ETV Bharat / sitara

Javed Akhtar @76: ଲଭ ଲେଟର ପାଇଁ ଥିଲେ ଚର୍ଚ୍ଚାରେ, ହନିଙ୍କୁ ଛାଡି ଶବାନାଙ୍କୁ କରିଥିଲେ ବିବାହ - ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ବିତୀୟ ବିବାହ କରିଥିଲେ ଜାଭେଦ

ଆଜି ବଲିଉଡର କିମ୍ବଦନ୍ତୀ ଗୀତିକାର ଜାଭେଦ ଅଖତରଙ୍କ ଜନ୍ମଦିନ । ପ୍ରେମ ପତ୍ର ଲେଖିବା ପାଇଁ ଜାଭେଦ ଅଖତର ସେ ଥିଲେ ଚର୍ଚ୍ଚାରେ । ଜାଭେଦ ଅଖତର ପ୍ରଥମ ପତ୍ନୀଙ୍କୁ ଛାଡି ଶବାନାଙ୍କୁ କରିଥିଲେ ଦ୍ବିତୀୟ ବିବାହ। ଅଧିକ ପଢନ୍ତୁ

ପ୍ରେମ ପତ୍ର ପାଇଁ ଚର୍ଚ୍ଚାରେ ଥିଲେ ଜାଭେଦ ଅଖତର, ପ୍ରଥମ ପତ୍ନୀଙ୍କୁ ଛାଡି ଶବାନାଙ୍କୁ କରିଥିଲେ ବିବାହ

author img

By

Published : Jan 17, 2022, 11:35 AM IST

ହାଇଦ୍ରାବାଦ: ଏକ ଲଡକି କୋ ଦେଖା ତୋ ଐସା ଲଗା...ଏକ ଦୋ ତିନ୍‌.., ସନ୍ଦେଶ ଆତି ହୈ.., କଭି ଅଲବିଦା ନା କେହନା ଭଳି ଗୀତକୁ ଆଜି ବି ଶ୍ରୋତା ଗୁଣୁ ଗୁଣାନ୍ତି। ଗୀତ ହେଉ କି ଗଜଲ, ଆଲୋଚନା ହେଉ କି ସାକ୍ଷାତକାର ସବୁ କ୍ଷେତ୍ରରେ ସେ ପାରଙ୍ଗମ। ଏମିତି କି ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚୟକୁ ବେଶ୍‌ ସୁଦୃଢ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଜଣେ ସୁପରହିଟ୍‌ ଗୀତିକାର କହିଲେ ଆମ ଆଖି ଆଗରେ ପ୍ରଥମେ ତାଙ୍କରି ଚେହେରା ନାଚି ଉଠେ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଜାଭେଦ ଅଖତର । ଆଜି ବଲିଉଡର କିମ୍ବଦନ୍ତୀ ଗୀତିକାର ଜାଭେଦ ଅଖତରଙ୍କ ଜନ୍ମଦିନ। ଜାଭେଦ ଅଖତର ଆଜି ତାଙ୍କର 76ତମ ଜନ୍ମଦିନ ପାଳନ କରୁଛନ୍ତି।

ପରିବାର:

ଜାଭେଦ ମଧ୍ୟପ୍ରଦେଶର ଗ୍ବାଲିୟରରେ 17 ଜାନୁୟାରୀ 1945ରେ ଜନ୍ମଗ୍ରହଣ କରିଥିଲେ । ଜାଭେଦ ଅଖତରଙ୍କ ପ୍ରକୃତ ନାମ ହେଉଛି ଯାଦୁ । ଜାଭେଦଙ୍କ ପିତା ଜନାବ ନିସାର ଅଖତର ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଗୀତିକାର ଏବଂ ତାଙ୍କ ମା' ସୋଫିଆ ଅଖତର ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ ଥିଲେ। ଜାଭେଦ ଅଖତର ବହୁତ କମ୍ ବୟସରେ ତାଙ୍କ ମା'ଙ୍କୁ ହରାଇଥିଲେ ଏବଂ ଏହା ପରେ ତାଙ୍କ ପିତା ଦ୍ବିତୀୟ ବିବାହ କରିଥିଲେ।

କାମ ପାଇଁ ସଂଘର୍ଷ:

