ମୁମ୍ବାଇ: ଆଜି ବି-ଟାଉନ ଆକ୍ଟର ରଣବୀର ସିଂଙ୍କ 34ତମ ଜନ୍ମଦିନ । ଏବର୍ଷ ତାଙ୍କ ବର୍ଥ ଡେ କିଛି ଖାସ୍ ହେବାକୁ ଯାଉଛି, କାରଣ ବିବାହ ପରେ ପତ୍ନୀ ଦୀପିକା ପାଦୁକୋନଙ୍କ ସହ ପ୍ରଥମଥର ଜନ୍ମଦିନ ପାଳନ କରିବେ ରଣବୀର । ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ରଣବୀର ସବୁବେଳେ ନିଜ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଆଉ ନିଜ ଶାନଦାର ଅଭିନୟ ପାଇଁ ବର୍ତ୍ତମାନ ସେ ବଲିଉଡ ନିର୍ମାତା, ନିର୍ଦ୍ଦେଶକଙ୍କ ଫେଭରେଟ ହିରୋ ମଧ୍ୟ । ତେବେ ଆସନ୍ତୁ ଜନ୍ମଦିନରେ ଜାଣିବା ତାଙ୍କ ବିଷୟରେ କିଛି କଥା...
ତାଙ୍କର ଏବର୍ଷ ରିଲିଜ ହୋଇଥିବା 'ଗଲି ବୟ' ଫିଲ୍ମ ଦର୍ଶକଙ୍କ ସହ କ୍ରିଟିକ୍ସଙ୍କୁ ମଧ୍ୟ ଦିୱାନା କରିଥିଲା । ସେ ଖୁବଶୀଘ୍ର ଭାରତର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ବାୟୋପିକ '83'ରେ ନଜର ଆସିବେ । ଫିଲ୍ମଟି 1983ରେ ଭାରତୀୟ କ୍ରିକେଟ ଟିମ ପ୍ରଥମଥର ବିଶ୍ବ କପ ଜିତିବା କାହାଣୀ ଉପରେ ଆଧାରିତ । '83'ରେ ତାଙ୍କ ସହ ଦୀପିକା ମଧ୍ୟ ନଜର ଆସିବେ । ସେ କପିଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
ରଣବୀରଙ୍କ ଜନ୍ମ 1985 ଜୁଲାଇ 6ରେ ମୁମ୍ବାଇରେ ହୋଇଥିଲା । ସେ ବ୍ଲୁମିଙ୍ଗଟନର ଇଣ୍ଡିଆନ ୟୁନିଭର୍ସିଟିରୁ ବ୍ୟାଚଲର ଅଫ ଆର୍ଟସର ଡିଗ୍ରି ହାସଲ କରିଛନ୍ତି ।
ପଠାପଢା ପରେ ରଣବୀର ମୁମ୍ବାଇ ଫେରିଥିଲେ । ଯାହାପରେ ସେ ବିଜ୍ଞାପନ କମ୍ପାନୀରେ କପିରାଇଟର ରୂପେ କାମ କରିଥିଲେ । ଖାଲି ଏତିକି ନୁହେଁ ସେ ସହାୟକ ନିର୍ଦ୍ଦେଶକ ରୂପେ ମଧ୍ୟ କାମ କରିସାରିଛନ୍ତି ।
2010ରେ ଆସିଥିବା ଫିଲ୍ମ 'ବ୍ୟାଣ୍ଡ ବାଜା ବାରାତ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଫେମସ ଅଭିନେତ୍ରୀ ଅନୁଷ୍କା ଶର୍ମା ନଜର ଆସିଥିଲେ । 'ବ୍ୟାଣ୍ଡ ବାଜା ବାରାତ' ପାଇଁ ରଣବୀରଙ୍କୁ ବେଷ୍ଟ ଡେବ୍ୟୁଟ ଆୱାର୍ଡ ମିଳିଥିଲା ।
ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ 'ରାମଲାଲା' ଫିଲ୍ମରୁ ସଫଳତା ଅର୍ଜନ କରିଥିଲେ ରଣବୀର । ଏହି ଫିଲ୍ମ ଜରିଆରେ ଦୀପିକା ଓ ରଣବୀରଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା ।
'ରାମଲୀଲା' ପରେ ରଣବୀର ଓ ଦୀପିକା 'ବାଜିରାଓ-ମସ୍ତାନୀ' ଏବଂ 'ପଦ୍ମାବତ'ରେ ଏକାଠି ନଜର ଆସିଥିଲେ । ଏଯାବତ ମଧ୍ୟ ରଣବୀର ଓ ଦୀପିକା ନିଜ ସମ୍ପର୍କ ପାଇଁ ସଞ୍ଜୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ଏହି ସବୁ ଫିଲ୍ମ ଜରିଆରେ ଦୁଇ ଜଣଙ୍କ ପ୍ରେମସମ୍ପର୍କ ଜାତ ହୋଇଥିଲା ।
2018ରେ ରଣବୀର ଓ ଦୀପିକା 6 ବର୍ଷର ପ୍ରେମ ସମ୍ପର୍କ ବିବାହ ବନ୍ଧରେ ଆବଦ୍ଧ ହୋଇଥିଲା । ଦୁଇଜଣଙ୍କ ବିବାହ 2018ର ସବୁଠାରୁ ବଡ ବିବାହ ଥିଲା । ଏହି କପଲ ଇଟାଲୀରେ ଦୁଇଟି ବିଧି-ବିଧାନରେ ବିବାହ କରିଥିଲେ ।