ହାଇଦ୍ରାବାଦ: କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବୟୋପିକ ଖୁବ ଶୀଘ୍ର ବଡ ପରଦାରେ ରିଲିଜ ହେବ । ରିଲିଆନ୍ସ ଏଣ୍ଟରଟେନମେଣ୍ଟ ଓ ଫାଣ୍ଟମ ଫିଲ୍ମର ମିଳିତ ପ୍ରଯୋଜନାରେ ଫିଲ୍ମ ନିର୍ମାଣ କରାଯିବ ।
14 ଶତାବ୍ଦୀରେ କୋଟା ରାଣୀଙ୍କ ବିରତ୍ବର କାହାଣୀ ବିଷୟରେ ଫିଲ୍ମର ବର୍ଣ୍ଣନା କରାଯିବ । ଭାରତର ଏହି ରାଣୀଙ୍କ ବିଷୟରେ ଅଳ୍ପ କେହି ହିଁ ଜାଣିଥିବେ ବୋଲି କହିଛନ୍ତି ପ୍ରଯୋଜକ ମଧୁ ମଣ୍ଟେନା । କୋଟାରାଣୀଙ୍କ ଚରିତ୍ର ଡ୍ରାମାଟିକ ଓ ନାରୀର ବିରତ୍ବଭରା କାହାଣୀ ବୋଲି ମଧ୍ୟ କହିଛନ୍ତି ପ୍ରଯୋଜକ । କୋଟାରାଣୀ ଦେଶର ସବୁଠାରୁ ଡେଙ୍ଗା ରାଣୀ ଥିଲେ ।