ଯେତେବେଳେ ଜାଭେଦ ଚଳଚ୍ଚିତ୍ରରେ କ୍ୟାରିୟର ବନାଇବା ପାଇଁ ମୁମ୍ବାଇ ଆସିଥିଲେ, ସେତେବେଳେ ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ସେହି ସମୟରେ କମଲ ଆମ୍ରୋହିଙ୍କ ଷ୍ଟୁଡିଓର ଠିକଣା ତାଙ୍କୁ ମିଳିଥିଲା। ହିନ୍ଦୀ ଚଳଚ୍ଚିତ୍ର ଜଗତରେ କାମ ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଲା | କିଛି ସମୟ ପରେ ଜାଭେଦ୍ ଚଳଚ୍ଚିତ୍ରରେ କ୍ଲେପର୍ ବୟ ଭାବେ ଚାକିରି ପାଇଲେ। ଫିଲ୍ମ 'ସରହଦି ଲୁଟେରା'ର ସୁଟିଂ ସମୟରେ ସେ ସଲିମ ଖାନଙ୍କୁ ଭେଟିଥିଲେ। ସଲିମ ଖାନ ଏବଂ ଜାଭେଦ୍ ଅଖତରଙ୍କ ଯୋଡି ଶିଳ୍ପକୁ ଶୋଲେ, ବାରାତ୍ ଏବଂ ଦିବାର ଭଳି ଅନେକ ଦମଦାର କାହାଣୀ ଦେଇଥିଲେ ।

ପ୍ରେମ ପତ୍ର ଲେଖିବା ପାଇଁ ଚର୍ଚ୍ଚାରେ ଥିଲେ ଜାଭେଦ:

ପିଲାଦିନରୁ ଜାଭେଦଙ୍କ ଲେଖା ବହୁତ ଦମଦାର ଥିଲା । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସ୍କୁଲ ସମୟରେ ଲୋକମାନେ ପ୍ରେମ ପତ୍ର ଲେଖିବା ପାଇଁ ତାଙ୍କ ନିକଟକୁ ଆସୁଥିଲେ । ସେ ସେହି ଲୋକମାନଙ୍କ ପାଇଁ ମଧ୍ୟ ପ୍ରେମ ପତ୍ର ଲେଖୁଥିଲେ ଯାହାକୁ ସେ ଜାଣି ନଥିଲେ। ପ୍ରେମ ପତ୍ର ଲେଖିବାରେ ତାଙ୍କର ବହୁତ ଚାହିଦା ଥିଲା ।

ପ୍ରଥମ ପତ୍ନୀ ହନି ଇରାନୀ:

ଜାଭେଦ୍ ଅଖତରଙ୍କ ପ୍ରଥମ ପତ୍ନୀଙ୍କ ନାମ ହନି ଇରାନୀ । 'ସୀତା ଅର ଗୀତା' ଚଳଚ୍ଚିତ୍ର ସମୟରେ ଜାଭେଦଙ୍କ ଭେଟ ହନି ଇରାନୀଙ୍କ ସହ ହୋଇଥିଲା। ଫିଲ୍ମ ହିଟ୍ ହେବା ସର୍ତ୍ତରେ ଜିତିଥିବା ଜାଭେଦ ହନିଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୟସରେ 10 ବର୍ଷର ପାର୍ଥକ୍ୟ ଥିଲା । କିନ୍ତୁ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। କିଛି ବର୍ଷ ପରେ ଜାଭେଦ୍ ଭଲ କାମ ପାଇବା ଆରମ୍ଭ କଲେ । ହନି ଏବଂ ଜାଭେଦଙ୍କ 2 ସନ୍ତାନ ଜୋୟାଙ୍କ ଏବଂ ଫରହାନ ଅଖତର।

ଶବାନା ଆଜମିଙ୍କୁ କଲେ ଦ୍ବିତୀୟ ବିବାହ

1970ରେ ଜାଭେଦ କୈଫି ଆଜମିଙ୍କ ଝିଅ ତଥା ପ୍ରସିଦ୍ଧ ଅଭିନେତ୍ରୀ ଶବାନା ଆଜମିଙ୍କୁ ଭଲ ପାଇ ବସିଲେ । ଯେତେବେଳେ ହନି ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଘରେ ଝଗଡା ଆରମ୍ଭ ହୋଇଗଲା କିନ୍ତୁ ଜାଭେଦ୍ ହନି ଇରାନୀଙ୍କୁ ଛାଡିବାକୁ ଚାହୁଁନଥିଲେ। ତେଣୁ ହନି ତାଙ୍କୁ ଶବାନାଙ୍କ ପାଖକୁ ଯିବାକୁ କହିଥିଲେ ଏବଂ ପିଲାଙ୍କ ବିଷୟରେ ଚିନ୍ତା ନ କରିବା ପାଇଁ କହିଥିଲେ । ଏହା ପରେ ଜାଭେଦ୍ ହନିଙ୍କଠାରୁ ଛାଡପତ୍ର ନେଇଥିଲେ । 6 ବର୍ଷର ପ୍ରେମ ସମ୍ପର୍କ ପରେ ଜାଭେଦ୍ 1984 ରେ ଶବାନାଙ୍କୁ ବିବାହ କରିଥିଲେ ।

ପଦ୍ମଶ୍ରୀ, ପଦ୍ମ ଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। କେବଳ ଏତିକି ନୁହେଁ ଗୀତ ଏବଂ ପ୍ରବନ୍ଧ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.