ETV Bharat / sitara

କଙ୍ଗନାଙ୍କ ଆତଙ୍କବାଦୀ ବୟାନରେ ବର୍ଷିଲେ ହିମାଂଶୀ

author img

By

Published : Feb 5, 2021, 12:21 PM IST

ସବୁବେଳେ ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଥିବା କଙ୍ଗନାଙ୍କୁ କଡା କଥା ଶୁଣାଇଛନ୍ତି ହିମାଂଶୀ । ସେ କଙ୍ଗନାଙ୍କ ଆପତ୍ତିଜନକ ବୟାନରେ ରଖିଛନ୍ତି ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଚାଷୀ ଆନ୍ଦୋଳନକୁ ନେଇ ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ବିରୋଧ କରିବା ସହ ଚାଷୀଙ୍କୁ ଆତଙ୍କବାଦୀ ସହ ତୁଳନା କରି ସମାଲୋଚନାର ପୁଣି ଶିକାର ହୋଇଛନ୍ତି । ନିକଟରେ ହଲିଉଡ ଷ୍ଟାର ରିହାନାଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେଇ ଏପରି ଆପତ୍ତିଜନକ ବୟାନ ଦେଇଥିଲେ ସେ । ଏହି ପ୍ରସଙ୍ଗରେ ଏବେ ତାଙ୍କ ଉପରେ ବର୍ଷିଛନ୍ତି ବିଗବସ ଫେମ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ।

କଙ୍ଗନାଙ୍କ ନାଁ ନନେଇ ହିମାଂଶୀ ସୋସିଆଲ ମିଡିଆରେ କଡା କଥା ଶୁଣାଇଛନ୍ତି । କୃଷକମାନଙ୍କୁ ଆତଙ୍କବାଦୀ ବୋଲି ବର୍ଣ୍ଣନା କରୁଥିବା ସେଲିବ୍ରିଟି ହିମାଂଶୀଙ୍କ ଦୃଷ୍ଟିରେ ଆତଙ୍କବାଦୀ ପରି କାମ କରୁଛନ୍ତି । ସେମାନେ ନିଜେ ଦେଶ ବିଭାଜନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଏକ ପୋଷ୍ଟରେ ଜଣାଇଛନ୍ତି ସେ ।

ସେ ଆହୁରି କହିଛନ୍ତି, ‘ଆତଙ୍କବାଦୀ କହି ଯେଉଁମାନେ ଦେଶକୁ ଖଣ୍ଡ ଖଣ୍ଡ କରୁଛନ୍ତି ସେମାନଙ୍କୁ କାହିଁକି ଦେଖାଯାଉ ନାହିଁ? ଆମକୁ ଆତଙ୍କବାଦୀ କହିବା ଦ୍ବାରା ସେମାନେ ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରି ପରିହାସ କରୁଛନ୍ତି । କାରଣ ସୁରକ୍ଷା ବ୍ୟବସ୍ଥା ଦେଶରେ ଖରାପ ଦେବାକୁ ଏତେ ଆତଙ୍କବାଦୀ ଦେଶକୁ ଆସିବାରେ ସଫଳ ହୋଇଛନ୍ତି।’

ପ୍ରକାଶ ଥାଉକି ନିକଟରେ ରିହାନା ଚାଷୀଙ୍କୁ ସମର୍ଥନ କରିବାରୁ କଙ୍ଗନା କ୍ରୋଧିତ ହୋଇ ଲେଖିଥିଲେ, ‘ରିହାନା ଜଣେ ମୂର୍ଖ ଆଉ ଦେଶରେ ଆନ୍ଦୋଳନ କରୁଥିବା ଚାଷୀ ଆତଙ୍କବାଦୀ ।’ ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.