ETV Bharat / sitara

ପୁଅ-ଝିଅକୁ ସମାନ ସମ୍ପତ୍ତି ଦେବେ ବିଗ ବି

ପୁଅ ଓ ଝିଅ ମଧ୍ୟର କେବେ ପାତର ଅନ୍ତର କରିବାକୁ ଚାହାନ୍ତିନି ଅମିତାଭ ବଚ୍ଚନ । ଆଉ ନିକଟରେ ନିଜର ଧନସମ୍ପତ୍ତି ଅଭିଷେକ ଓ ଶ୍ବେତାଙ୍କ ମଧ୍ୟରେ ସମାନ ରୂପେ ବାଣ୍ଟିବେ ବୋଲି କହିଥିଲେ ବିଗବି ।

author img

By

Published : Aug 28, 2019, 11:28 PM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ନିକଟରେ ଏକ ବଡ କଥାର ଖୁଲାସା କରିଛନ୍ତି । ସେ ନିଜର ପପୁଲାର ରିୟାଲିଟି ଶୋରେ କହିଥିଲେ କି ନିଜର ଯେତେ ଧନସମ୍ପତ୍ତି ଅଛି ତାହା ସେ ପୁଅ ଅଭିଷେକ ବଚ୍ଚନ ଓ ଝିଅ ଶ୍ବେତା ନନ୍ଦାଙ୍କ ମଧ୍ୟରେ ଅଧା ଅଧା କରି ବାଣ୍ଟିଦେବେ ।

ପ୍ରକାଶ ଥାଉକି ବର୍ତ୍ତମାନ ଅମିତାଭଙ୍କ ପାଖରେ ପାଖାପାଖି 400 ମିଲିୟନର ସମ୍ପତ୍ତି ଅଛି । ଯାହା ଭାରତୀୟ ମୁଦ୍ରାରେ 28,000 କୋଟି ।

ଏହାପୂର୍ବରୁ ମଧ୍ୟ ବିଗ ବି ଟ୍ବିଟ କରି ଲେଖିଥିଲେ କି ମୃତ୍ୟୁ ପୂର୍ବରୁ ସେ ନିଜର ସବୁ ଧନସମ୍ପତ୍ତି ପୁଅ ଓ ଝିଅ ମଧ୍ୟରେ ସମାନ ଭାବରେ ବାଣ୍ଟିବେ । କାରଣ ସେ କେବେ ମଧ୍ୟ ପୁଅ, ଝିଅ ମଧ୍ୟରେ ପାର୍ଥକ୍ୟ କରିନାହାଁନ୍ତି । ଅମିତାଭ ଝିଅ ମାନଙ୍କ ପାଇଁ ୟୁଏନର ରାଜଦୂତ ରୂପେ କାର୍ଯ୍ୟ କରୁଛନ୍ତି । ଏହାସହ ସେ ବେଟି ବଚାଓ, ବେଟି ପଢାଓ ଅଭିଯାନର ମଧ୍ୟ ସମର୍ଥନ କରୁଛନ୍ତି ।

ପ୍ରାୟତଃ ସେ ମହିଳା ସଶକ୍ତିକରଣ ଉପରେ ଜନସାଧାରଣରେ କଥା ହେବା ସହ ନିଜ ବ୍ଲଗରେ ଅନେକ ବିଷୟବସ୍ତୁ ସେୟାର କରିସାରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.