ETV Bharat / sitara

ବର୍ଥଡେ ସ୍ପେଶାଲ: ସଲମାନଙ୍କ ପାଇଁ କେମିତି ରହିଲା 2019 ?

ସୁପରଷ୍ଟାର ସଲମାନ ଖାନଙ୍କ ଆଜି (ଶୁକ୍ରବାର) 54ତମ ଜନ୍ମଦିନ । 1965 ଡିସେମ୍ବର 27ରେ ଜନ୍ମିତ ସଲମାନ ଆଜି ସମସ୍ତଙ୍କ ଫେଭରେଟ ହିରୋ । ସଲମାନଙ୍କ ବର୍ଥଡେ ଖୁବ୍ ଧୁମଧାମରେ ସେଲିବ୍ରେଟ କରୁଛନ୍ତି ଫ୍ୟାନ୍ସ । ଗୋଟିଏ ପଟେ ତାଙ୍କ୍ ବର୍ଥଡେ ଏବଂ ଆଉ କିଛି ଦିନ ପରେ ଇୟରଏଣ୍ଡ ହେବାକୁ ଯାଉଛି । ତେବେ ଆସନ୍ତୁ ଏହି ଅବସରରେ ଜାଣିବା ତାଙ୍କ ପାଇଁ 2019 କିପରି ଥିଲା...

author img

By

Published : Dec 27, 2019, 6:10 PM IST

Updated : Dec 27, 2019, 6:22 PM IST

salman khan
ଡିଜାଇନ ଫଟୋ

ମୁମ୍ବାଇ: ସଲୁ ମିଆଁ ସଲମାନ ଖାନ ଫିଲ୍ମ ଦୁନିଆର ଶାନଦାର କଳାକାର । ଭାଇଜାନ, ଦବଙ୍ଗ ବଏ, ଟାଇଗର, ସିକନ୍ଦର, ସୁଲତାନ ନାମରେ ପରିଚିତ ସଲମାନ । ଫ୍ୟାନ୍ସ ତାଙ୍କ ଫିଲ୍ମ ଦେଖିବାକୁ ସବୁବେଳେ ଏକ୍ସାଇଟେଡ । ଆଜି (ଶୁକ୍ରବାର) ତାଙ୍କ 54ତମ ଜନ୍ମଦିନରେ ଆସନ୍ତୁ ନଜର ପକାଇବା ଚଳତ ବର୍ଷ କିପରି ଥିଲା ତାଙ୍କ ପାଇଁ ।

photo-4
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭାରତ ସାଜି ଜିତିଥିଲେ ହୃଦୟ

ଚଳିତବର୍ଷ ଇଦ ଅବସରରେ ସଲମାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଭାରତ’ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକଙ୍କ ଖୁବ୍ ପ୍ରେମ ମିଳିଥିଲା । ଯାହାଦ୍ବାରା ଫିଲ୍ମ ରିଲିଜର ମାତ୍ର ଚାରିଦନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଥିଲା । ସେହିପରି ଫିଲ୍ମ ରିଲିଜର 14 ଦିନରେ 200 କୋଟି କ୍ଲବରେ ଏଣ୍ଟ୍ରି କରିଥିଲା ।

photo-3
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭଂସାଲୀଙ୍କ ସହ ‘ଇନଶାଲ୍ଲାହ’

ଚଳିତ ବର୍ଷ ଖୁବ୍ ଚର୍ଚ୍ଚା ଧରିଥିଲା ଯେ ସଲମାନ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଫିଲ୍ମ ଇନଶାଲ୍ଲାହରେ ନଜର ଆସିବେ । କିନ୍ତୁ ପରେ ଖବର ଆସିଲା ଯେ କିଛି ସମସ୍ୟାକୁ ନେଇ ଫିଲ୍ମ ନିର୍ମାଣ ବନ୍ଦ ହୋଇଗଲା । ଫିଲ୍ମ ନିର୍ମାଣ ବନ୍ଦ ହେବା ପଛରେ ଅନେକ କାରଣ ସାମ୍ନାକୁ ଆସିଥିଲା । ପ୍ରଥମେ ସଲମାନ ଓ ଭଂସାଲୀଙ୍କ ମଧ୍ୟରେ ପୂର୍ବ ପରି ସମ୍ପର୍କ ନଥିବା କଥା । ପରେ ସଲମାନ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ଦାବି କରିବା କଥା ।

