ETV Bharat / sitara

ବିଗ୍‌ବସ OTTରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି, କାନ୍ଦିପକାଇଲେ କରନ୍

ବିଗବସ୍ ଓଟିଟି ହୋଷ୍ଟ କରନ ଜୋହର ବିଗବସ ସିଜିନ ୧୩ର ବିଜେତା ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଗତ ୨ ତାରିଖରେ ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ ଶୁକ୍ଳା । ଅଧିକ ପଢନ୍ତୁ...

author img

By

Published : Sep 7, 2021, 11:43 AM IST

Bigg Boss OTTରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ବିଗ ବସ୍ ଓଟିଟି ପ୍ଲାଟଫର୍ମରେ ଦିବଙ୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଗ ବସ୍ ଓଟିଟି ହୋଷ୍ଟ କରନ ଜୋହର ବିଗବସ ସିଜିନ ୧୩ର ବିଜେତା ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତ ୨ ତାରିଖରେ ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ ଶୁକ୍ଳା ।

ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରନ କହିଛନ୍ତି ସେ ଜଣେ ଭଲ ମଣିଷ, ଭଲ ପୁଅ, ଭଲ ବନ୍ଧୁ । ତାଙ୍କର ମୃତ୍ୟୁକୁ ସହଜରେ ବିଶ୍ବାସ କରି ହେଉନାହିଁ । ସିଦ୍ଧାର୍ଥ ଶୁକ୍ଲା ଏପରି ଏକ ନାମ ତଥା ଚେହେରା ପାଲଟି ଯାଇଥିଲେ ଯେ କି ସମସ୍ତଙ୍କ ପରିବାରର ଅଂଶ ହୋଇଯାଇଥିଲେ । ଏପରିକି ବିଗ୍‌ ବସ୍‌ ଫ୍ୟାମିଲିର ବି ସେ ଥିଲେ ଫେଭରାଇଟ ସଦସ୍ୟ ।

ଖୁବ୍‌ କମ୍‌ ବୟସରେ ସେ ଦୁନିଆ ଛାଡ଼ି ଚାଲିଯାଇଥିବା କଥାକୁ ସହଜରେ ବିଶ୍ବାସ କରି ହେଉନି । ଏହି କଥା କହୁଥିବା ସମୟରେ କରନଙ୍କ ଆଖିରେ ଲୁହ କୋହ ଆସିଯାଇଥିଲା । ଏହା ସହିତ ବିଗବସ ସିଜିନ ୧୩ରେ ସିଦ୍ଧାର୍ଥ ଥିବା ସମୟର ଏକ ଛୋଟ ଭିଡିଓ କ୍ଲିପ ଦେଖାଯାଇଥିଲା । ଏହି ଭିଡିଓରେ ସିଦ୍ଧାର୍ଥ ଓ ସେହେନାଜଙ୍କ ସହିତ ମିଠା ମିଠା ସ୍ମୃତି ମଧ୍ୟ ରହିଥିଲା । ସିଦ୍ଧାର୍ଥ ସବୁବେଳେ ସମସ୍ତଙ୍କ ହୃଦୟରେ ରହିବେ ବୋଲି କହିଥିଲେ କରନ ।

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ୨ ତାରିଖରେ ମାତ୍ର ୪୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସିଦ୍ଧାର୍ଥ । ଯାହା ସମସ୍ତଙ୍କ ସ୍ତବ୍ଧ କରିଛି । ବିଶେଷ ଭାବରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସ ବିଶ୍ବାସ କରିବାରୁ ନାରାଜ ଯେ ବିଗବସ୍ ସିଜିନ ୧୩ ବିଜେତା ସିଦ୍ଧାର୍ଥ ଆଉ ଆମ ଗହଣରେ ନାହାନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.