସେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଉଥିବାର ନଜର ଆସନ୍ତି ତ ଆଉ କେବେ ନିଜ ହେଟର୍ସଙ୍କୁ ଜବାବ ଦିଅନ୍ତି । ଏବେ ପୁଣିଥରେ ସ୍ବରା ଚର୍ଚ୍ଚାରେ । କାରଣ ନିକଟରେ ସେ ଫୈଜାବାଦର ବିଜେପି ସାଂସଦ ଲାଲୁ ସିଂଙ୍କୁ ଖୁବ୍ ଆଡୁ ସାଡୁ ଶୁଣାଇଥିଲେ । ଅନ୍ୟପଟେ ସ୍ବରାଙ୍କୁ କମେଣ୍ଟ କରିବା ପରେ ଏବେ ଲାଲୁ ତାଙ୍କୁ କ୍ଷମା ମାଗିଛନ୍ତି । ଏହାସହ ସେ ନିଜ ପକ୍ଷ ମଧ୍ୟ ରଖିଛନ୍ତି ।
ସ୍ବରା ନିକଟରେ ଟ୍ବିଟରରେ ଏକ ଟ୍ବିଟ କରିଥିଲେ । ଏହି ଟ୍ବିଟ ସହ ଅଭିନେତ୍ରୀ ଦୁଇଟି ଫଟୋ ମଧ୍ୟ ସେୟାର କରିଥିଲେ । ଗୋଟିଏ ଫଟୋ ଉପରେ ସ୍ବରାଙ୍କୁ ଅଶ୍ଳୀଳ କମେଣ୍ଟ ଜଣେ ୟୁଜର କରିଥିଲେ । ଯାହାକୁ ଲାଲୁ ମଧ୍ୟ ଲାଇକ କରିଥିଲେ । ତାଙ୍କର ଏପରି କାମରେ ରାଗିଯାଇଥିଲେ ସ୍ବରା ।
ଯାହାକୁ ନେଇ ସାଂସଦ ଲାଲୁଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ସେ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ହଠାତ୍ ଟ୍ବିଟର ସ୍କ୍ରଲ କରୁଥିବା ସମୟରେ ଏପରି କାର୍ଯ୍ୟ ହୋଇଥିଲା। ଯାହା ପାଇଁ ମୁଁ କ୍ଷମା ମାଗୁଛି । ମୋର ଏପରି କୌଣସି ଉଦ୍ଦେଶ୍ୟ ନାହିଁ କାହାରି ଭାବନାକୁ ଆହତ କରିବାର । ଆଉ ମୋର ସାମାଜିକ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ସ୍ବୟଂ କାହାକୁ ମଧ୍ୟ ପଚାରି ପାରନ୍ତି । ’ ଅନ୍ୟପଟେ ସ୍ବରା ତାଙ୍କ କ୍ଷମାକୁ ସ୍ବୀକାର କରି ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।