ETV Bharat / sitara

ବଡ ରିୟାଲିଟି ଶୋ ବିଗ ବସ 13, ନାଁରେ ଏହି ଚାରୋଟି ରେକର୍ଡ

ସଲମାନ ଖାନଙ୍କ ବିବାଦୀୟ ଶୋ ବିଗ ବସ 13 ସୃଷ୍ଟି କଲା ଇତିହାସ । ଚାରୋଟି ରେକର୍ଡ ନିଜ ନାଁରେ କରି ଇଣ୍ଡିଆନ ଟିଭିର ସବୁଠାରୁ ବଡ ରିୟାଲିଟି ଶୋ ସାଜିଛି ।

bigg boss 13
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
author img

By

Published : Mar 5, 2020, 11:07 PM IST

ମୁମ୍ବାଇ: କଲର୍ସ ଚ୍ୟାନେଲର ଫେମସ ରିୟାଲିଟି ଶୋ ବିଗ ବସ 13 ବିଶ୍ବରେ ସବୁଠାରୁ ବଡ ଶୋ ସାଜିଛି । ସୁପରଷ୍ଟାର ସଲମାନ ଖାନଙ୍କ ନନ ଫିକ୍ସନ ଶୋ ବିଗ ବିସ ସିଜନ 13 ଟିଆରପିରେ ଅନେକ ରେକର୍ଡ ନିଜ ନାମରେ କରିଛି । ଏହି ଶୋ ଇଣ୍ଡିଆନ ଟେଲିଭିଜନର ନମ୍ବର-1 ରିୟାଲିଟି ଶୋ ସାବ୍ୟସ୍ତ ହୋଇଛି । ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ ବିଗ ବସ 13ର ଧୁମ ଦେଖିବାକୁ ମିଳିଥିଲା ।

ବିଗବସ 13 ପୂର୍ବ ସବୁ ସିଜନକୁ ଟିଆରପି ଓ ଏଣ୍ଟରଟେନମେଣ୍ଟ ମାମଲାରେ ପଛରେ ପକାଇ ଦେଇଛି । ଏଣ୍ଡମୋଲ ସାଇନ ଇଣ୍ଡିଆ ବିଗ ବସର ସଫଳତାର ଚାରୋଟି ବଡ ରେକର୍ଡର ସୂଚନା ସୋସିଆଲ ମିଡିଆରେ ଦେଇଛି । ଏହାସହ ବିଗ ବସ 13 ଚାରୋଟି ରେକର୍ଡ ନିଜ ନାଁରେ କରି ନୂଆ ଇତିହାସ ସୃଷ୍ଟି କରିଛି । ତେବେ ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ...

1. ବିଗ ବସ 13କୁ ଟିଭିରେ ସବୁଠାରୁ ଅଧିକା ଭ୍ୟୁୟରସିପ ମିଳିଛି । ଟିଆରପି ରେଟିଂରେ ଶୋ ଚହଳ ସୃଷ୍ଟି କରିଛି । ଅନଲାଇନ ଟିଆରପି ଓ ୱାର୍କ ରେଟିଂରେ ଶୋ ନମ୍ବର 1 । ଏଣ୍ଡମୋଲ ଅନୁଯାୟୀ ବିଗ ବସ 13କୁ ଟିଭିରେ 213 ମିଲିୟନ ଭ୍ୟୁୟର୍ସ ମିଳିଛି ।

2. ବିଗ ବସ 13 ସବୁଠାରୁ ଅଧିକ ଦେଖାଯାଇଥିବା ଏବଂ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ଶୋ ପାଲଟିଛି । ଏହି କାରଣ ପାଇଁ ସଲମାନଙ୍କ ଏହି ଶୋ ହାଇଏଷ୍ଟ ରେଟେଡ ସିଜନ ସାବ୍ୟସ୍ତ ହୋଇଛି ।

3. ବିଗ ବସ ଫିନାଲେ ଏପିସୋଡ ଟିଆରପିରେ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଫିନାଲେ ଏପିସୋଡକୁ 10.05 ମିଲିୟନ ଇମ୍ପ୍ରେସନ୍ସ ମିଳିଛି । ସିରିୟଲର ଇତିହାସରେ କେବେ ମଧ୍ୟ ହୋଇନଥିଲା ।

4. ବିଗ ବସ 13 ଫିନାଲେ ନାଇଟ ଦିନ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଥିଲା । ବିଗ ବସ ସହ ସମ୍ପୃକ୍ତ ଥିବା 4ଟି ହ୍ୟାସଟ୍ୟାଗ ଟ୍ବିଟରରେ ଗ୍ଲୋବାଲି ଟ୍ରେଣ୍ଡ କରିଥିଲା । ସୋସିଆଲ ମିଡିଆ ଟ୍ରେଣ୍ଡରେ ଭାଇରାଲ ହୋଇଥିବା ହ୍ୟାସଟ୍ୟାଗରେ ସିଦ୍ଧାର୍ଥ ଶୁକ୍ଲା ଓ ଅସୀମ ରିୟାଜଙ୍କ ନାମ ସାମିଲ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.