ଅନ୍ୟପଟେ ଫିଲ୍ମକୁ ନେଇ ସଲମାନ ବୟାନ ଦେଇଥିଲେ ଯେ ଭଂସାଲୀ ଆଉ ସେ ସବୁବେଳେ ଭଲ ବନ୍ଧୁ ଏବଂ ଜୀବନସାରା ରହିବେ ମଧ୍ୟ । ଇନଶାଲ୍ଲାହ ଆମେ ଏକାଠି କାମ କରିବୁ ।

ଜିମ ଇକ୍ବିପମେଣ୍ଟର ଲଞ୍ଚ

ନିଜ ଫିଟନେସ ପାଇଁ ସବୁବେଳେ ପ୍ରଶଂସା ପାଇଥିବା ସଲମାନ ଫ୍ୟାନ୍ସଙ୍କୁ ଫିଟ୍ ରଖିବା ପାଇଁ ନିଜ ଫିଟନେସ ବ୍ରାଣ୍ଡ ବିଙ୍ଗ ଷ୍ଟ୍ରଙ୍ଗରେ ଫିଟନେସ ଇକ୍ବିପମେଣ୍ଟ ଲଞ୍ଚ କରିଥିଲେ ।

ମିଳିଥିଲା ହତ୍ୟା ଧମକ

କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ଗତ ସେପ୍ଟେମ୍ବର ମାସରେ ସଲମାନଙ୍କୁ ଜୋଧପୁର କୋର୍ଟରେ ଉପସ୍ଥିତ ହେବାର ଥିଲା । ହେଲେ ଏହା ପୂର୍ବରୁ ସଲମାନଙ୍କୁ ସୋସିଆଲ ମିଡିଆରେ ସୋପୁ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିଥିଲା । ଖାଲିଏତିକି ନୁହେଁ ସଲମାନଙ୍କ ଫଟୋରେ ସେହି ଗ୍ୟାଙ୍ଗ ଲାଲ ରଙ୍ଗର କ୍ରସ ଲଗାଇ ଲେଖିଥିଲା, ‘ଭାରତୀୟ ଆଇନ ହୁଏତଃ ସଲମାନଙ୍କୁ କ୍ଷମା କରିଦେବ କିନ୍ତୁ ବିଷ୍ଣୋଇ ସମାଜ ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛି ।

ବିଗ ବସ 13 ବନ୍ଦ କରିବାକୁ ଦାବି, ବିବାଦରେ ସଲମାନ

ଛୋଟ ପରାଦାର ରିୟାଲିଟି ଶୋ ବିଗ ବସ 13 ଉପରେ ଲଭ ଜିହାଦକୁ ପ୍ରୋତ୍ସାହନ ଦେବାର ଅଭିଯୋଗରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଶୋକୁ ବନ୍ଦ କରିବାର ଦାବି କରାଯାଇଥିଲା । ଶୋ ବିରୋଧରେ କିଛି ଲୋକ ସଲମାନଙ୍କ ଘର ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ ।

‘ଦବଙ୍ଗ 3’ର ଟାଇଟଲ ଟ୍ରାକ ବିବାଦ

କିଛି ହିନ୍ଦୁ ସଙ୍ଗଠନ ‘ଦବଙ୍ଗ 3’ର ଟାଇଟଲ ଗୀତକୁ ନେଇ ଅଭିଯୋଗ ଆଣିଥିଲେ । କାରଣ ‘ହୁଡ ହୁଡ ଦବଙ୍ଗ’ ଗୀତରେ କିଛି ନାଗାସାଧୁ ଗିଟାର ଧରିଥିବାର ନଜର ଆସିଥିଲେ । ଯାହା ଉପରେ ହିନ୍ଦୁ ସଙ୍ଗଠନ ଆପତ୍ତି ପ୍ରକାଶ କରିଥିଲେ । ଅନ୍ୟପଟେ ସଲମାନ ବିବାଦକୁ ନେଇ କହିଥିଲେ ଯେ ଯେବେ ମଧ୍ୟ କୌଣସି ବଡ ଫିଲ୍ମ ରିଲିଜ ହେବାକୁ ଯାଏ ତେବେ ଫିଲ୍ମକୁ ନେଇ କିଛି ନା କିଛି ବିବାଦ ସୃଷ୍ଟି ହୋଇଥାଏ । ଯାହା ହେଉ ‘ଦବଙ୍ଗ 3’କୁ ବଡ ଫିଲ୍ମ ମାନୁଛନ୍ତି ବିରୋଧୀ ଲୋକ । ଯାହା ପାଇଁ ସେ ବହୁତ ଖୁସି ।

