ETV Bharat / sitara

ଲିକ ହେଲା ବିଗ ବସ ସିଜନ-13ର ପ୍ରତିଯୋଗୀଙ୍କ ନାମ

ଖୁବ୍ ଶୀଘ୍ର ଛୋଟ ପରଦାର ପପୁଲାର ଶୋ 'ବିଗ ବସ' ସିଜନ 3 ଆସିବାକୁ ଯାଉଛି । ଏହି ସିଜିନର ପ୍ରତିଯୋଗୀକଙ୍କ ନାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ।

author img

By

Published : May 25, 2019, 7:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ 'ବିଗ ବସ'ର ସିଜନ 13 ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଖାସ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୋର ହୋଷ୍ଟ ଅର୍ଥାତ୍ ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । କିନ୍ତୁ ସେ ସମୟ ବାହାର କରି ଶୋର ସୁଟିଂ ମଧ୍ୟ କରିବେ ବୋଲି ଶୁଣିବାକୁ ମିଳୁଛି । ଏଥର ବିଗ ବସର କନସେପ୍ଟ ସବୁ ସିଜନ ଠାରୁ ଭିନ୍ନ ହେବ । ଦୀର୍ଘ ସମୟରୁ ଦର୍ଶକଙ୍କ ମଧ୍ୟରେ ଶୋକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଶୋରେ କେଉଁ କେଉଁ ସେଲିବ୍ରିଟିଜ ନଜର ଆସିବେ, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।

ଇତିମଧ୍ୟରେ ବିଗ-ବସର ପ୍ରଥମ ପ୍ରତିଯୋଗୀଙ୍କ ଲିଷ୍ଟ ସୋସିଆଲ ମିଡିଆରେ ଲିକ ହୋଇଯାଇଛି । ଯେଉଁଥିରେ ଅନେକ ସେଲିବ୍ରିଟିଜଙ୍କ ନାମ ଦେଖିବାକୁ ମିଳୁଛି । ଏଯାବତ ଏହି ନାମ ଫାଇନାଲ ହୋଇନାହିଁ ।

କୁହାଯାଇଛି ଯେ ଏଥର ବିଗ ବସରେ କେବଳ ସେଲିବ୍ରିଟିଜ ନଜର ଆସିବେ । ଶୋର ଟିଆରପିକୁ ବଢାଇବା ପାଇଁ ମେକର୍ସ ଏପରି ନିଷ୍ପତ୍ତି ନେଇଛନ୍ତି ।

ଏହି କ୍ରମରେ ଟେଲି ଜଗତର ପପୁଲାର ଯୋଡି ମାହି ବିଜ ଓ ଜୟ ଭାନୁଶାଲୀଙ୍କ ସହ ଟିଭିର ଜଣାଶୁଣା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ସ୍ବାମୀ ବିବେକ ଦହିୟାଙ୍କୁ ଆପ୍ରୋଚ କରାଯାଇଛି ।

ଏହି ଷ୍ଟାର୍ସଙ୍କ ବ୍ୟତୀତ ଚର୍ଚ୍ଚିତ ଧାରାବାହିକ 'ବେହଦ'ର ଅଭିନେତ୍ରୀ ଅନେରୀ ୱଜାନୀଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ଅନ୍ୟପଟେ ଏସିୟାର ସବୁଠାରୁ ସେକ୍ସୀ ଅଭିନେତ୍ରୀର ମୁକୁଟ ପିନ୍ଧିସାରିଥିବା ଅଭିନେତ୍ରୀ ନିୟା ଶର୍ମାଙ୍କୁ ମଧ୍ୟ ବିଗ ବସର ପ୍ରସ୍ତାବ ମିଳିସାରିଛି । ଏହାସହ ଅଭିନେତ୍ରୀ ଏଭଲିନ ଶର୍ମା, କମେଡିଆନ ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଅଭିନେତ୍ରୀ ଦେବୋଲିନାଙ୍କୁ ମଧ୍ୟ ବିଗ-ବସ ପାଇଁ ଆପ୍ରୋଚ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.