ମୁମ୍ବାଇ: ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଆସିଥିବା ଆମେରିକୀୟ ପପ୍ ଗାୟକ ରିହାନା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ରିହାନା ତାଙ୍କ ପ୍ରତିକ୍ରିୟା ପାଇଁ ନୁହେଁ ବରଂ ନିଜର ଟପଲେସ୍ ଫଟୋ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଯାହାକୁ ନେଇ ବିଜେପି ପ୍ରବକ୍ତା ରାମ କଦମଙ୍କ ରିହାନାଙ୍କ ସମାଲୋଚନା କରିଛନ୍ତି ।
ତେବେ କଥାଟି ହେଲା ଯେ ଏହି ଫଟୋ ଫ୍ୟାନ୍ସଙ୍କ ମନ କିଣିଥିବା ବେଳେ ହୁଏତଃ ରାମ କଦମଙ୍କୁ ଭଲ ଲାଗିନାହିଁ । ଏଥିପାଇଁ ପୁଣିଥରେ ସେ ସମାଲୋଚନାର ଶିକାର ହୋଇଛନ୍ତି । କାରଣ ରିହାନା ଟିପଲେସ ଅବତାରରେ ଭଗବାନ ଗଣେଶଙ୍କ ପେଣ୍ଡେଟ ପିନ୍ଧିଥିଲେ।
ଯାହାକୁ ଆଧାର କରି ରାମ ନିନ୍ଦା କରିବା ସହ ଟ୍ବିଟରେ ଲେଖିଛନ୍ତି, ‘ଉଲଗ୍ନ ଅବସ୍ଥାରେ ଭଗବାନ ଗଣେଶଙ୍କ ପେଣ୍ଡଟ ପିନ୍ଧି ଦେବାଦେବୀଙ୍କ ଅପମାନ କରିଛନ୍ତି ରିହାନା । ତାହାଲେ ଏବେ କଂଗ୍ରେସ ରିହାନାଙ୍କ ସମର୍ଥନ କରିବ ନା ବିରୋଧ ।’