ETV Bharat / sitara

ବିଦ୍ୟା@41; ଦମଦାର ଆକ୍ଟିଂକୁ ଶାନଦାର ଲୁକ୍

author img

By

Published : Jan 1, 2020, 1:26 PM IST

41 ବର୍ଷ ବୟସରେ ପଦାର୍ପଣ କଲେ ବିଦ୍ୟା ବାଲାନ । ନିଜ ଦମଦାର ଅଭିନୟ ଜରିଆରେ ଜିତିଛନ୍ତି ଦର୍ଶକଙ୍କ ହୃଦୟ । ଏହି ଖାସ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

vidhya balan
ଡିଜାଇନ ଫଟୋ

ମୁମ୍ବାଇ: ଆଜି ପୁରା ଦେଶରେ ନୂଆ ବର୍ଷ ପାଳନ କରାଯାଉଛି । 2019କୁ ଅଲବିଦା କହି 2020କୁ ସ୍ବାଗତ କରିଛନ୍ତି ଦେଶବାସୀ । ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ 2019ର ଶେଷ ଦିନରେ ପରିବାର, ବନ୍ଧୁବାନ୍ଧବ ସହ ଖୁବ୍ ମଜାମସ୍ତି କରି ନୂଆ ବର୍ଷକୁ ୱେଲକମ କରିଥିଲେ । ହେଲେ ଫେମସ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ପାଇଁ ଆଜି ଡବଲ ସେଲିବ୍ରେଶନ । କାରଣ ନୂଆ ବର୍ଷ ହେବା ସହ ଆଜି ତାଙ୍କ 41ତମ ଜନ୍ମଦିନ ।

vidhya balan-4
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ ଫ୍ୟାନକ୍ଲବ

1979 ଜାନୁଆରୀ 1ରେ ବିଦ୍ୟାଙ୍କ ଜନ୍ମ ମୁମ୍ବାଇର ଏକ ସାଉଥ ଫ୍ୟାମିଲିରେ ହୋଇଥିଲା । ନିଜ ପ୍ୟାଶନ ପାଇଁ ଫିଲ୍ମ ଦୁନିଆକୁ ଚନୟ କରିଥିଲେ ବିଦ୍ୟା । ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ସେ ମାଧୁରୀ ଦୀକ୍ଷିତଙ୍କ ଫେମସ ଗୀତ ‘ଏକ, ଦୋ, ତିନ’ ଦେଖିବା ପରେ ସ୍ତିର କରିଥିଲେ କି ସେ ମଧ୍ୟ ଅଭିନେତ୍ରୀ ହେବେ । ଯାହାପରେ ତାଙ୍କୁ କୌଣସି ସଂଘର୍ଷ ରୋକିପାରିନଥିଲା ବଲିଉଡର ଟପ ଅଭିନେତ୍ରୀ ସାଜିବାକୁ ।

vidhya balan-5

ବୋଲ୍ଡ ଓ ବିନ୍ଦାସ ଆକ୍ଟ୍ରେସ ମଧ୍ୟରେ ଅନ୍ୟତମ ବିଦ୍ୟା ଆଜି ନିଜ ଶାନଦାର ଅଭିନୟ ପାଇଁ ଚର୍ଚ୍ଚିତ । ହେଲେ ବଲିଉଡରେ ସଫଳ ସ୍ଥାନରେ ପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ କୌଣସି ସହଜ କଥା ନଥିଲା । ସେ ନିଜ ଅଭିନୟ କ୍ୟାରିୟର ପ୍ରଥମେ ଜି ଟିଭିର କମେଡି ଶୋ ‘ହମ ପାଞ୍ଚ’ରେ ରାଧିକା ମାଥୁର ଭୂମିକାରୁ ଆରମ୍ଭ କରିଥିଲେ ।

vidhya balan-3

ହେଲେ ଏହି ଧାରାବାହିକରୁ ସେ ଅଧିକ ପପୁଲାର ହୋଇପାରିନଥିଲେ । ତାଙ୍କ କ୍ୟାରିୟର ଆରମ୍ଭ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରର ଲୋକ ତାଙ୍କୁ ଅଶୁଭ ମାନୁଥିଲେ । ତାଙ୍କୁ କାମ ମିଳିବା ମଧ୍ୟ ବନ୍ଧ ହୋଇଯାଇଥିଲା । ଯାହାପରେ ତାଙ୍କୁ ଫିଲ୍ମ ‘ପରିଣିତା’ ମିଳିଥିଲା । ଏହି ଫିଲ୍ମ ପରେ ରାତାରାତି ତାଙ୍କ ଭାଗ୍ୟ ବଦଳିଯାଇଥିଲା ।

vidhya balan-2

ଏକ ସାକ୍ଷାତକାରରେ ବିଦ୍ୟା ନିଜ ସଂଘର୍ଷ ବିଷୟରେ କଥା ହୋଇ କହିଥିଲେ ଯେବେ ସେ ଷ୍ଟ୍ରଗଲ କରୁଥିଲେ, ସେହି ସମୟରେ ତାଙ୍କୁ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କ ସହ ମଲୟାଲମ ଫିଲ୍ମରେ କାମ ମିଳିଥିଲା । ହେଲେ କିଛି କାରଣ ପାଇଁ ବନ୍ଦ ହୋଇଯାଇଥିଲା ଫିଲ୍ମ। ଯାହାପରେ ତାଙ୍କୁ ଅଶୁଭ କୁହାଯାଇଥିଲା ।

ସେ ଅନେକ ଟେଲିଭିଜନ ବିଜ୍ଞାପନରେ କାମ ମଧ୍ୟ କରିଥିଲେ । ଏହି ବିଜ୍ଞାପନର ଅଧିକାଂଶ ନିର୍ଦ୍ଦେଶନା ପ୍ରଦୀପ ସରକାରଙ୍କ ଦ୍ବାରା କରାଯାଇଥିଲା । 2003ରେ ବିଦ୍ୟା ବଙ୍ଗୀୟ ଫିଲ୍ମ ‘ଭାଲୋ ଥେକୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

vidhya balan-1

ଫିଲ୍ମ ‘ଭୁଲ ଭୁଲୈୟା’ଠୁ ନେଇ ‘ଦି ଡର୍ଟି ପିକ୍ଚର’ର ବୋଲ୍ଡ କ୍ୟାରେକ୍ଟର ପର୍ଯ୍ୟନ୍ତ କିମ୍ବା ‘କାହାନୀ’ର ଦମଦାର ଅଭିନୟକୁ ଖୁବ୍ ଶାନଦାର ରୂପେ ପ୍ରଦର୍ଶନ କରିଥିଲେ ବିଦ୍ୟା । ବିଦ୍ୟା ଜାତୀୟ ପୁରସ୍କାର ସହ ଆଉ ଅନେକ ପୁରସ୍କାର ଜିତିସାରିଛନ୍ତି । 2017ରେ ଆସିଥିବା ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ତୁମ୍ହାରୀ ସୁଲୁ’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । ଆଉ ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ମଧ୍ୟ ବକ୍ସ ଅଫିସରେ ଶାନଦାର ଆୟ କରି ବ୍ଲକବଷ୍ଟର ଫିଲ୍ମ ସାଜିଥିଲା । ବର୍ତ୍ତମାନ ବିଦ୍ୟା ସାଉଥ ଓ ହିନ୍ଦୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ପ୍ରକାଶ ଥାଉକି 2012ରେ ବିଦ୍ୟା ଫିଲ୍ମ ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆଜି ସେ 188 କୋଟି ଟଙ୍କାର ମାଲିକାଣି ମଧ୍ୟ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.