ବିଗ ବସ ହୋଷ୍ଟିଂ ନକରିବାର ନିଷ୍ପତ୍ତି

ନିକଟରେ ସଲମାନ ବିଗ ବସ ମେକର୍ସଙ୍କୁ ଶୋ ପାଇଁ ନୂଆ ହୋଷ୍ଟ ଖୋଜିବାକୁ କହିଥିଲେ । କାରଣ ଶୋରେ ପ୍ରତିଯୋଗୀଙ୍କ ବ୍ୟବହାର ଏବଂ ପରସ୍ପରକୁ ଗାଳିଗୁଲଜ କରି କଥା ହେବା ଉପରେ ଖୁବ୍ କ୍ରୋଧିତ ହୋଇଯାଇଥିଲେ ସଲମାନ ।

ସାମ୍ନାକୁ ଆସିଲା ‘ରାଧେ’ ଲୁକ

ଚଳିତ ବର୍ଷ ପରି ଆସନ୍ତା ବର୍ଷ ଇଦରେ ସଲମାନ ଫ୍ୟାନ୍ସଙ୍କୁ ଉପହାର ଦେବାକୁ ଯାଉ ନିଜ ଫିଲ୍ମ ‘ରାଧେ’ର ଘୋଷଣା କରିଥିଲେ । 2020 ଇଦରେ ତାଙ୍କ ଅପକମିଂ ଫିଲ୍ମ ‘ରାଧେ: ୟର ମୋଷ୍ଟ ୱାଣ୍ଟେଡ ଭାଇ’ ରିଲିଜ ହେବ । ଯାହାର ଝଲକ ମଧ୍ୟ ସଲମାନ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫିଲ୍ମର ସୁଟିଂ ଗତ ନଭେମ୍ବର ମାସରୁ ଆରମ୍ଭ ହୋଇସାରିଛି ।

photo-2
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

100 କୋଟି କ୍ଲବରେ ଏଣ୍ଟ୍ରି କରିବାରେ ଦବଙ୍ଗ 3 ସଲମାନଙ୍କ 15ତମ ଫିଲ୍ମ

ଡିସେମ୍ବର 20ରେ ରିଲିଜ ହୋଇଯାଇଥିବା ସଲମାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’କୁ ଦର୍ଶକ ପନ୍ଦସ କରିବାରେ ଲାଗିଛନ୍ତି । ଫିଲ୍ମର କାହାଣୀକୁ ନେଇ କ୍ରିଟିକ୍ସ ଓ କିଛି ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । କିନ୍ତୁ ସଲମାନଙ୍କ ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି ଏହି ଫିଲ୍ମ । ରିଲିଜର 6 ଦିନ ମଧ୍ୟରେ ଫିଲ୍ମଟି 100 କୋଟି କ୍ଲବରେ ଏଣ୍ଟ୍ରି କରିଥିଲା । 100 କୋଟି କ୍ଲବରେ ସାମିଲ ହୋଇଥିବା ଦବଙ୍ଗ 3 ସଲମାନଙ୍କ 15ତମ ଫିଲ୍ମ ।

ବର୍ଥଡେରେ ମାମୁଁ ସାଜିଲେ ସଲମାନ

କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା ଯେ ତାଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ, ଅଭିନେତା ଆୟୁଷ ଶର୍ମା ସଲମାନଙ୍କୁ ଜନ୍ମଦିନ ଉପହାର ସ୍ବରପ ଦ୍ବିତୀୟଥର ମାମୁଁ ହେବାର ଖୁସି ଦେବେ । ଆଜ୍ଞା ହଁ, ଏହି ଯୋଡି ସି-ସେକ୍ସନ ଡିଲିଭରୀ କରିବାକୁ ତାଙ୍କ ବର୍ଥଡେ ଦିନ ବାଛିଛନ୍ତି । ଯାହାଦ୍ବାରା ସେ ସଲମାନଙ୍କୁ ଖାସ୍ ଉପହାର ଦେଇପାରିବେ । ତେବେ ବର୍ଥଡେରେ ମାମୁଁ ସାଜିଛନ୍ତି ସଲମାନ । ତେବେ କୁହାଯାଇ ପାରିବ ଯେ ସଲମାନ ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଚଳିତ ବର୍ଷ ଶାନଦାର ସାବ୍ୟସ୍ତ ହୋଇଛି । ଆଉ ଯଦି ସେ ନିଜ ଜନ୍ମଦିନରେ ମାମୁଁ ସାଜୁଛନ୍ତି ତେବେ ଏହା ତାଙ୍କ ପାଇଁ ନୂଆ ବର୍ଷର ଉପହାର ହେବ ।

Intro:Body:

BLANK

Conclusion:
Last Updated : Dec 27, 2019, 6:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.