ମୁମ୍ବାଇ: ଯଦି ଆପଣ ଲକଡାଉନର ବିରକ୍ତିକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ସୋସିଆଲ ମିଡିଆରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଫଲୋ କରନ୍ତୁ । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଳେବେଳେ କବିତା, ଜୋକ ଏବଂ ବେଳେବେଳେ କିଛି ଫଟୋ ଏହିସବୁ ପୋଷ୍ଟ କରିଥାନ୍ତି ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।
ଶୁକ୍ରବାର ଅମିତାଭ ଏକ ଭିଡିଓରେ ସମସ୍ତଙ୍କୁ ଶୁଭ ଜନ୍ମଦିନ ବୋଲି କହିଥିଲେ । ଏହାସହ ଅମିତାଭ ଏହାର ଯୁକ୍ତିଯୁକ୍ତ କାରଣ ମଧ୍ୟ ତାଙ୍କ ଭିଡିଓରେ କହିଛନ୍ତି ।
ଏହି ଟ୍ୱିଟର ପୋଷ୍ଟରେ ଅମିତାଭ ଲେଖିଛନ୍ତି ଯେ, ‘‘ସମସ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆଜି ସମଗ୍ର ବିଶ୍ୱ ସମାନ ବୟସର ଅଟେ । ଆଜି ଏକ ବିଶେଷ ଦିନ । ଏହି ସୁଯୋଗ ଏକ ହଜାର ବର୍ଷରେ ଥରେ ଆସେ । ତୁମର ବୟସ + ତୁମର ଜନ୍ମ ବର୍ଷ ଯୋଡିଲେ 2020 ସହିତ ସମାନ ହେବ । ତୁମେ ମଧ୍ୟ ଏହାକୁ ଚେଷ୍ଟା କର ।
ସୂଚନା ଯୋଗ୍ୟ ଯେ, ଆଗାମୀ ଦିନରେ ଅମିତାଭ 'ଗୁଲାବୋ ସିତାବୋ' ଏବଂ 'ଝୁଣ୍ଡ' ଭଳି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।